ମୁଗୁପୁର ସମାଚାରର 15ତମ ବାର୍ଷିକ ଉତ୍ସବ ପାଳିତ

କେନ୍ଦୁଝର /ହାଟଡିହି /ମୁଗୁପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ମୁଗୁପୁର ଅଞ୍ଚଳରୁ ପ୍ରକାଶିତ ଖବରକାଗଜ ମୁଗୁପୁର ସମାଚାରର 15ତମ ସ୍ଵନକ୍ଷତ୍ର ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱ ଓ଼ ଇଂ ଲକ୍ଷ୍ମୀଧର ଜେନାଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା l ସଦସ୍ୟ ନରେନ୍ଦ୍ର ନାୟକ ଶ୍ଳୋକ ପାଠ କରିଥିଲେ l ଏହି ପରିପ୍ରେକ୍ଷୀରେ ମୁଗୁପୁର ସମାଚାରର ସ୍ୱତନ୍ତ୍ର ସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶାନ୍ତିନିକେତନର ପ୍ରାଧ୍ୟାପକ ସନତ କୁମାର ରଥ ଯୋଗ ଦେଇ ମୁଗୁପୁର ସମାଚାର ଆଗାମୀ ଦିନରେ ଲୋକଙ୍କ ସ୍ୱର ଭାବେ କାର୍ଯ୍ୟ କରିବ ବୋଲି ମତପ୍ରକାଶ କରିବା ସହିତ କେନ୍ଦୁଝର ମାଟିର କଳା, ସଂସ୍କୃତି ଓ଼ ରାଜନୀତି ସମ୍ବନ୍ଧୀୟ ଗୋଟିଏ ପୃଷ୍ଠା ସ୍ଥାନୀତ କରିବାକୁ ମତ ରଖିଥିଲେ l ପ୍ରତିଷ୍ଠାତା ଡ଼. ଇନ୍ଦ୍ରମଣି ସାହୁ ମୁଗୁପୁର ସମାଚାରର ଉଦ୍ଦେଶ୍ୟ ଓ଼ ଅଭିପ୍ରାୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l ମୁଗୁପୁର ଏକ ସଂସ୍କୃତି ଓ଼ ଐତିହ୍ୟ ସମ୍ପନ୍ନ ମାଟି l ଏ ମାଟିର ପ୍ରଗତି ଓ଼ ଉନ୍ନତି ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଡ଼ ସାହୁ ମତବ୍ୟକ୍ତ କରିଥିଲେ l ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ ସତ୍ୟ ଖବର ପ୍ରକାଶ ଉପରେ ଗୁରୁତ୍ୱ ଦେବା ସହିତ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ l ସମ୍ପାଦକ ମଦନ ମୋହନ ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ଖବରକାଗଜର ଦାୟିତ୍ୱ ଓ଼ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ l ଖବରକାଗଜ କିପରି ଅଧିକରୁ ଅଧିକ ଲୋକାଭିମୁଖୀ ହୋଇପାରିବ ସେଦିଗରେ ବିସ୍ତୃତ ଆଲୋଚନା କରିଥିଲେ l ଏହି ଅବସରରେ ବିଶିଷ୍ଠ ଶିକ୍ଷାବିତ, ସମାଜସେବୀ ତଥା ଖବରକାଗଜର ମୁଖ୍ୟ ଉପଦେଷ୍ଟା ଜୟନାରାୟଣ ମହାପାତ୍ରଙ୍କ ନାମରେ ‘ଜୟନାରାୟଣ ମହାପାତ୍ର ବୃତ୍ତି ସମ୍ମାନ’ ମାଟ୍ରିକ ପରୀକ୍ଷାରେ ହାଟଡିହି ବ୍ଲକରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ମୋନାଲିସା ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା l ମୁଗୁପୁର ଅଂଚଳର ସୁଚିସ୍ମିତା ସାହୁଙ୍କୁ ଓଡିଶୀ ନୃତ୍ୟଶିଳ୍ପୀଭାବେ ‘ମୁଗୁପୁର ପ୍ରତିଭା ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା l ସେହିପରି
ସାହିତ୍ୟିକ କୈଳାସ ଚନ୍ଦ୍ର ସାହୁ, ଐତିହାସିକ ତଥା ଚିତ୍ରଶିଳ୍ପୀ ରଙ୍କନାଥ ରାଉତ, ପରିବେଶବିତ ଗନ୍ଧର୍ଵସେନ ମହାନ୍ତିଙ୍କୁ ଉତ୍କର୍ଷତା ପାଇଁ ମାନପତ୍ର, ପୁଷ୍ପଗୁଛ ଓ଼ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା l ଉପଦେଷ୍ଟା ନୃସିଂହ ଚରଣ ପଣ୍ଡା, ରାମଚନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ସାହୁ, ପ୍ରଫୁଲ୍ଲ ମଣ୍ଡଳ ଓ଼ ଦିଲ୍ଲୀପ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ଦିଗଦର୍ଶନ ଦେଇଥିଲେ l ଶରତ ଚନ୍ଦ୍ର ଜେନା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଚନ୍ଦନ ପଣ୍ଡା l କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଆଞ୍ଚଳିକ ମୁଖ୍ୟ ହୃଷିକେଶ ରାଉତ ଓ଼ ମୁଖ୍ୟ ସଂଯୋଜକ ଜନ୍ମେଜୟ ଓଝା l କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସଦସ୍ୟ ସୁକାନ୍ତ କିଶୋର ରାଉତ, ଅଭିମନ୍ୟୁ ବିଶ୍ୱାଳ, ମାନସ ନାୟକ, ସଞ୍ଜୟ ପଣ୍ଡା, ବିନୋଦ ଦାସ, ଲିଙ୍କୁନ ପ୍ରଧାନ, ଶୁଭଶ୍ରୀ, ସୁପ୍ରିୟା ଜେନା, ସଂଜ୍ଞାସ୍ମିତା ଜେନା, ସନ୍ଧ୍ୟାସ୍ମିତା ଜେନା ଓ଼ ଜ୍ୟୋତିର୍ମୟୀ ଦଳେଇ ପ୍ରମୁଖ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page