ଆଜି ମଧ୍ୟ ପହଂଚି ସମର୍ଥନ ଜଣାଇଲେ ବରିଷ୍ଠ ରାଜନେତା,ଗଣ ସଂଗଠନ, ବୁଦ୍ଧିଜୀବୀ, ଛାତ୍ରନେତା, ଅଭିଭାବକଭୁବନେଶ୍ୱର ତା 20 ରିଖ l
ପ୍ରଥମ ରୁ ଅଷ୍ଟମ ପଯ୍ୟନ୍ତ ଭୁଲ ବହିକୁ ତୁରନ୍ତ ପ୍ରତ୍ୟାହାର, ପ୍ରାଇଭେଟ ସ୍କୁଲରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 25 % ମାଗଣା ଶିକ୍ଷା ଯୋଜନାକୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି ଏବଂ କେଜିରୁ ପିଜି ମାଗଣା ଶିକ୍ଷାରେ ବୃତ୍ତିଗତ ଶିକ୍ଷାକୁ ଅନ୍ତର୍ଭୁକ୍ତ ସହ କେବଳ ଆଡ଼ମିସନ ନୁହେଁ ସବୁ ଫିସ ଛାଡି ସମ୍ପୂର୍ଣ ମାଗଣା ଦାବିରେ ଲୋୟର ପିଏମଜିରେ ଓଡିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟଙ୍କ ଆମରଣ ଅନଶନରେ ବସିଛନ୍ତି l ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ସତ୍ୟାଗ୍ରହ ଆଜି ଚତୁର୍ଥ ଦିନରେ ପହଂଚିଛି l ସରକାର ସବୁ ଦାବୀ ଉପରେ ଆଲୋଚନା କରି ଭୁଲ ବହି ଫେରସ୍ତ ନହେବା ଯାଏଁ ସତ୍ୟାଗ୍ରହ ଓ ଅନଶନ ଜାରି ରହିବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l ଚତୁର୍ଥ ଦିନରେ ଶିକ୍ଷା ସତ୍ୟାଗ୍ରହକୁ ସମର୍ଥନ ଜଣାଇ , ବରିଷ୍ଠ ସାମ୍ବାଦିକ ରବି ଦାସ,ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଡ଼ଃ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିରୋଧୀଦଳ ନେତା ଓ ମନ୍ତ୍ରୀ ଭୂପିନ୍ଦର ସିଂ, ପୂର୍ବତନ ସାଂସଦ ଡ଼ଃ ପ୍ରସନ୍ନ ପlଟ୍ଟଶାଣୀ,ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ସିପିଆଇଏମଲ ଯୁଧିଷ୍ଠିର ମହାପାତ୍ର, ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ଅଜୟ ମହାପାତ୍ର, ପ୍ରଦୀପ ମହାପାତ୍ର, ବିଶିଷ୍ଟ ଛାତ୍ର ନେତା ତନ୍ମୟ ସ୍ୱାଇଁ , ଶିକ୍ଷା ବିକାଶ ସଂସ୍ଥାନ ମୁଖ୍ୟ ଡ଼ଃ କରୁଣାକର ପ୍ରଧାନ, ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ, ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁ, ଉଦ୍ୟୋଗୀ ପରିବାର ମୁଖ୍ୟ ଶିବ ପ୍ରସାଦ ମିଶ୍ର, ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ, ଓଜେସି ନେତା ନରେଶ ମହାନ୍ତି, ନାରୀନେତ୍ରୀ ମୋନାଲିସା ଗନ୍ତାୟତ, ଶିବକୁମାର ଦାସ, ସାମାଜିକ ନେତା, ଚାଷୀନେତା ଦୁର୍ଗାପ୍ରସାଦ ଦାଶ ଓ ରାଷ୍ଟ୍ରୀୟ କିଷାନ ମଜଦୁର