ସମସ୍ୟାରେ ଜର୍ଜରିତ ପୁରୀ ରେଡ଼କ୍ରସ, ସମାଧାନ କେବେ?ବୈଠକ ଅନୁଷ୍ଠିତ

ପୁରୀ, ୬/୯: ସମୁଦ୍ର କୂଳରେ ଗାନ୍ଧୀପାର୍କ ରେ ପୁରୀ ରେଡକ୍ରସ୍ ର ସମସ୍ତ ଆଜୀବନ ସଦସ୍ୟ ଓ ସଦସ୍ୟା ମାନଙ୍କ ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶହେ ରୁ ଅଧିକ ପୁରୀ ରେଡକ୍ରସ୍ ର ସଦସ୍ୟ ଓ ସଦସ୍ୟା, ଅନେକ ବରିଷ୍ଠ ପୁରୁଣା ସଦସ୍ୟ ଓ ଆଇନଜୀବି ସାମ୍ବାଦିକ ଏହି ବୈଠକରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଜୀବନ ସଦସ୍ୟ ନୀଳାଚଳ ଦାସ, ଦୀପକ ପାତ୍ର, ମନୋରଞ୍ଜନ ଜେନା, ନାରାୟଣ ଦାଶ, ସମାଜସେବୀ ପ୍ରସନ୍ନ କୁମାର ଲେଙ୍କା, ବିଜୟ ପଟ୍ଟନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ସଭାରେ ମୁଖ୍ୟତଃ ପୁରୀ ରେଡକ୍ରସ୍ ରେ ଥିବା ସମସ୍ତ ଆଜୀବନ ସଦସ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏ ନେଇ ଆଗାମୀ ଦିନରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ରାଜ୍ୟ ଓ ଜିଲ୍ଲାମୁଖ୍ୟ ରେଡକ୍ରସ୍ ସହ ସମନ୍ୱୟ ନରହିବା, ପୁରୀ ଭଳି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ରେ ନିଜସ୍ୱ ଏକ କାର୍ଯ୍ୟାଳୟ ପ୍ରତିଷ୍ଠା ରେଡକ୍ରସ୍ ର ସମସ୍ତ ପ୍ରାଥମିକ ତାଲିମ ପ୍ରାପ୍ତ ଆଜୀବନ ସଦସ୍ୟ ମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ନିଜସ୍ୱ ପରିଚୟ ପତ୍ର ପ୍ରଦାନ ଓ ସବୁଠାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହାକି ପ୍ରତି ତିନି ବର୍ଷ ରେ ଏକଜୁକ୍ୟୁଟିଭ କମିଟି ଗଠନ ନ କରି ଦୀର୍ଘ ବର୍ଷ ରୁ ଅଧିକ ହେଲାଣି ଏହାର କାର୍ଯ୍ୟକାଳ ପୂରଣ ହୋଇଥିବା ସତ୍ୱେ ଏହାକୁ କାର୍ଯ୍ୟକାରୀ ନହେବାରୁ ପୁରୀ ରେଡକ୍ରସ୍ ରେ ଅନେକ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି । ଅନେକ କାର୍ଯ୍ୟକାରୀ କମିଟି ମେମ୍ବର ଏବେ ଦେହାନ୍ତ ଓ ଅନେକଙ୍କୁ କେବେ ଦେଖିବାକୁ ମିଳୁନାହିଁଁ କି କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳେନାହିଁ । ଏବେ ବାରବର୍ଷ ରୁ ଯୋଗ ୩/୪ ଜଣ ଅଛନ୍ତି ସେମାନଙ୍କ ବୟସ ର ସୀମା ଟପିଲାଣି, ସେମାନଙ୍କ ନିଜ ନିଜ ଭିତରେ କୌଣସି ତାରତମ୍ୟ ନରହିବା ଯୋଗୁଁ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ଭିତରେ ଅନେକ ସମସ୍ୟା ଉପୁଜୁଛି । ଅନେକ ସେମାନଙ୍କ ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି । ବୟସାଧିକ୍ୟ କାରଣରୁ ଅନେକ ଙ୍କୁ ଗାଳିଗୁଲଜ କରିବା ସହ ସଦସ୍ୟ ଙ୍କୁ ମାଡ଼ ବି ମାରିବାକୁ ପଛାଉନାହାନ୍ତି । ବିଗତ ଦିନରେ ନ୍ୟାୟାଳୟ ରେ କେସ୍ ବି ହେଇଛି । ଏଭଳି କରିବାଦ୍ୱାରା ଆମ ପୁରୀ ରେଡକ୍ରସ୍ ର ନାମ ମଧ୍ୟ ବଦନାମ ହେବାରେ ଲାଗିଛି । ଏହି ସବୁ ସମସ୍ୟା କୁ ନେଇ ଜିଲ୍ଲାପାଳ ଙ୍କୁ କାର୍ଯ୍ୟକାରି କମିଟି ପରିବର୍ତ୍ତନ ଖୁବ୍ ଶୀଘ୍ର କରାଯାଉ ବୋଲି ସମସ୍ତ ଆଜୀବନ ସଦସ୍ୟ ଙ୍କ ମତକୁ ନେଇ ନିଷ୍ପତ୍ତି କରାଯାଇଥିଲା ଓ ଯଦି ଏହା କୁ କାର୍ଯ୍ୟକାରୀ କରାନଯାଏ, ସମସ୍ତ ଆଜୀବନ ସଦସ୍ୟ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବେ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page