କଳାହାଣ୍ଡି,୧୭|୪(ପ୍ୟାରିଲାଲ ଦୁର୍ଗା):ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ ପାଳିତ ହୋଇ ଯାଇଛି |ଏହି ଦିବସ ପାଳନ ଅବସରରେ ଦଳୀୟ ବରିଷ୍ଠ ନେତା ଥବିର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜନ କରାଯାଇଥିଲା |ମୁଖ୍ୟ ଅତିଥି ଭାବେ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ପୁଷ୍ପେନ୍ଦ୍ର ସିଂହଦେଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ଧର୍ମଗଡ ବିଜୁ ଜନତା ଦଳର ବ୍ଲକ ସଭାପତି ଡାକେ ଲହଜଲ, ରାଜ୍ୟ ସମ୍ପାଦିକା ହୀରା ବାଗ,ଜିଲ୍ଲା ଉପ ସଭାପତି ଥବିର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ରାଜୁ ଅଗ୍ରୱାଲ ଉପସ୍ଥିତ ଥାଇ ପ୍ରଥମେ ବିଜୁ ବାବୁଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଳା ଅର୍ପଣ କରି ଦୀପ ଦାନ କରିଥିଲେ। ଏହି ଦିବସ ରେ କଲମ ପୁର ବ୍ଲକ ସଭାପତି ଅଭି ବାଗ,କୋକସରା ବ୍ଲକ ସଭାପତି ସୁଶାନ୍ତ ବେହେରା, ଧର୍ମଗଡ ମହିଳା ସଭାନେତ୍ରୀ ମମତାଗୋପାଳ,କଲମପୁର ସଭାନେତ୍ରୀ ମଧୁ ଛନ୍ଦା,ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ନାଏକ,ପ୍ରଶାନ୍ତ ତିୱାରୀ,ବେଣୁ ନାଏକ, ପଞ୍ଚକ ପୋଡ,ଜିଲ୍ଲା ପରିଷଦ ସଭ୍ୟ ଗୋପୀ ମହାନନ୍ଦ,ଶଙ୍କର ଯଏଡ, ହେମନ୍ତ ମାଝୀ,ନିବେଦିତା ହଂସ, ଦୁହିତା ମାଝୀ,ବୈଜୟନ୍ତୀ ପୁଝାରୀ, ରତନ ନାଏକ,ରାଜେନ୍ଦ୍ର ଭୋଇ, ଯୁବ ନେତା ଭବାନୀ ବଣିଆ, ଭବେଶ ଗୟଂନ୍ତା ଉପସ୍ଥିତ ରହି ବିଜୁ ବାବୁଙ୍କ ର ଶ୍ରୁତି ଚାରଣ କରିଥିଲେ |ଆଜିର ଏହି ଦିବସ ର ମଂଚ ପରିଚାଳନା ବରିଷ୍ଟ ଆଇନ ଯିବି ରାଜେନ୍ଦ୍ର ମୁନି କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ ଭଏସାଲ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ |

ପ୍ୟାରିଲାଲ ଦୁର୍ଗା,କଳାହାଣ୍ଡି