ବେଆଇନ ବାଲି ପରିବହନରେ ଟ୍ରାକ୍ଟର ଜବତ,ଚାଳକ ଗିରଫ।

ବାଲିଅନ୍ତା ୦୪/୦୬(ଗୋବର୍ଦ୍ଧନ ଦାସ):- ଧଉଳି ଥାନାର ଏଏସ୍‌ଆଇ ମନ୍ମଥ କୁମାର ବେହେରାଙ୍କ ରିପୋର୍ଟ ଉପରେ ଉପରୋକ୍ତ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।ସୂଚନାଯୋଗ୍ୟ ଯେ, ଆଜି ତା. ୦୪.୦୬.୨୦୨୬ ରିଖ ପ୍ରାୟ ରାତି ୧୨:୫୦ ମିନିଟ୍ ସମୟରେ ଧଉଳି ଥାନା ପୁଲିସ ଟିମ୍ ଟିକରପଡ଼ା ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ ଓ ଗାଡ଼ି ଯାଞ୍ଚ କରୁଥିବା ବେଳେ ବାଲି ବୋଝେଇ ଏକ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ସିଙ୍ଗିବରହାମପୁର ର ଟୁନିଆ ଉର୍ଫ ତ୍ରିଲୋଚନ ବେହେରା(୪୦) ବାଲି ପରିବହନ ସମ୍ବନ୍ଧୀୟ କୌଣସି ବୈଧ ଦସ୍ତାବିଜ, ମାଇନିଂ ପରମିଟ୍, ଟ୍ରାଞ୍ଜିଟ୍ ପାସ୍ କିମ୍ବା କ୍ଷୁଦ୍ର ଖଣିଜ ପଦାର୍ଥ ପରିବହନ ପାଇଁ ଆବଶ୍ୟକ “ୱାଇ” ଫର୍ମ ଦାଖଲ କରିପାରିନଥିଲେ। ଫଳରେ ଉକ୍ତ ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରଲିକୁ (ଡ଼ାଲା) ଜବତ କରାଯାଇଥିଲା।ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ କୌଣସି ବୈଧ ଅନୁମତି, ଲାଇସେନ୍ସ କିମ୍ବା ପରମିଟ୍ ବିନା ବେଆଇନ ଭାବେ ବାଲି ପରିବହନ କରୁଥିଲେ। ପଚରାଉଚରା ସମୟରେ ଅଭିଯୁକ୍ତ ପ୍ରକାଶ କରିଥିଲେ ଯେ, ଟ୍ରାକ୍ଟରର ପଞ୍ଜୀକୃତ ମାଲିକଙ୍କ ସ୍ୱାମୀ ଅଶ୍ୱିନୀ ମଙ୍ଗରାଜଙ୍କ ନିର୍ଦ୍ଦେଶରେ ସେ ବାଲି ପରିବହନ କରୁଥିଲେ ଏବଂ ଏପରି ବେଆଇନ ବାଲି ପରିବହନ ପୂର୍ବରୁ ମଧ୍ୟ ଏକାଧିକ ଥର କରାଯାଇଥିଲା। ତଦନ୍ତରୁ ଆହୁରି ସ୍ପଷ୍ଟ ହୋଇଥିଲା ଯେ, ଏପରି ବେଆଇନ ଖନନ ଓ ପରିବହନ ଯୋଗୁଁ ସରକାରୀ ରାଜସ୍ୱର କ୍ଷତି ଘଟୁଥିଲା।ଅଭିଯୁକ୍ତଙ୍କ ବିରୋଧରେ ଅପରାଧ ସ୍ପଷ୍ଟ ହେବାରୁ ତାଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ବେଆଇନ ବାଲି ପରିବହନ ଚକ୍ର ସହ ଜଡ଼ିତ ଅନ୍ୟ ବ୍ୟକ୍ତିମାନଙ୍କ ସମ୍ପୃକ୍ତି ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page