ଭୂବନେଶ୍ୱର,୨୦/୫: ରାଜ୍ୟରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତ ବିଗିଡି ବାରେ ଲାଗିଛ । ସବୁଆଡ଼େ ହତ୍ୟା, ଚୋରୀ ଡକାୟତ ଦୁଷ୍କର୍ମ, ଗଣଦୁଷ୍କର୍ମ, ଚୋରା ନିଶାଦ୍ରବ୍ୟ କାରବାର,ବେଆଇନ୍ ଭାବେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କାରବାର,ଗୋ-ଚାଲାଣ, ଗୋ-ହତ୍ୟା ରାଜ୍ୟରେ ବଢିବାରେ ଲାଗିଛି,ପୋଲିସ ଜ୍ଞାତରେ ହଉ କିମ୍ଵା ଅଜାଣତରେ ହଉ ପୋଲିସ୍ ବିଭାଗ ଉପରେ ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଘରୁ ବାହରୀ ବାକୁ ଲୋକମାନେ ଭୟ କରୁଛନ୍ତି। କାରଣ ପୋଲିସ୍ ଉପସ୍ଥିତି ରେ ବଲିଅନ୍ତା ଘଟଣା ହେଉ କି କଣାସ, ବ୍ରହ୍ମପୁର ଘଟଣା ହେଉ, ପୋଲିସ୍ ବିଭାଗର ପାରିବା ପାଣିଆ ଉପରେ ସନ୍ଦେହ ସୃଷ୍ଟି ଦେଖାଦେଇଛି । ପୋଲିସ୍ ବିଭାଗ ଉପରେ ଜନସାଧାରଣ ଙ୍କ ଭରଷା ତୁଟି ଗଲାଣି, ରାଜ୍ୟରେ କିପରି ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ କୁ ଆସିବ, ଅପରାଧୀ ମାନଙ୍କୁ କିପରି ସାବାଡ କରାଯିବ ସେଥିପ୍ରତି DGP ୱ। ବି ଖୁରାନିଆ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଏଥିର ଅପରାଧୀ ମାନଙ୍କର ଆଉ ନିସ୍ତାର ନାହିଁ। ଯେଉଁ ମାନେ ଅପରାଧ ଘଟଉଥିବେ ସିଧା ଏନ୍ କାଉଣ୍ଟର କରାଯିବ । ରାଜ୍ୟରେ ରକ୍ତର ହୋଲି ଖେଳୁଥିବା ଅପରାଧୀ ମାନଙ୍କୁ ଉଚିତ୍ ଶିକ୍ଷା ଦିଆଯିବ, ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର କିମ୍ବା ଡ୍ରଗସ୍ ବେପାର ସବୁଥିରେ ପୁରା କଡା ନିଜର ରଖାଯିବ । ରାଜ୍ୟ ପୋଲିସର ପ୍ରଥମ ଟାର୍ଗେଟ ଥିଲା ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳରେ,ଶନିବାର ସଂଧା ସମୟରେ ଦୀପୁନାକୁ ଏନ୍ କାଉଣ୍ଟର୍ କରିବା, ଦିପୁନା ନାଁରେ ଅନେକ ଅପରାଧୀ ମାମଲା ଅଛି । ଦାଦା ବଟି ଆଦାୟ କରିବା, ହତ୍ୟା ଭଳି ସଂଗୀନ ଅଭିଯୋଗ, ଆପହରଣ, ଦୁଷ୍କର୍ମ,ଭଳି ସଂଗୀନ୍ ଦଫା ଲାଗିଛି ।ଦ୍ଵିତୀୟ ଟାର୍ଗେଟ୍ ସ୍ଥାନ ସମ୍ବଲପୁର ର ବୁର୍ଲା ପ୍ଲାନେଟୋରିୟମ୍ ଛକ ନିକଟରେ,ମନୀଷ ସାହୁ କୁ ଏନ୍ କାଉଣ୍ଟର କରିବା।ମନୀଷ ସାହୁ ନାଁରେ ମଧ୍ଯ ଅନେକ ଅପରାଧିକ ମାମଲା ଅଛି । ଡକାୟତ, ଲୁଟ, ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାରରେ ଲିପ୍ତ, ନିଶା କାରବାର ଏମିତି ଅନେକ ଅପରାଧୀକ କାର୍ଯ୍ୟକଳାପ ରେ ଜଡ଼ିତ ଅଛି। ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ୧୭୭୧ ଜଣଙ୍କ ନାଁରେ NBW ଜାରିକରାଯାଇଛ ।

୬ ଜଣ ଙ୍କ ନାଁରେ NSA ଲଗାଯିବା ସହ ୫୦ରୁ ଅଧିକ ଫେରାର୍ ଅପରାଧୀ ଙ୍କୁ ପୁଣି ଥରେ ବନ୍ଧା ଯାଇଛି । ଖଣି ମାଫିଆ ଚୋରା ବାଲି ଚାଲାଣକାରୀ ମାନଙ୍କ ଉପରେ ନିଜର ରଖାଯିବ । ବେଆଇନ୍ ଅସ୍ତ୍ରଶସ୍ତ୍ର ଉପରେ ୯ ଟି ମାମଲା ରୁଜୁ କରାଯାଇଛି । ସତରେ ଡି ଜି ପି ଙ୍କ ପଦକ୍ଷେପ ସଠିକ୍ ଭାବରେ କାର୍ଯ୍ୟକାରି ହୁଏ ତେବେ ରାଜ୍ୟରେ ଆପରାଧୀକ କାର୍ଯ୍ୟକଳାପ କରୁଥିବା ବ୍ୟକ୍ତି ମାନେ ଭୟରେ ଡରିବାକୁ ଲାଗିବେ । ଏବଂ ରାଜ୍ୟରେ ଆଇନ୍ ଶୃଙ୍ଗ ଳା ନିୟନ୍ତ୍ରଣ କୁ ଆସିବ । ଏହା ସହିତ ଜନସାଧାଣ ମାନେ ପୋଲିସ୍ ବିଭାଗ ଉପରେ ବିଶ୍ଵାସ ରଖିବେ । ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ,ଉତ୍କଳ ବୁଲେଟିନ୍ ।