ଧଉଳି ବିକାଶ ମଞ୍ଚର ଦ୍ଵିତୀୟ ରଜ ସମାରୋହରୁକସାନା ଗୀତରେ ଦର୍ଶକ ବିଭୋର

ବାଲିଅନ୍ତା,୧୫|୬(ଗୋବର୍ଦ୍ଧନ ଦାସ):ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦଦେଶରେ ଧଉଳି ବିକାଶ ମଞ୍ଚ ପକ୍ଷରୁ ଦ୍ଵିତୀୟ ରଜ ମହୋତ୍ସବ ମହାସମାହୋରରେ ଅନୁଷ୍ଠିତ ହୋଇଯାଇଛି l ଉପଦେଷ୍ଟା ରହିନ୍ଦ୍ର କୁମାର ପାତ୍ର ଏବଂ ଆବାହକ ଚିନ୍ମୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ସନ୍ଧ୍ୟାରେ ଖ୍ୟାତିସମ୍ପନ୍ନ ରକଷ୍ଟାର ରୁକସାନାଙ୍କ ସମ୍ବଲପୁରୀ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ l ଗୋଟାକ ଗୋଟାକ ପରେ ଗୀତ ଗାଇ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ l

ଆଜିର କାର୍ଯ୍ୟକ୍ରମରେ ଅତିଥିଭାବେ ଖଦିବୋର୍ଡର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସମାଜସେବୀ ଆଲୋକ ସାହୁ, ରବି ମହାରଣା ପ୍ରମୁଖ ଯୋଗଦେଇ ଐତିହାସିକ ସ୍ଥଳରେ ଏଭଳି କାର୍ଯ୍ୟକ୍ରମ ଏକ ନିଆରା ବୋଲି କହିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page