ବାଲୁଗାଁ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଟ୍ରକ୍-ଇକୋ ମୁହାଁ ମୁହିଁ

ଚିଲିକା,୯।୫:ଆଜି ସକାଳେ ୧୬ ନମ୍ବର ଜାତୀୟ ରାଜପଥର ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ନିକଟସ୍ଥ ଓଭର ବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି I ଜାତୀୟ ରାଜପଥ କାମ ଯୋଗୁଁ ଗୋଟିଏ ପାର୍ଶ୍ଵରେ ଯାତାୟତ କରୁଥିବା ଗାଡି ଯୋଗୁଁ ଏପରି ଅବସ୍ଥା ଘଟିଛି । ଘଟଣାରୁ ପ୍ରକାଶ ଜାତୀୟ ରାଜପଥର ମରାମତି ଯୋଗୁଁ ୧୬ନମ୍ବର ଜାତୀୟ ରାଜପଥର ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ନିକଟ ଓଭରବ୍ରିଜ ଠାରେ ବାଲୁଗାଁରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଇକୋ ଗାଡିଟି ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ

ଯାଉଥିବା ମାଲବାହୀ ଟ୍ରକ୍ ସହିତ ମୁହାଁମୁହିଁ ହୋଇଥିଲା ଯାହା ଫଳରେ ଇକୋ ଗାଡିରେ ୪ ଜଣ ମହିଳାଙ୍କ ସମେତ ୫ ଜଣ ବସିଥିଲେ । ଗାଡିଟି ଦୁଃର୍ଘଟଣା ଯୋଗୁଁ ସେମାନେ ଆହାତ ହୋଇଥିଲେ । ଦୁଃର୍ଘଟଣା ଯୋଗୁଁ ଓଭରବ୍ରିଜରେ କିଛି ସମୟ ଗଡି ମଟରର ଯାତୟାତ ବନ୍ଦ ହୋଇଥିଲା । ଖବର ପାଇ ବାଲୁଗାଁ ପୋଲିସ ଓ ପେଟ୍ରୋଲିଂ ଗାଡିଟି ଘଟଣାସ୍ଥଳରେ ପହଞ୍ଚିଥିଲା । ଆହାତମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇବା ସହ ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚାଲୁ ରଖିଅଛି ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page