ଭୁବନ,(ବିମଳ କୁମାର ରଣାଙ୍କ ରିପୋର୍ଟ): ଶିଶିର ସାହୁଙ୍କ ବାସଗୃହ ସଂପୂର୍ଣ୍ଣ ଭାବେ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ କହ୍ନେଇପାଳ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡରେ ଘରର ସଂପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳିଛି। ଶିଶିର ସାହୁ ନିଜର ସଂପୂର୍ଣ୍ଣ ଘର ପୋଡ଼ିଯିବା ଦେଖି ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବାବେଳେ ତାଙ୍କୁ ସହାୟତା ତୁରନ୍ତ ପ୍ରଦାନ କରିବାକୁ ଅଂଚଳ ବାସୀ ଦାବି କରିଛନ୍ତି। ଘର ସଂପୂର୍ଣ୍ଣ ନିଆଁରେ ଜଳିଯିବା ପରେ ଏବେ ସେ ପାଖ ଏକ କୁକୁଡ଼ା ଫାର୍ମରେ ଆଶ୍ରୟ ନେଇଥିବା ଜଣାପଡିଛି।

ତେବେ ଏହି ଅଗ୍ନିକାଣ୍ଡ କେଉଁ କାରଣରୁ ଲାଗିଲା ତାହା ସଠିକ୍ ଭାବେ ଜଣାପଡିନଥିବାବେଳେ ଦିନରେ ଲାଗିଥିବା ଦେଖିବାକୁ ମିଳିଛି। ଏହି ଅଗ୍ନିକାଣ୍ଡରେ ଶିଶିର ସାହୁଙ୍କ ସମସ୍ତ ଜିନିଷ ଓ ଟଙ୍କା ପଇସା ସବୁ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏହିଭଳି ଏକ ଅଭାବନୀୟ ଘଟଣା ଶୁଣି ସମାଜସେବୀ ତଥା ସାମ୍ବାଦିକ ବିମଳ କୁମାର ରଣା ଓ ତାଙ୍କ ସହଯୋଗୀ ତଥା ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ବିକ୍ରମ ରଣା ଓ ସ୍ୱେଚ୍ଛାସେବୀ ବଳରାମ ସେନାପତି ଘଟଣାସ୍ଥଳରେ ପହଂଚି ଘଟଣା ବିଷୟରେ ବୁଝିବା ସହ ଆଶ୍ୱାସନା ଦେଇଥିଲେ ଏବଂ ରାସନ ସାମଗ୍ରୀ ପ୍ରଦାନ କରିଥିଲେ।