ଭୁବନେଶ୍ୱର ତା 6 ରିଖ l ସରକାର 2024ଫେବୃଆରୀ ସୁଦ୍ଧl ବିଦ୍ୟୁତ ଭିତିଭୂମି ସଜାଡିବାକୁ 20 ହଜାର କୋଟି ଏବଂ ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି l ସେହିପରି ମାର୍ଚ୍ଚ 2026 ସୁଦ୍ଧା ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଦର୍ଶାଇଛି l ଏହି ସବୁ ଅର୍ଥ ଠିକସେ ଖର୍ଚ୍ଚ ନହୋଇ ହରିଲୁଟ ହୋଇଛି l ତେଣୁ ଓ ଇ ଆର ସି ଟାରିଫ ଅର୍ଡର ପେଜ ନମ୍ବର 116ରେ ସ୍ପଷ୍ଟ ଭାବେ ଏହାର ସି ଏ ଜି ଅଡିଟ ପାଇଁ ସୁପାରିଶ କରିଛନ୍ତି l ତେଣୁ ତୁରନ୍ତ ସି ବି ଆଇ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ଉପଭୋକ୍ତା ମହାସଂଘ l 2013 ମସିହାରୁ ରାଜ୍ୟରେ 500ଟି 33/11 କେଭି ସବଷ୍ଟେସନ ନିର୍ମାଣରେ ବ୍ୟାପକ ହରିଲୁଟ ହୋଇଛି l ଏଥିରେ ନିମ୍ନ ମାନର ଯନ୍ତ୍ରଂl ଶ ବ୍ୟବହାର ହୋଇଛି ଯାହା ଫଳରେ ଏ ଟି ସି ଲସ କମାଇ ବିଜୁଳି ଦର କମାଇବାକୁ ଯେଉଁ ଲକ୍ଷ ରଖା ଯାଇ ଥିଲା ସେ ଆଶା ଧୂଳିସାତ ହୋଇଛି l ଏହି ଘୋଟlଲା କୁ ଘଣ୍ଟ ଘୋଡାଇବାକୁ ତତ୍କାଳୀନ ଓ ଇ ଆର ସି ଚେୟାରମ୍ୟାନ ଉପେନ୍ଦ୍ର ବେହେରା ବିନା କୌଣସି ଜନ ଶୁଣାଣି ରେ କୋଭିଡ ସମୟରେ ଟାଟା କମ୍ପାନୀକୁ ବେଆଇନ ଭାବେ ଚାରିଟି ଯାକ ଡିସ୍କମକୁ ବିତରଣ ଦାୟିତ୍ୱ ରାତି ଅଧିଆ ଟେକି ଦେଇ ଛନ୍ତି l ଟାଟା ପାୱାର ସହିତ ହୋଇଥିବା ଭେସ୍ଟିଙ୍ଗ ଅର୍ଡର ରେ ମଧ୍ୟ ଏହି 500 ଟି ସବ ଷ୍ଟେସନ ବାବଦରେ କିଛି ଉଲ୍ଲଖ ନାହିଁ l ଫଳ ସ୍ୱରୂପ 26-05-2020 ରେ ଟାଟା କମ୍ପାନୀ ସବୁ ନିମ୍ନ ମାନର ଭିତିଭୂମି ଅଛି ତେଣୁ ସଜାଡି ବାକୁ 2600 କୋଟି ଟଙ୍କାର କାପେକ୍ସ ଇନଭେଷ୍ଟମେଣ୍ଟ ପାଇଁ ଅନୁମତି ମାଗିଥିଲେ l ତେଣୁ ସେତେବେଳେ କିଛି ତର୍ଜମା ନକରି ତାକୁ ଅନୁମତି ଦେଲେ l ଯାହା ଫଳରେ ଆଜି ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ହିସାବ ଦେଇ ତାର ସୁଦ୍ଧ ବିଜୁଳି ବିଲ ଉପରେ କସି ଆଦାୟ କରୁଛି l ଏ ସମସ୍ତ କଥା ଉପରେ ଗତ ଶୁଣାଣି ରେ ପ୍ରଦୀପ ଜେନା ଆପତ୍ତି ଉଠାଇ ତୁରନ୍ତ ସି ଏ ଜି ଅଡିଟ ପାଇଁ ସୁପାରିଶ କରିଥିଲେ l ଆଜି ପର୍ଯ୍ୟନ୍ତ କାହିଁକି ରାଜ୍ୟ ସରକାର ସି ଏ ଜି ଅଡିଟ ପାଇଁ ଆଦେଶ ଦେଇ ନାହାନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଉପଭୋକ୍ତା ମହାସଂଘ ପ୍ରଶ୍ନ କରିଛି l ସେଇପରି ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗାଇବା ଏବଂ ତାର ଭଡା ବାବଦ ପାଇଁ ଯେଉଁ 735 କୋଟି ଟଙ୍କା ଦେଇଛନ୍ତି ତାହା ସମ୍ପୂର୍ଣ ବେଆଇନ ବୋଲି ମହାସଂଘ କହିଛି l ଏହା ବିଦ୍ୟୁତ ଆଇନ 2003 ର ବିରୁଦ୍ଧଚରଣ କରୁଛି l ମିଟର ଲଗାଇବା ଉପଭୋକ୍ତା ର ସମ୍ପୂର୍ଣ ନିଜସ୍ୱ ଇଛାଧୀନ l ଏବଂ ଟାଟା ପାୱାର ଜରିଆରେ ମିଟର ଲଗାଇବା ମନ୍ଦ ଉଦେଶ୍ୟ ରହିଛି l ତା ଛଡା ଆଗରୁ ଯିଏ ସ୍ମାର୍ଟ ମିଟର ଲଗାଇଛି ତାର ସୁବିଧା ପାଇଁ କଣ କରିଛ ବୋଲି ପ୍ରଶ୍ନ କରିବା ସହ ଏଥିରେ କେତେ ଟଙ୍କାର କିକ ବ୍ୟାକ ହୋଇଛି ବୋଲି ମଧ୍ୟ ମହାସଂଘ ଗତ ଶୁଣାଣି ସମୟରେ ଓ ଇ ଆର ସି ଙ୍କୁ ପ୍ରଶ୍ନ କରିଥିଲା l ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ପ୍ରଦୀପ ଜେନା ଏ ସଂକ୍ରାନ୍ତରେ ପେଜ ନଂ 90,91,92,93 ରେ ଉଲ୍ଲେଖ କରିଛନ୍ତି l ଶ୍ରୀ ଜେନା ଆହୁରି ମଧ୍ୟ ବିଜୁଳି ବିଭାଗ ସବୁ ସମ୍ପତି ଓ ଭିତିଭୂମି ର ଡିଜିଟାଲl ଇ ଜେସନ ରେଜିଷ୍ଟର କରିବlକୁ କହିଛନ୍ତି l ଫଳ ସ୍ୱରୂପ ଆଗରୁ ଓ ଏବେ ଯାହା ସବୁ ଖର୍ଚ୍ଚ ହୋଇଛି ତାହାର ସଠିକ ତଥ୍ୟ ମିଳିବ ଏବଂ ଗୋଟିଏ କାର୍ଯ୍ୟର ଦୁଇ ତିନି ଥର ହୋଇଥିବା କି ଆଗକୁ କରିବାର ଯୋଜନା ଫେଲ ହୋଇଯିବ l ସେହିପରି 2019 ରୁ ଆଜି ପର୍ଯ୍ୟନ୍ତ ବିଜୁଳି ସରଞ୍ଜାମ ଓ ଯନ୍ତାନ୍ସ ର ମୂଲ୍ୟ ନିର୍ଧାରଣ ହୋଇନି ତେଣୁ ଟାଟା ପାୱାର କ୍ଷୁଦ୍ରଶିଳ୍ପ, ସାଧାରଣ ଉପଭୋକ୍ତା ଏବଂ ନୂଆ ଲାଇନ କନେକ୍ସନରେ ମନଇଚ୍ଛା ଜୋର ଜବରଦସ୍ତ ପଇସା ଆଦାୟ କରି ଚାଲିଛି l ତାକୁ ଶ୍ରୀ ଜେନା ବିରୋଧ କରିବା ସହ ତୁରନ୍ତ ଦର ନିର୍ଧାରଣ ପାଇଁ ସୁପାରିଶ କରିଛନ୍ତି l ସେହିପରି ସୋଲାର ପାୱାର କ୍ଷେତ୍ରରେ ଘରୋଇ ତଥା ବ୍ୟବସାୟୀ ଓ ଶିଳ୍ପ ପାଇଁ ସଂସ୍କାର ପଦକ୍ଷେପ ସୁପାରିଶ କରିଛନ୍ତି l ଫଳସ୍ୱରୂପ ଉପଭୋକ୍ତା ଲାଭବାନ ହେବେ ଟାଟା ପାୱାରର ମନମାନି ବନ୍ଦ ହେବ l ରାଜ୍ୟରେ ବିଜୁଳି ଦର କମାଇବା ଓ ନିରନ୍ତର ବିଜୁଳି ଯୋଗାଣ ପାଇଁ ଏଟି &ସି ଲସ କମାଇବାକୁ ପୂର୍ବରୁ 33 kv,11kv ଏବଂ ଡି ଟି ଆର ଟ୍ରାନ୍ସଫର୍ମର ରେ ସମ୍ପୂର୍ଣ ମିଟାରିଙ୍ଗ କରିବାକୁ ଉପଭୋକ୍ତl ମହାସଂଘ ଯେଉଁ ଦାବୀ କରି ଆସୁଥିଲା ତାହା ସମ୍ପୂର୍ଣ ଫେଲ ବୋଲି ଗତ ହିଅରିଙ୍ଗରେ ଜଣା ପଡିଲା ତେଣୁ At&c ଲସ କମାଇବା ପାଇଁ ସବୁ ମିଟାରିଙ୍ଗ କରିବାକୁ ଶ୍ରୀ ଜେନା ନିର୍ଦେଶ ଦେଇଥିଲେ l ଶ୍ରୀ ଜେନା ଙ୍କ ସୁପାରିଶ କାର୍ଯ୍ୟକାରୀ ହେଲେ ଦୁର୍ନୀତି ରେ ଲିପ୍ତ ଅନେକ ବଡ଼ ବଡ଼ ଅଧିକାରୀ ଧରା ପଡିବେ, ଟାଟା ପାୱାର ର ଶୋଷଣ ବନ୍ଦ ହେବ ଏବଂ ସାଧାରଣ ଲୋକ ଲାଭ ପାଇବା ସ୍ୱାଭାବିକ l ବଡ଼ ବଡ଼ିଆଙ୍କୁ ବଞ୍ଚାଇବା ଓ ଟାଟା ପାୱାର ସ୍ୱାର୍ଥରେ ବ୍ୟାଘାତ ଆସିବାରୁ ଅଦୃଶ୍ୟ ଶକ୍ତି ଚାପରେ ଶ୍ରୀ ଜେନା ଇସ୍ତଫା ଦେଇଛନ୍ତି ବୋଲି ଉପଭୋକ୍ତା ମହାସଂଘ ଅଭିଯୋଗ କରିଛି l ସି ବି ଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ l ସେହିପରି ବର୍ତମାନ ଯେଉଁ ପାୱାର କଟ ହେଉଛି ସେଥିପାଇଁ ରାଜ୍ୟରେ ଥିବା ଷ୍ଟେଟ ଲୋଡ଼ ଡେସ୍ପାଚ ସେଣ୍ଟର ର ଡାଇରେକ୍ଟର ସମ୍ପୂର୍ଣ ଦାୟୀ l ସେ ସଠିକ ଆକଳନ ନଦେଇ କର୍ପୋରେଟ ଅଧୀନରେ ଥିବା ପାୱାର ପ୍ଲାଣ୍ଟ ସ୍ୱାର୍ଥରେ କାର୍ଯ୍ୟ କରୁଛନ୍ତି ବୋଲି ମହାସଂଘ ଅଭିଯୋଗ କରୁଛି l ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ସଂକ୍ରାନ୍ତରେ ମଧ୍ୟ ଅନେକ ତ୍ରୁଟି ଥୁବା ବେଳେ ସବୁ ନିୟମ ଭାଙ୍ଗି କାହିଁକି, କାହା ସ୍ୱାର୍ଥରେ ଏବଂ କାହା ଛତ୍ର ଛାୟରେ ତାଙ୍କ ନିଯୁକ୍ତି କୁ ବାରମ୍ବାର ନବୀକରଣ ହୋଇଛି ବୋଲି ପ୍ରଶ୍ନ କରିଛି ମହାସଂଘ l ଆଜିର ସାମ୍ବାଦିକ ସମ୍ମିଳନୀ ରେ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ, ସାଧାରଣ ସମ୍ପାଦକ ପ୍ରସନ୍ନ ବିଷୋୟୀ, ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର, କଟକ ସଭାପତି ଅକ୍ଷୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ l
27ହଜାର କୋଟି ଘୋଟlଲାର ସିବିଆଇ ତଦନ୍ତ, ପ୍ରଦୀପ ଜେନାଙ୍କ ଇସ୍ତଫା ସ୍ୱଇଚ୍ଛା ନୁହେଁ ଚାପ, ବିଜୁଳି ଉତ୍ପାଦନଠୁ କଂଜୁମର ପର୍ଯ୍ୟନ୍ତ ମିଟରିଙ୍ଗ, ଘନ ଘନ ବିଜୁଳି କାଟ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ହିନ୍ଦୁ-ମୁସଲିମ୍ ଭାଇଚାରାର ଅନନ୍ୟ ଉଦାହରଣ: ମାଣିକାଗୋଡ଼ା ଦଶହରା