ସଂଘଠନ ସଭାପତି ସଚିନ ମହାପାତ୍ର, ଜୀବନ ଭୋଇ, ଆବାହକ ଦଳିତ ଓ ଆଦିବାସୀ ଅତିଥି ଶିକ୍ଷକ ସଂଘ ଆଦି ବରିଷ୍ଠ ଓ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ l ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ଆମରଣ ଅନଶନ ଆଜି ଚତୁର୍ଥ ଦିନରେ ପହଂଚିଛି l ଡାକ୍ତର ପରୀକ୍ଷା ପରେ ରକ୍ତ ଚାପ 107-78 ଥିବାରୁ ଡାକ୍ତର ଓଆରଏସ ପିଇବାକୁ ପରାମର୍ଶ ଦେଇଥିଲେ l ଅନ୍ତର୍ଜାତୀୟ ସ୍ତରରେ ଆମ ରାଜ୍ୟକୁ ନିନ୍ଦିତ, ମାରାତ୍ମକ,ଗୁରତର ଲଜ୍ଜା ପ୍ରଦାୟୀ ତଥା କଳଙ୍କିତ ଅଧ୍ୟାୟର ଦସ୍ତାବିଜ ଭୁଲ ବହି କୁ ତୁରନ୍ତ ପ୍ରତ୍ୟାହାର କରି ପିଲାଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ଏବର୍ଷ ସେହି ପୁରୁଣା ବହିରେ ପାଠ ପଢlନ୍ତୁ l ଆସନ୍ତା ବର୍ଷ ନିର୍ଭୁଲ ବହିରେ ପାଠ ପଢ଼ାଯିବl ଉଚିତ ସମୟର ଆବଶ୍ୟକ ବୋଲି ଅଭିଭାବକ ମହାସଂଘ ଦାବୀ କରୁଛି l ଆରଟିଇରେ ପ୍ରାଇଭେଟ ସ୍କୁଲରେ ପଢ଼ୁଥୁବା ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲାଙ୍କ ମାଗଣା ଶିକ୍ଷା ନବମ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ମହାସଂଘ ଦ୍ୱିତୀୟ ଦାବୀ ରଖିଛି l ମୁଖ୍ୟମନ୍ତ୍ରୀ କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଘୋଷଣା କରିଛନ୍ତି l ତେଣୁ ଆଇନ, କୃଷି,ସିଟି, ବିଇଡି,ଶାରୀରିକ ଶିକ୍ଷା, ନର୍ସିଙ୍ଗ, ଶିଳ୍ପ ତାଲିମ, ସିଟି, ବିଇଡି ଆଦି ବୃତ୍ତି ଗତ ଶିକ୍ଷା ସାମିଲ ଏବଂ କେବଳ ଆଡ଼ମିସନ ଫିସ ନୁହେଁ, ପରୀକ୍ଷା ଫିସ, ଲାଇବ୍ରେରୀ ଫିସ, ଅନୁମୋଦନ ଫି ସହ ଅନ୍ୟାନ୍ୟ ସବୁ ଫି ମାଗଣା ବା ଫ୍ରି କରିବାକୁ ମହାସଂଘ ତୃତୀୟ ଦାବୀ ରଖିଛି l ଏକାମ୍ର ବିଧାୟକ ବାବୁ ସିଂ ଯୋଗାଯୋଗ କରି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସୂର୍ଯ୍ୟବଂଶୀ ସୁରଜ ଙ୍କ ସହ ଯୋଗାଯୋଗ କରି ଦାବି ଉପରେ ଆଲୋଚନା କରୁଛନ୍ତି l ଏହି କାଯ୍ୟକ୍ରମରେ ଓଡିଶା ଅଭିଭାବକ ମହାସଂଘର କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ପରିଜା, ମହାସଚିବ ଅଶୋକ ପାଇକରାୟ, ସାଧାରଣ ସମ୍ପାଦକ ଡଃ ସତ୍ୟଜିତ ଦାଶ, ଅଶୋକ ଜେନା ଓ ସୂର୍ଯ୍ୟ ନାରାୟଣ ଜେନା, ଉପସଭାପତି ଅଶୋକ ପଟନାୟକ, କଟକ ସଭାପତି ଦେବବ୍ରତ ରାୟ, ଅମିତ କୁମାର ଦାସ, ଜିତେନ୍ଦ୍ର ଦାସ, ସୁବ୍ରତ ସାହୁ, ବିମଲ ପ୍ରଧାନ, ବାବା ଶଙ୍କର