ବାଲିଅନ୍ତା ଥାନାରେ ନୂତନ ଥାନାଧିକାରୀ

ବାଲିଅନ୍ତା,୧୯|୦୫):ବାଲିଅନ୍ତା ଥାନାର ନୂତନ ଥାନା ଅଧିକାରିଣୀ (ଆଇଆଇସି) ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ଥାନା ପରିସରରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ନୂତନ ଥାନା ଅଧିକାରିଣୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସାକ୍ଷାତକାର କାଳରେ ବାଲିଅନ୍ତା ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ମାଦକ ଦ୍ରବ୍ୟ କାରବାର ରୋକିବା ଏବଂ ସାମ୍ବାଦିକ ଓ ପୁଲିସଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗଣମାଧ୍ୟମ ସମାଜର ଆଇନା ହୋଇଥିବାରୁ, ଅଞ୍ଚଳର ସଠିକ୍ ଖବର ପୋଲିସ ପ୍ରଶାସନ ନିକଟରେ ପହଞ୍ଚାଇବାରେ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ନୂତନ ଥାନା ଅଧିକାରିଣୀ ପ୍ରକାଶ କରିଥିଲେ।

ଏଥିସହିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସେ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ସହଯୋଗ କାମନା କରିଥିଲେ। ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ମାନେ ଉପସ୍ଥିତ ରହି ଥାନା ଅଧିକାରିଣୀଙ୍କୁ ସମସ୍ତ ପ୍ରକାର ସକାରାତ୍ମକ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ କିଶୋରଚନ୍ଦ୍ର ନାୟକ, ପିତବାସ ଦାଶ, ସୂର୍ଯ୍ୟକାନ୍ତ ଭୋଳ, ପ୍ରଭାତେଂଶୁ ସାମନ୍ତରାୟ, ଲୁକେଶ ସାହୁ,ଗଦାଧର ଜେନା, ବିଭୁତି ପ୍ରଧାନ, ଗୋବର୍ଦ୍ଧନ ଦାସ, ରୂପକ ପଟ୍ଟନାୟକ, ବାସୁଦେବ ସାହୁ, ଆଶୁତୋଷ ଚୌଧୁରୀ, ପ୍ରଳୟ କୁମାର ଦାସ ପ୍ରମୁଖ ଆଗଧାଡିର ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page