ନରେନ୍ଦ୍ର ମୋଦି ଷ୍ଟାଡିୟରେ ଭାରତୀୟ ଟିମ ଲେଖିଛି ନୂଆ ଇତିହାସ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସତ ହୋଇଛି ହିଷ୍ଟ୍ରୀ ରିପିଟ, ହିଷ୍ଟ୍ରୀ ଡିଫିଟ ନାରା । କ୍ରମାଗତ ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଜିତିଛି ଟି-୨୦ ବିଶ୍ୱକପ । ରେକର୍ଡ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପକୁ ନିଜ ନାଁରେ କରିଛି । ୨୦୦୭ ଓ ୨୦୨୪ ଭଳି ୨୦୨୬ରେ ହିଷ୍ଟ୍ରୀକୁ ରିପିଟ କରି ଭାରତୀୟ ଟିମ । ପୂରା ବିଶ୍ୱର କୌଣସି ଟିମ ୩ଥର ବିଶ୍ୱକପ ଜିତି ନଥିବା ବେଳେ ଭାରତ ପ୍ରଥମଥର ପାଇଁ ଏପରି ସଫଳତା ନିଜ ନାଁରେ କରିଛି । ୨୦୦୭ରେ ମହେନ୍ଦ୍ର ସିଂହ ଧୋନି ଟି-୨୦ ବିଶ୍ୱକପ ଜିତିଥିବା ବେଳେ ୨୦୨୪ରେ ସଫଳତା ସାଉଁଟିଥିଲେ ରୋହିତ ଶର୍ମା । ଏବେ ଭାରତର ତୃତୀୟ ଅଧିନାୟକ ଭାବେ ସୂର୍ଯ୍ୟ କୁମାର ଇତିହାସରେ ନିଜ ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲେଖିଛନ୍ତି । ଆଜି ଯାଏ କୌଣସି ଟିମ ନିଜ ଦେଶ ବା ଘରୋଇ ମାଟିରେ ଟି-୨୦ ବିଶ୍ୱକପ ଜିତି ନଥିଲେ । କୌଣସି ଟିମ କ୍ରମାଗତ ଟି-୨୦ ବିଶ୍ୱକପ ଜିତି ନଥିଲେ । ଭାରତୀୟ ଟିମ କେବେ ବି ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ନଥିଲା । କିନ୍ତୁ ସେସବୁ ପୁରୁଣା କଥାକୁ ଇତିହାସର ଅନ୍ଧାରକୁ ଠେଲି ଦେଇଛି ଟିମ ଇଣ୍ଡିଆ । ଭାରତୀୟ ଟିମ ଆଗରେ ହିଷ୍ଟ୍ରୀକୁ ଡିଫିଟ ହୋଇଛି । ଭାରତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନୂଆ ରେକର୍ଡ କରିଛି । ନ୍ୟୁଜିଲ୍ୟାଣ୍ଡକୁ ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲରେ ୯୬ ରନରେ ହରାଇ ଭାରତ ବନି ଯାଇଛି ବିଶ୍ୱ ବିଜେତା । ୨୦୨୪ରେ ରୋହିତ ଶର୍ମା ବାର୍ବଡସରେ ଟି-୨୦ ବିଶ୍ୱକପ ଜିତି ସ୍ୱଦେଶ ଆଣିଥିଲେ । ଏବେ ସୂର୍ଯ୍ୟ କୁମାର ଯାଦବ ଭାରତରେ ଏହାକୁ ଜିତି ବିଦେଶକୁ ଟ୍ରଫି ଯିବାକୁ ଦେଇ ନାହାନ୍ତି । ଏଥିସହ ପବିତ୍ର ରମଜାନ ମାସରେ ପୂରା ଦେଶବାସୀଙ୍କୁ ଟି-୨୦ ବିଶ୍ୱକପ ଜିତି ଆଗୁଆ ଇଦି ମଧ୍ୟ ଦେଇଛି ଟିମ ଇଣ୍ଡିଆ । ଫାଇନାଲରେ ଭାରତ ରନ ବର୍ଷା କରି ୫ ୱିକେଟରେ ରେକର୍ଡ ୨୫୫ ରନ କରିଥିଲା । ଅଭିଷେକ ଶର୍ମାଙ୍କ ୨୧ ବଲରେ ୫୨, ସଞ୍ଜୁ ସାମସନଙ୍କ ୪୬ ବଲରେ ୮୯, ଈଶାନ କିଶନଙ୍କ ୨୫ ବଲରେ ୫୪ ଓ ଶିବମ ଦୁବେ ଶେଷ ଭାଗରେ ୮ ବଲରେ ଅପରାଜିତ ୨୬ ରନ କରିଥିଲେ । ଏହାପରେ ନ୍ୟୁଜିଲ୍ୟାଣ୍ଡ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରେକର୍ଡ ୨୫୬ ରନର ପିଛା କରିବାକୁ ଓହ୍ଲାଇଥିଲା । ପ୍ରଥମ ଓଭରରେ ବିସ୍ଫୋରକ ଫିନ ଆଲେନ କ୍ୟାଚ୍ ଦେଇଥିଲେ ହେଁ ଏହାକୁ ଦୁବେ ହାତ ଛଡ଼ା କରିଥିଲେ । ସେହିପରି ପାଣ୍ଡ୍ୟା ଦ୍ୱିତୀୟ ଓଭରରେ ୨୧ ରନ ଖର୍ଚ୍ଚ କରିଥିଲେ । କିନ୍ତୁ ତୃତୀୟ ଓଭରୁ ନ୍ୟୁଜିଲ୍ୟାଣ୍ଡର ପତନ ଆରମ୍ଭ ହୋଇଥିଲା । ବଡ଼ ଶଟ ଖେଳିବାକୁ ଯାଇ ଫିନ ଆଲେନ(୯) ଅକ୍ଷର ପଟେଲଙ୍କ ବଲରେ ଆଉଟ ହାଇଥିଲେ ।ପରବର୍ତୀ ଓଭରର ପ୍ରଥମ ବଲରେ ଯଶପ୍ରୀତ ବୁମ୍ରାଙ୍କ ଶିକାର ବନିଥିଲେ ରଚିନ ରବୀନ୍ଦ୍ର । ଡବଲ ୱିକେଟ ପରେ ମଧ୍ୟ ଟିମ ସେଇଫର୍ଟ କାଉଣ୍ଟର ଆଟାକ ଜାରି ରଖିଥିଲେ । ଏସବୁ ଭିତରେ ଅକ୍ଷର ପଟେଲ ୫ ରନ କରି ଦେଇଥିବା ଗ୍ଲେନ ଫିଲିପ୍ସଙ୍କୁ ବୋଲ୍ଡ କରିଥିଲେ । ୪୭ ରନରେ ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ ହରାଇଥିଲେ ହେଁ ସୈଫଫର୍ଟ ମାତ୍ର ୨୩ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଗିୟର ବଦଳାଇବାକୁ ଚେଷ୍ଟା କରିଥିଲେ ହେଁ ୯ମ ଓଭରର ପ୍ରଥମ ବଲରେ ତାଙ୍କୁ ବରୁଣ ଚକ୍ରବର୍ତୀ ପ୍ୟାଭିଲିୟନ ପଠାଇ ଦେଇଥିଲେ । ସେଇଫର୍ଟ ୨୬ ବଲରେ ୫୨ ରନ କରିଛନ୍ତି । ସୈଇଫର୍ଟଙ୍କ ପୂର୍ବରୁ ପାଣ୍ଡ୍ୟା ନିଜର ଦ୍ୱିତୀୟ ଓଭରରେ ମାର୍କ ।ମ୍ପମାନ(୩)ଙ୍କୁ ବୋଲ୍ଡ କରିଥିଲେ ।ନ୍ୟୁଜିଲ୍ୟାଣ୍ଡ ୮.୧ ଓଭରରେ ୫ ୱିକେଟ ହରାଇ ୭୨ ରନ କରିଥିବା ବେଳେ ଦୁଇ ଅଭିଜ୍ଞ ଖେଳାଳି ମିଚେଲ ସାନ୍ଟନର ଓ ଡାରେଲ ମିଚେଲ ସ୍ଥିତି ସମ୍ଭାଳିଥିଲେ । ଉଭୟ କାଉଣ୍ଟର ଆଟାକ କରି ୧୨ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୧୧୯ରେ ପହଞ୍ଚାଇ ଦେଇଥିଲେ । ୧୩ତମ ଓଭରର ପ୍ରଥମ ବଲରେ ଅକ୍ଷରଙ୍କ ବଲରେ ପାଣ୍ଡ୍ୟାଙ୍କ ପାଖକୁ ଅତି ସହଜ କ୍ୟାଚ ଯାଇଥିଲେ ହେଁ ଏହାକୁ ସେ ହାତ ଛଡ଼ା କରିଥିଲେ । ପରବର୍ତୀ ବଲରେ ସାଉଣ୍ଟର ଚୌକା ମାରିଥିଲେ । କିନ୍ତୁ ସେହି ଓଭରର ୫ମ ବଲରେ ମିଚେଲ(୧୭)ଙ୍କୁ କ୍ୟାଚ୍ ଆଉଟ କରି ଅକ୍ଷର ପଟେଲ ନ୍ୟୁଜିଲ୍ୟାଣ୍ଡକୁ ୬ଷ୍ଠ ଝଟକା ଦେଇଥିଲେ । ୧୬ତମ ଓଭରରେ ଯଶପ୍ରୀତ ବୁମ୍ରା ସଂଘର୍ଷ କରୁଥିବା ଜିମ୍ମି ନୀଶମ(୮)ଙ୍କ ଦଣ୍ଡାମେଲା କରି ଦେଇଥିଲେ । ନ୍ୟୁଜିଲ୍ୟାଣ୍ତ ୧୪୧ରେ ୭ମ ୱିକେଟ ହରାଇଥିଲା । ପରବର୍ତୀ ବଲରେ ବୁମ୍ରା ସମାନ ଢଙ୍ଗରେ ମ୍ୟାଟ ହେନରୀଙ୍କୁ ମଧ୍ୟ ବୋଲ୍ଡ କରିଥିଲେ । ହ୍ୟାଟ୍ରିକ ବଲରେ ସେ ସ୍ଲୋୟର ୟକର୍ସ ପକାଇଥିଲେ ହେଁ ଲକି ଫର୍ଗୁସନ ଏହାକୁ ଅଟକାଇ ଦେବାକୁ ସକ୍ଷମ ହୋଇଥିଲେ ।