ପ୍ରସାଦ, ସଦାନନ୍ଦ ଗଣ୍ଡ, ଅମର ନାୟକ, ଅନୁକୂଳ ସାହୁ, ସ୍ଵର୍ଣ ଲତା ସାହୁ, ସୁପ୍ରଭା ମହାରଣା, ପ୍ରଦ୍ୟୁମ୍ନ ମହାନ୍ତି, ବିଶ୍ୱରଞ୍ଜନ ସ୍ୱାଇଁ, ଜଗନ୍ନାଥ ଦାସ, ପ୍ରଫୁଲ ପୃସେଠ, ସ୍ମୃତି ରଞ୍ଜନ ଜେନା, ସଞ୍ଜୟ ଖୁଣ୍ଟିଆ, ମିଲି ସାହୁ, ବାସୁଦେବ ବେହେରା, ସନ୍ତୋଷିନୀ ଦାସ, ଶଙ୍କର୍ଷଣ ସାମନ୍ତରାୟ, ପ୍ରଦୀପ୍ତ ମିଶ୍ରଙ୍କ ସମେତ ରାଜ୍ୟର ଅନେକ ରାଜନୈତିକ ନେତୃତ୍ୱ, ଛାତ୍ର ଛାତ୍ରୀ, ଗଣ ସଂଗଠନ, ବୁଦ୍ଧିଜୀବୀ , ଶିକ୍ଷାବିତ, ଅଭିଭାବକ ଯୋଗ ଦେଇଥିଲେ l
ଚତୁର୍ଥ ଦିନରେ ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ସତ୍ୟାଗ୍ରହ ! ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସହ ଜାରିରହିଛି ଆଲୋଚନା l
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଷୋଡଶ ଦିନାତ୍ମକ ପୂଜା 14 ଦିନରେ
ଭୁବନେଶ୍ୱର ତା 16 ରିଖ l ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଅଧିଷ୍ଠାତ୍ରୀ ଦେବୀ ମା' ହରଚଣ୍ଡୀଙ୍କର ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଆଜି 14 ଦିନରେ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ପରଲୋକ ।
ଖୋର୍ଦ୍ଧା,୧୬ I୧୦:ଓଡ଼ିଶା ବିଭିନ୍ନ ପାଲା ମଞ୍ଚରେ ଗାୟକ ମାନଙ୍କ ଦ୍ୱାରା ବୋଲା ଯାଉଥିବା ବିଦଗ୍ଧ କବିତା "ଅପରେସନ କୋଇଲି"ର ରଚ଼ୟତା ସ୍ବର୍ଗତ ଗାୟକ ରତ୍ନ ଲୋକନାଥ କରଙ୍କ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ପରଲୋକ ।
ଖୋର୍ଦ୍ଧା,୧୬ I୧୦:ଓଡ଼ିଶା ବିଭିନ୍ନ ପାଲା ମଞ୍ଚରେ ଗାୟକ ମାନଙ୍କ ଦ୍ୱାରା ବୋଲା ଯାଉଥିବା ବିଦଗ୍ଧ କବିତା "ଅପରେସନ କୋଇଲି"ର ରଚ଼ୟତା ସ୍ବର୍ଗତ ଗାୟକ ରତ୍ନ ଲୋକନାଥ କରଙ୍କ
ପ୍ରତାପଶାସନ ଡିଗ୍ରୀ କଲେଜରେଦିବ୍ୟରଞ୍ଜନ ସଭାପତି, ସୌମ୍ୟରଞ୍ଜନ ଉପସଭାପତିଛାତ୍ରସଂସଦ ନିର୍ବାଚନ ଫଳାଫଳ
ବାଲିଅନ୍ତା,୧୫|୧୦(ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅଧିନ ବାଳକାଟି ସ୍ଥିତ ପ୍ରତାପଶାସନ ଡିଗ୍ରୀ କଲେଜରେ ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି।ଆଜି ୮ ଟାରୁ ଅପରାହ୍ନ ୨ ଟା
ରାଉରକେଲାରେ ରେଳବାଇର ମିଳିତ ମକ୍ ଡ୍ରିଲ୍…ବିପର୍ଯ୍ୟୟ ମୁକାବିଲା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟର ପ୍ରସ୍ତୁତି ଉପରେ ଗୁରୁତ୍ୱ…..
ରେଳବାଇରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା, ତ୍ୱରିତ ଉଦ୍ଧାର କାର୍ଯ୍ୟ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର
ପଲ୍ୟୁସନ ବୋର୍ଡ ସଦସ୍ୟ ସଚିବଙ୍କୁ ଭେଟିଲା ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନ
ପୂଜାରେ ଡମପିଙ୍ଗ ୟାର୍ଡ଼କୁ ଅଳିଆଗାଡ଼ି ବନ୍ଦ ନକଲେ ଅନଶନ ନିଷ୍ପତି ଭୁବନେଶ୍ୱର ତା 14 ରିଖ l ସୈନିକସ୍କୁଲ ବେଆଇନ ବିଷାକ୍ତ ଅଳିଆ ଗଦା ସ୍ଥାନାନ୍ତର ପାଇଁ
vମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମକାର୍ଯ୍ୟକ୍ରମ
ଭୁବନ,୧୩: ମନରେ ଆଧ୍ୟାତ୍ମିକ ଚେତନା ଓ ସ୍ୱଚ୍ଛ ପରିବେଶକୁ ଆଧାର କରି ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଥିବା ମା’ ଚର୍ଚ୍ଚିକା ଦେବୀଙ୍କ ମନ୍ଦିର, ହନୁମାନ ମନ୍ଦିର
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭୀ” କାର୍ଯ୍ୟକ୍ରମ ଅନୁଷ୍ଠିତପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା
ବାଲିଅନ୍ତା,୧୩|୧୦( ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଶିକ୍ଷାଧିକାରୀ ଅଧିନ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରତାପଶାସନ କ୍ଲଷ୍ଟରର ସମସ୍ତ
ସ୍ନିଗ୍ଧା ଏକାଡ଼େମୀର କନ୍ୟାମାନଙ୍କ ଦ୍ୱାରାନବମାତୃକା ପୂଜା
ଭୁବନେଶ୍ୱର, ୧୨.୧୦ : ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ନବମାତୃକା ପୂଜାରେ ଭୁବନେଶ୍ୱର ସ୍ନିଗ୍ଧା ଏକାଡ଼େମୀର ଅଧ୍ୟକ୍ଷା ଶ୍ରୀମତୀ ବିିଚିତ୍ରା ରଥଙ୍କ ନେତୃତ୍ୱରେ ସର୍ବସୁଶ୍ରୀ ରାଜଶ୍ରୀ
@ ଏକାମ୍ର ମା’ ଦୁର୍ଗା ମହୋତ୍ସବ-୨୦୨୬ସ୍ମରଣିକା “ମହାଦେବୀ” ଉନ୍ମୋଚିତ
@ ବରିଷ୍ଠ ମୂର୍ତି କାରିଗର ଶ୍ରୀଯୁକ୍ତ ବିଦ୍ୟୁତ ପ୍ରଧାନ ଓ ବରିଷ୍ଠ ମେଢ କାରିଗର ଶ୍ରୀଯୁକ୍ତ ନବ କିଶୋର ବଟୁଙ୍କୁ “ମହାଦେବୀ ସମ୍ମାନ-୨୦୨୬” @ ଏକାମ୍ର ଭୁବନେଶ୍ଵର
“ମା”ଙ୍କୁ ପୂଜା ସମାଜ ସଂସ୍କାରର ଏକ ଦୃଢବାର୍ତ୍ତା
ବାଚସ୍ପତି ଶ୍ରୀମତୀ ପାଢୀଭଗବାନ ମୀନ ଅବତାର ଥିଲେ ମହର୍ଷି ଦୟାନନ୍ଦ : ପଦ୍ମଶ୍ରୀ ବାବା ବଳିଆଆର୍ଯ୍ୟସମାଜ ପକ୍ଷରୁ ନବମାତୃକା ପୂଜାମହାସମାରୋହରେ ଅନୁଷ୍ଠିତଭୁବନେଶ୍ୱର, ୧୧.୧୦ : ନବରାତ୍ରର ପ୍ରଥମ
ସୈନିକସ୍କୁଲ ପାଖରୁ ଡମ୍ପିୟାର୍ଡ଼ ହଟାଇବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ଆଦେଶର ତୁରନ୍ତ ପାଳନ ପାଇଁ ମୁଖ୍ୟସଚିବଙ୍କୁ ଭେଟିବ ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନ
ପୁଣି ଅଳିଆଗାଡ଼ି ବନ୍ଦ କରିବାପାଇଁ ନିଷ୍ପତି ଭୁବନେଶ୍ୱର ତା 11 ରିଖ l ସୈନିକସ୍କୁଲ ବେଆଇନ ବିଷାକ୍ତ ଅଳିଆ ଗଦା ପାଇଁ ଅଜି ସାରା ଦେଶରେ ଆମକୁ
ମା’ ଭଗବତୀ ଓ ମା’ ବିରଜାଈଙ୍କ ପ୍ରସିଦ୍ଧ ଭେଟଯାତ୍ରା