ମାଣିକାଗୋଡ଼ା, ଖୋର୍ଦ୍ଧା: ଧର୍ମ ଅଲଗା, କିନ୍ତୁ ହୃଦୟ ଏକ। ହିନ୍ଦୁ-ମୁସଲିମ୍ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼
ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ
ଭୁବନ: ମନରେ ଆଧ୍ୟାତ୍ମିକ ଚେତନା ଓ ସ୍ୱଚ୍ଛ ପରିବେଶକୁ ଆଧାର କରି ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଥିବା ମା’ ଚର୍ଚ୍ଚିକା ଦେବୀଙ୍କ ମନ୍ଦିର, ହନୁମାନ ମନ୍ଦିର
ଦଶହରା ଅବସରରେ ଗୋ ସେବା କାର୍ଯ୍ୟକ୍ରମ
ଭୁବନ: (Bimal Kumar Rana) ଭୁୁବନ୍ ବ୍ଲକ୍ତ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗୋସେବା କାର୍ଯ୍ୟକ୍ରମ । ପବିତ୍ର ଦୁର୍ଗା ପୂଜା ଅବସରରେ ସାମାଜିକ ଅନୁଷ୍ଠାନ
ମୁଗୁପୁର ସମାଚାରର 15ତମ ବାର୍ଷିକ ଉତ୍ସବ ପାଳିତ
କେନ୍ଦୁଝର /ହାଟଡିହି /ମୁଗୁପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ମୁଗୁପୁର ଅଞ୍ଚଳରୁ ପ୍ରକାଶିତ ଖବରକାଗଜ ମୁଗୁପୁର ସମାଚାରର 15ତମ ସ୍ଵନକ୍ଷତ୍ର ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ଓଝାଙ୍କ
ରାଜ୍ୟସ୍ତରୀୟ ୧୨୧ ତମ ସତ୍ୟପ୍ରିୟ ମହାନ୍ତି ଜୟନ୍ତୀ ପାଳିତ
ବାଲିଅନ୍ତା,୨୧|୧୦(ଗୋବର୍ଦ୍ଧନ ଦାସ): ଜଣେ ସମର୍ପିତ ମଣିଷ ଏବଂ ନବ ଓଡିଶା ନିର୍ମାତାର ଅନ୍ୟତମ ବିନ୍ଧାଣି ଥିଲେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି ।
ନବରାତ୍ର ପୂଜା ଅବସରରେ ବରିଷ୍ଠ କଳାକାର ସମ୍ବର୍ଦ୍ଧନା।
ଖୋର୍ଦ୍ଧା,୧୯।୧୦:ଚିଲିକା ସଂଗୀତ ନାଟକ ଏକାଡେମୀ, ବାଲୁଗାଁ ଆୟୋଜିତ ନବରାତ୍ରପୂଜା ଅବସରରେ କୁମାରୀପୂଜା ଓ କଳାକାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂକଳ୍ପଧାରିଣୀ ଏକାଡେମୀର ସମ୍ପାଦିକା ସୁନିତା ଜେନାଙ୍କ
ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ନୃସିଂହ ଚରଣ ସାମନ୍ତସିଂହାରଙ୍କ ସ୍ମୃତି ସଭା |
