କଳାହାଣ୍ଡି,୧୨|୪ (ପ୍ୟାରିଲାଲ ଦୁର୍ଗା ) ଆସନ୍ତା ଜନଗଣନା କାର୍ଯ୍ୟକୁ ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ଧର୍ମଗଡ଼ ଅଞ୍ଚଳର ତାଲିମ ପ୍ରାପ୍ତ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକମାନଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଜନଗଣନା ଦେଶର ଏକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ ପ୍ରଶାସନିକ ପ୍ରକ୍ରିୟା, ଯାହା ଉପରେ ଭବିଷ୍ୟତ ଯୋଜନା ଓ ନୀତି ନିର୍ମାଣ ନିର୍ଭର କରେ । ସେଥିପାଇଁ ସଠିକ୍ ଓ ପ୍ରମାଣିତ ତଥ୍ୟ ସଂଗ୍ରହ କରି ବା ନାକାରୀମାନଙ୍କର ମୁଖ୍ୟ ଦାୟିତ୍ଵ। ଏହା ପାଇଁ ଶିକ୍ଷକମାନଙ୍କୁ ପୂର୍ବରୁ ବିଶେଷ ତାଲିମ ଦିଆଯାଇଥୁଲା, ଯାହା ତାଙ୍କୁ ଦାୟିତ୍ଵ ସଠିକ୍ ଭାବେ ପାଳନ କରିବାରେ ସହାୟତା କରିବ। ଜନଗଣନା ଅଧିକାରୀ ତଥା ଧର୍ମଗଡ଼ ତହସିଲଦାର କୀର୍ତିଚନ୍ଦ୍ର ପ୍ରଧାନ ଧର୍ମଗଡ ତହସିଲ କାର୍ଯ୍ୟାଳୟ ରେ ନିଯୁକ୍ତ

ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ସହ କ୍ରୁଦାୟିତ୍ଵ ପାଳନ ସମ୍ବନ୍ଧୀୟ ଦିଗରେ ମୂଲ୍ୟବାନ ମାର୍ଗଦର୍ଶନ ଦେଇଥିଲେ। ଏଥିସହ ନିଯୁକ୍ତି ଗଣନାକାରି ଆସନ୍ତା ୧୬, ୧୭, ୧୮ ତିନି ଦିନ ଧରି ଘରଗଣନା କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଦେଶ ଦିଆଯାଇଥୁବା ସୂଚନା ରହିଛି । ପରେ ପର୍ଯ୍ୟାୟକ୍ରମେ ଜନସଂଖ୍ୟା ଗଣନା କାର୍ଯ୍ୟ କରାଯିବ। ଏହି କାର୍ଯ୍ୟକୁ ସମୟ ସୀମା ମଧ୍ୟରେ ଓ ସଠିକ୍ ଭାବେ ସମ୍ପନ୍ନ କରିବାକୁ ସମସ୍ତ ନିଯୁକ୍ତ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଯୁକ୍ତି ପତ୍ର ପ୍ରଦାନ ସମୟରେ ଶ୍ରୀ ପ୍ରଧାନ ଶିକ୍ଷକମାନଙ୍କୁ ସମୟନିଷ୍ଠା, ସତ୍ୟନିଷ୍ଠା ଓ ନିଷ୍କାପୂର୍ଣ ସେବାଭାବ ସହ କାମ କରିବାକୁ ଆହ୍ୱାନ କରିଥିଲେ। ଜନସାଧାରଣଙ୍କ ସହ ସମ୍ମାନପୂର୍ଣ ଓ ସହଯୋଗମୂଳକ ବ୍ୟବହାର କରିବା ଆବଶ୍ୟକ, ଯାହା ଫଳରେ ଲୋକମାନେ ସୁଇଚ୍ଛାରେ ସଠିକ୍ ତଥ୍ୟ ଯୋଗାଇ ପାରିବେ ବୋଲି ମଧ୍ୟ କହିଥିଲେ।

(ପ୍ୟାରିଲାଲ ଦୁର୍ଗା, Utkal bulletin)