ଖୋର୍ଦ୍ଧା, ୧୧।୧୦, ବାଣପୁର ମା’ ଭଗବତୀଙ୍କ ଶାରଦୀୟ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପ୍ରସିଦ୍ଧ ଭେଟଯାତ୍ରା। ଆଶ୍ୱିନ ଅମାବାସ୍ୟାକୁ ଭେଟ ଅମାବାସ୍ୟା ବୋଲି କୁହାଯାଏ।ମା’ ଭଗବତୀ ଓ
ଟ୍ରାଫିକ ପୋଷ୍ଟ ଖାଲି! ସାଧାରଣ ଜନତାଙ୍କ ଜୀବନ ବିପଦରେ
ଭୁବନେଶ୍ୱର ତା 10/10/26 ରିଖ ରାଜ୍ୟ ସରକାର ଓ ଆମ କମିସନରେଟ ପୋଲିସ ସର୍ବଦା ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ଓ ଦୁର୍ଘଟଣା ଯେପରି ନ ହେବ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ
ଭୁବନେଶ୍ୱର ତା ୯।୧୦, ( ଏ ନ . ସି. ଇ.ଆର.ଟି )ପରିଚାଳିତ ଭୁବନେ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହିତ ଅନୁ ବନ୍ଧିତ୍ ପୂର୍ବାଞ୍ଚଳ ପାଇଁ ସର୍ବ
ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦଶ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ
ବୋଲଗଡ,୯ ।୧୦: ପିଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଗୁନିଆରେ ଶୁକ୍ରବାର ଦିନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଉତ୍କଳ ସ୍ୱାଭିମାନ
ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ, ୭୫ ବର୍ଷ ବୟସରେ ଶେଷ ନିଃଶ୍ୱାସ
ଭାରତୀୟ ସିନେମାର ବରିଷ୍ଠ ତଥା ପ୍ରତିଭାବାନ ଅଭିନେତା *ନାନା ପାଟେକର (ବିଶ୍ୱନାଥ ପାଟେକର)*ଙ୍କ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଥିବା ଖବର ପ୍ରକାଶ ପାଇଛି। ଉପଲବ୍ଧ ପ୍ରାରମ୍ଭିକ
ସିଲଭର ଗାନ୍ଧୀ ସମ୍ବର୍ଦ୍ଧିତ
ଭୁବନେଶ୍ୱର ତା 08/10/26 ସାରା ଭାରତବର୍ଷରେ ସ୍ୱଚ୍ଛ ଭାରତ ପଦଯାତ୍ରା ପାଇଁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଲଭର ଗାନ୍ଧୀ ଓରଫ ମୋହନ
କଳାଙ୍ଗ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ବୋଲଗଡ଼,୩।୧୦: ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କଳାଙ୍ଗ ସାଧନ କେନ୍ଦ୍ରର ସଂଯୋଜକ ବିଭୁ ପ୍ରସାଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଫିରିଫିରାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର
ଚିଲିକା ନିର୍ବାଚ଼ନ ମଣ୍ଡଳୀରେ କଂଗ୍ରେସ ଦଳ ତରଫରୁ ବନ୍ଦ ପାଳିତ ।
ଚିଲିକା, ୮।୧୦:ଓଡ଼ିଶା ରାଜ୍ୟ କଂଗ୍ରେସ ଦଳର ଆହ୍ବାନ କ୍ରମେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳିତ ହୋଇଯାଇଅଛି । ଚିଲିକା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଷୋଡଶ ଦିନାତ୍ମକ ପୂଜା 14 ଦିନରେ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ପରଲୋକ ।