ଖୋର୍ଦ୍ଧା,୧୯।୧୦: ଚିଲିକା-ବାଣପୁର ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ସାଂସଦ ତଥା ଓଡିଶା ଭାଗଚାଷ ଆନ୍ଦୋଳନର ପୁରୋଧା ସ୍ବର୍ଗତ ଡାକ୍ତର ନୃସିଂହଚରଣ ସାମନ୍ତସିଂହାରଙ୍କର ସ୍ମୃତି ସଭା ନୃସିଂହ
ଆଦର୍ଶ ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ
ବୋଲଗଡ଼, ୧୮।୧୦:ବୋଲଗଡ଼ ଶିକ୍ଷା ବ୍ଳକ ଅନ୍ତର୍ଗତ ଅସରଳା ସ୍ଥିତ ହରିହର ବିଦ୍ୟାପୀଠର ଆଦର୍ଶ ପ୍ରଧାନଶିକ୍ଷକ କ୍ଷେତ୍ରମୋହନ ରଣାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ସମାଜସେବୀ
ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଷୋଡଶ ଦିନାତ୍ମକ ପୂଜା 14 ଦିନରେ
ଭୁବନେଶ୍ୱର ତା 16 ରିଖ l ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଅଧିଷ୍ଠାତ୍ରୀ ଦେବୀ ମା' ହରଚଣ୍ଡୀଙ୍କର ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଆଜି 14 ଦିନରେ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ପରଲୋକ ।
ଖୋର୍ଦ୍ଧା,୧୬ I୧୦:ଓଡ଼ିଶା ବିଭିନ୍ନ ପାଲା ମଞ୍ଚରେ ଗାୟକ ମାନଙ୍କ ଦ୍ୱାରା ବୋଲା ଯାଉଥିବା ବିଦଗ୍ଧ କବିତା "ଅପରେସନ କୋଇଲି"ର ରଚ଼ୟତା ସ୍ବର୍ଗତ ଗାୟକ ରତ୍ନ ଲୋକନାଥ କରଙ୍କ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ପରଲୋକ ।
ଖୋର୍ଦ୍ଧା,୧୬ I୧୦:ଓଡ଼ିଶା ବିଭିନ୍ନ ପାଲା ମଞ୍ଚରେ ଗାୟକ ମାନଙ୍କ ଦ୍ୱାରା ବୋଲା ଯାଉଥିବା ବିଦଗ୍ଧ କବିତା "ଅପରେସନ କୋଇଲି"ର ରଚ଼ୟତା ସ୍ବର୍ଗତ ଗାୟକ ରତ୍ନ ଲୋକନାଥ କରଙ୍କ
ପ୍ରତାପଶାସନ ଡିଗ୍ରୀ କଲେଜରେଦିବ୍ୟରଞ୍ଜନ ସଭାପତି, ସୌମ୍ୟରଞ୍ଜନ ଉପସଭାପତିଛାତ୍ରସଂସଦ ନିର୍ବାଚନ ଫଳାଫଳ
ବାଲିଅନ୍ତା,୧୫|୧୦(ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅଧିନ ବାଳକାଟି ସ୍ଥିତ ପ୍ରତାପଶାସନ ଡିଗ୍ରୀ କଲେଜରେ ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି।ଆଜି ୮ ଟାରୁ ଅପରାହ୍ନ ୨ ଟା
ରାଉରକେଲାରେ ରେଳବାଇର ମିଳିତ ମକ୍ ଡ୍ରିଲ୍…ବିପର୍ଯ୍ୟୟ ମୁକାବିଲା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟର ପ୍ରସ୍ତୁତି ଉପରେ ଗୁରୁତ୍ୱ…..
ରେଳବାଇରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା, ତ୍ୱରିତ ଉଦ୍ଧାର କାର୍ଯ୍ୟ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର
ପଲ୍ୟୁସନ ବୋର୍ଡ ସଦସ୍ୟ ସଚିବଙ୍କୁ ଭେଟିଲା ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନ
ପୂଜାରେ ଡମପିଙ୍ଗ ୟାର୍ଡ଼କୁ ଅଳିଆଗାଡ଼ି ବନ୍ଦ ନକଲେ ଅନଶନ ନିଷ୍ପତି ଭୁବନେଶ୍ୱର ତା 14 ରିଖ l ସୈନିକସ୍କୁଲ ବେଆଇନ ବିଷାକ୍ତ ଅଳିଆ ଗଦା ସ୍ଥାନାନ୍ତର ପାଇଁ
vମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମକାର୍ଯ୍ୟକ୍ରମ
ଭୁବନ,୧୩: ମନରେ ଆଧ୍ୟାତ୍ମିକ ଚେତନା ଓ ସ୍ୱଚ୍ଛ ପରିବେଶକୁ ଆଧାର କରି ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଥିବା ମା’ ଚର୍ଚ୍ଚିକା ଦେବୀଙ୍କ ମନ୍ଦିର, ହନୁମାନ ମନ୍ଦିର
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭୀ” କାର୍ଯ୍ୟକ୍ରମ ଅନୁଷ୍ଠିତପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା
ବାଲିଅନ୍ତା,୧୩|୧୦( ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଶିକ୍ଷାଧିକାରୀ ଅଧିନ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରତାପଶାସନ କ୍ଲଷ୍ଟରର ସମସ୍ତ
ସ୍ନିଗ୍ଧା ଏକାଡ଼େମୀର କନ୍ୟାମାନଙ୍କ ଦ୍ୱାରାନବମାତୃକା ପୂଜା
ଭୁବନେଶ୍ୱର, ୧୨.୧୦ : ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ନବମାତୃକା ପୂଜାରେ ଭୁବନେଶ୍ୱର ସ୍ନିଗ୍ଧା ଏକାଡ଼େମୀର ଅଧ୍ୟକ୍ଷା ଶ୍ରୀମତୀ ବିିଚିତ୍ରା ରଥଙ୍କ ନେତୃତ୍ୱରେ ସର୍ବସୁଶ୍ରୀ ରାଜଶ୍ରୀ
@ ଏକାମ୍ର ମା’ ଦୁର୍ଗା ମହୋତ୍ସବ-୨୦୨୬ସ୍ମରଣିକା “ମହାଦେବୀ” ଉନ୍ମୋଚିତ
@ ବରିଷ୍ଠ ମୂର୍ତି କାରିଗର ଶ୍ରୀଯୁକ୍ତ ବିଦ୍ୟୁତ ପ୍ରଧାନ ଓ ବରିଷ୍ଠ ମେଢ କାରିଗର ଶ୍ରୀଯୁକ୍ତ ନବ କିଶୋର ବଟୁଙ୍କୁ “ମହାଦେବୀ ସମ୍ମାନ-୨୦୨୬” @ ଏକାମ୍ର ଭୁବନେଶ୍ଵର
“ମା”ଙ୍କୁ ପୂଜା ସମାଜ ସଂସ୍କାରର ଏକ ଦୃଢବାର୍ତ୍ତା
ବାଚସ୍ପତି ଶ୍ରୀମତୀ ପାଢୀଭଗବାନ ମୀନ ଅବତାର ଥିଲେ ମହର୍ଷି ଦୟାନନ୍ଦ : ପଦ୍ମଶ୍ରୀ ବାବା ବଳିଆଆର୍ଯ୍ୟସମାଜ ପକ୍ଷରୁ ନବମାତୃକା ପୂଜାମହାସମାରୋହରେ ଅନୁଷ୍ଠିତଭୁବନେଶ୍ୱର, ୧୧.୧୦ : ନବରାତ୍ରର ପ୍ରଥମ
ସୈନିକସ୍କୁଲ ପାଖରୁ ଡମ୍ପିୟାର୍ଡ଼ ହଟାଇବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ଆଦେଶର ତୁରନ୍ତ ପାଳନ ପାଇଁ ମୁଖ୍ୟସଚିବଙ୍କୁ ଭେଟିବ ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନ
ପୁଣି ଅଳିଆଗାଡ଼ି ବନ୍ଦ କରିବାପାଇଁ ନିଷ୍ପତି ଭୁବନେଶ୍ୱର ତା 11 ରିଖ l ସୈନିକସ୍କୁଲ ବେଆଇନ ବିଷାକ୍ତ ଅଳିଆ ଗଦା ପାଇଁ ଅଜି ସାରା ଦେଶରେ ଆମକୁ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ହିନ୍ଦୁ-ମୁସଲିମ୍ ଭାଇଚାରାର ଅନନ୍ୟ ଉଦାହରଣ: ମାଣିକାଗୋଡ଼ା ଦଶହରା
ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ
ଦଶହରା ଅବସରରେ ଗୋ ସେବା କାର୍ଯ୍ୟକ୍ରମ