ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ବତ ମଞ୍ଚର ୧୦ମ ବାର୍ଷିକୋତ୍ସବ ଅନୁଷ୍ଠିତ

ଭୁବନେଶ୍ବର : ଆଜି ସ୍ଥାନୀୟ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପରିସରରେ  ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ବତ ମଞ୍ଚର ଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ପ୍ରମୁଖ ଅତିଥି ବିଶିଷ୍ଟ  ଶିକ୍ଷାବିତ୍ ଡଃ ଦିଗରାଜ ବ୍ରହ୍ମା’  ପ୍ରବୁଦ୍ଧ ଅତିଥି ଗବେଷକ ଭାଗୀରଥି ମହାସୁଆର,  ପ୍ରବୀଣ ଅତିଥି ଖ୍ୟାତାନାମା ଶିଶୁସାହିତ୍ୟିକ ଡଃ ରାମଚନ୍ଦ୍ର ଦେଓ ଏବଂ ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ ଯୋଗଦେଇ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିଭିନ୍ନ ଦିଗ  ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିଶୁସାହିତ୍ୟିକ କୁଞ୍ଜବିହାରୀ ସାହୁଙ୍କର ପୁସ୍ତକ ‘ଜୀବନର ନକ୍ସା’ ଉନ୍ମାେଚିତ ହୋଇଥିଲା । ଶେଷରେ ବରିଷ୍ଠ ଶୁସାହିତ୍ୟିକ ରଘୁନନ୍ଦନ ମହାପାତ୍ର, ଶାମୁକାର ସଂପାଦକ ଲୋକନାଥ ମାହାରୀ ଓ କୁନି ଚିତ୍ରଶୀଳ୍ପି ଅଂଶୁକ୍ ପଣ୍ଡାଙ୍କୁ ୨୦୨୬ ପାଇଁ ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି  ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଷ୍ଠାନର ଉପସଭାପତି ଷଷ୍ଠୀ ପ୍ରସାଦ ମହାରଣା ଓ ସଂଗଠନ ସଂପାଦକ ସୁଦର୍ଶନ ଜେନା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page