ପୁଣି ଇତିହାସ ରଚିଲା ଭାରତ ଟି-୨୦ ବିଶ୍ୱକପ୍ ରେ ଭାରତ ବିଶ୍ୱବିଜେତା
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ହିନ୍ଦୁ-ମୁସଲିମ୍ ଭାଇଚାରାର ଅନନ୍ୟ ଉଦାହରଣ: ମାଣିକାଗୋଡ଼ା ଦଶହରା
ମାଣିକାଗୋଡ଼ା, ଖୋର୍ଦ୍ଧା: ଧର୍ମ ଅଲଗା, କିନ୍ତୁ ହୃଦୟ ଏକ। ହିନ୍ଦୁ-ମୁସଲିମ୍ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼
ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ
ଭୁବନ: ମନରେ ଆଧ୍ୟାତ୍ମିକ ଚେତନା ଓ ସ୍ୱଚ୍ଛ ପରିବେଶକୁ ଆଧାର କରି ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଥିବା ମା’ ଚର୍ଚ୍ଚିକା ଦେବୀଙ୍କ ମନ୍ଦିର, ହନୁମାନ ମନ୍ଦିର
ଦଶହରା ଅବସରରେ ଗୋ ସେବା କାର୍ଯ୍ୟକ୍ରମ
ଭୁବନ: (Bimal Kumar Rana) ଭୁୁବନ୍ ବ୍ଲକ୍ତ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗୋସେବା କାର୍ଯ୍ୟକ୍ରମ । ପବିତ୍ର ଦୁର୍ଗା ପୂଜା ଅବସରରେ ସାମାଜିକ ଅନୁଷ୍ଠାନ
ମୁଗୁପୁର ସମାଚାରର 15ତମ ବାର୍ଷିକ ଉତ୍ସବ ପାଳିତ
କେନ୍ଦୁଝର /ହାଟଡିହି /ମୁଗୁପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ମୁଗୁପୁର ଅଞ୍ଚଳରୁ ପ୍ରକାଶିତ ଖବରକାଗଜ ମୁଗୁପୁର ସମାଚାରର 15ତମ ସ୍ଵନକ୍ଷତ୍ର ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ଓଝାଙ୍କ
ରାଜ୍ୟସ୍ତରୀୟ ୧୨୧ ତମ ସତ୍ୟପ୍ରିୟ ମହାନ୍ତି ଜୟନ୍ତୀ ପାଳିତ
ବାଲିଅନ୍ତା,୨୧|୧୦(ଗୋବର୍ଦ୍ଧନ ଦାସ): ଜଣେ ସମର୍ପିତ ମଣିଷ ଏବଂ ନବ ଓଡିଶା ନିର୍ମାତାର ଅନ୍ୟତମ ବିନ୍ଧାଣି ଥିଲେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି ।
ନବରାତ୍ର ପୂଜା ଅବସରରେ ବରିଷ୍ଠ କଳାକାର ସମ୍ବର୍ଦ୍ଧନା।
ଖୋର୍ଦ୍ଧା,୧୯।୧୦:ଚିଲିକା ସଂଗୀତ ନାଟକ ଏକାଡେମୀ, ବାଲୁଗାଁ ଆୟୋଜିତ ନବରାତ୍ରପୂଜା ଅବସରରେ କୁମାରୀପୂଜା ଓ କଳାକାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂକଳ୍ପଧାରିଣୀ ଏକାଡେମୀର ସମ୍ପାଦିକା ସୁନିତା ଜେନାଙ୍କ
ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ନୃସିଂହ ଚରଣ ସାମନ୍ତସିଂହାରଙ୍କ ସ୍ମୃତି ସଭା |
ଖୋର୍ଦ୍ଧା,୧୯।୧୦: ଚିଲିକା-ବାଣପୁର ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ସାଂସଦ ତଥା ଓଡିଶା ଭାଗଚାଷ ଆନ୍ଦୋଳନର ପୁରୋଧା ସ୍ବର୍ଗତ ଡାକ୍ତର ନୃସିଂହଚରଣ ସାମନ୍ତସିଂହାରଙ୍କର ସ୍ମୃତି ସଭା ନୃସିଂହ
ଆଦର୍ଶ ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ
ବୋଲଗଡ଼, ୧୮।୧୦:ବୋଲଗଡ଼ ଶିକ୍ଷା ବ୍ଳକ ଅନ୍ତର୍ଗତ ଅସରଳା ସ୍ଥିତ ହରିହର ବିଦ୍ୟାପୀଠର ଆଦର୍ଶ ପ୍ରଧାନଶିକ୍ଷକ କ୍ଷେତ୍ରମୋହନ ରଣାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ସମାଜସେବୀ
ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଷୋଡଶ ଦିନାତ୍ମକ ପୂଜା 14 ଦିନରେ
ଭୁବନେଶ୍ୱର ତା 16 ରିଖ l ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଅଧିଷ୍ଠାତ୍ରୀ ଦେବୀ ମା' ହରଚଣ୍ଡୀଙ୍କର ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଆଜି 14 ଦିନରେ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ପରଲୋକ ।
ଖୋର୍ଦ୍ଧା,୧୬ I୧୦:ଓଡ଼ିଶା ବିଭିନ୍ନ ପାଲା ମଞ୍ଚରେ ଗାୟକ ମାନଙ୍କ ଦ୍ୱାରା ବୋଲା ଯାଉଥିବା ବିଦଗ୍ଧ କବିତା "ଅପରେସନ କୋଇଲି"ର ରଚ଼ୟତା ସ୍ବର୍ଗତ ଗାୟକ ରତ୍ନ ଲୋକନାଥ କରଙ୍କ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ପରଲୋକ ।
ଖୋର୍ଦ୍ଧା,୧୬ I୧୦:ଓଡ଼ିଶା ବିଭିନ୍ନ ପାଲା ମଞ୍ଚରେ ଗାୟକ ମାନଙ୍କ ଦ୍ୱାରା ବୋଲା ଯାଉଥିବା ବିଦଗ୍ଧ କବିତା "ଅପରେସନ କୋଇଲି"ର ରଚ଼ୟତା ସ୍ବର୍ଗତ ଗାୟକ ରତ୍ନ ଲୋକନାଥ କରଙ୍କ
ପ୍ରତାପଶାସନ ଡିଗ୍ରୀ କଲେଜରେଦିବ୍ୟରଞ୍ଜନ ସଭାପତି, ସୌମ୍ୟରଞ୍ଜନ ଉପସଭାପତିଛାତ୍ରସଂସଦ ନିର୍ବାଚନ ଫଳାଫଳ
ବାଲିଅନ୍ତା,୧୫|୧୦(ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅଧିନ ବାଳକାଟି ସ୍ଥିତ ପ୍ରତାପଶାସନ ଡିଗ୍ରୀ କଲେଜରେ ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି।ଆଜି ୮ ଟାରୁ ଅପରାହ୍ନ ୨ ଟା
ରାଉରକେଲାରେ ରେଳବାଇର ମିଳିତ ମକ୍ ଡ୍ରିଲ୍…ବିପର୍ଯ୍ୟୟ ମୁକାବିଲା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟର ପ୍ରସ୍ତୁତି ଉପରେ ଗୁରୁତ୍ୱ…..
ରେଳବାଇରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା, ତ୍ୱରିତ ଉଦ୍ଧାର କାର୍ଯ୍ୟ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର
ପଲ୍ୟୁସନ ବୋର୍ଡ ସଦସ୍ୟ ସଚିବଙ୍କୁ ଭେଟିଲା ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନ
ପୂଜାରେ ଡମପିଙ୍ଗ ୟାର୍ଡ଼କୁ ଅଳିଆଗାଡ଼ି ବନ୍ଦ ନକଲେ ଅନଶନ ନିଷ୍ପତି ଭୁବନେଶ୍ୱର ତା 14 ରିଖ l ସୈନିକସ୍କୁଲ ବେଆଇନ ବିଷାକ୍ତ ଅଳିଆ ଗଦା ସ୍ଥାନାନ୍ତର ପାଇଁ
vମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମକାର୍ଯ୍ୟକ୍ରମ
ଭୁବନ,୧୩: ମନରେ ଆଧ୍ୟାତ୍ମିକ ଚେତନା ଓ ସ୍ୱଚ୍ଛ ପରିବେଶକୁ ଆଧାର କରି ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଥିବା ମା’ ଚର୍ଚ୍ଚିକା ଦେବୀଙ୍କ ମନ୍ଦିର, ହନୁମାନ ମନ୍ଦିର
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭୀ” କାର୍ଯ୍ୟକ୍ରମ ଅନୁଷ୍ଠିତପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା
ବାଲିଅନ୍ତା,୧୩|୧୦( ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଶିକ୍ଷାଧିକାରୀ ଅଧିନ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରତାପଶାସନ କ୍ଲଷ୍ଟରର ସମସ୍ତ
ସ୍ନିଗ୍ଧା ଏକାଡ଼େମୀର କନ୍ୟାମାନଙ୍କ ଦ୍ୱାରାନବମାତୃକା ପୂଜା
ଭୁବନେଶ୍ୱର, ୧୨.୧୦ : ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ନବମାତୃକା ପୂଜାରେ ଭୁବନେଶ୍ୱର ସ୍ନିଗ୍ଧା ଏକାଡ଼େମୀର ଅଧ୍ୟକ୍ଷା ଶ୍ରୀମତୀ ବିିଚିତ୍ରା ରଥଙ୍କ ନେତୃତ୍ୱରେ ସର୍ବସୁଶ୍ରୀ ରାଜଶ୍ରୀ
@ ଏକାମ୍ର ମା’ ଦୁର୍ଗା ମହୋତ୍ସବ-୨୦୨୬ସ୍ମରଣିକା “ମହାଦେବୀ” ଉନ୍ମୋଚିତ
@ ବରିଷ୍ଠ ମୂର୍ତି କାରିଗର ଶ୍ରୀଯୁକ୍ତ ବିଦ୍ୟୁତ ପ୍ରଧାନ ଓ ବରିଷ୍ଠ ମେଢ କାରିଗର ଶ୍ରୀଯୁକ୍ତ ନବ କିଶୋର ବଟୁଙ୍କୁ “ମହାଦେବୀ ସମ୍ମାନ-୨୦୨୬” @ ଏକାମ୍ର ଭୁବନେଶ୍ଵର
“ମା”ଙ୍କୁ ପୂଜା ସମାଜ ସଂସ୍କାରର ଏକ ଦୃଢବାର୍ତ୍ତା
ବାଚସ୍ପତି ଶ୍ରୀମତୀ ପାଢୀଭଗବାନ ମୀନ ଅବତାର ଥିଲେ ମହର୍ଷି ଦୟାନନ୍ଦ : ପଦ୍ମଶ୍ରୀ ବାବା ବଳିଆଆର୍ଯ୍ୟସମାଜ ପକ୍ଷରୁ ନବମାତୃକା ପୂଜାମହାସମାରୋହରେ ଅନୁଷ୍ଠିତଭୁବନେଶ୍ୱର, ୧୧.୧୦ : ନବରାତ୍ରର ପ୍ରଥମ
ସୈନିକସ୍କୁଲ ପାଖରୁ ଡମ୍ପିୟାର୍ଡ଼ ହଟାଇବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ଆଦେଶର ତୁରନ୍ତ ପାଳନ ପାଇଁ ମୁଖ୍ୟସଚିବଙ୍କୁ ଭେଟିବ ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନ
ପୁଣି ଅଳିଆଗାଡ଼ି ବନ୍ଦ କରିବାପାଇଁ ନିଷ୍ପତି ଭୁବନେଶ୍ୱର ତା 11 ରିଖ l ସୈନିକସ୍କୁଲ ବେଆଇନ ବିଷାକ୍ତ ଅଳିଆ ଗଦା ପାଇଁ ଅଜି ସାରା ଦେଶରେ ଆମକୁ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର