ଭୁବନେଶ୍ୱର 18ଏପ୍ରିଲ :ଚଳିତ ବର୍ଷ CBSE ଦଶମ ରେଜଲ୍ଟ ପ୍ରକାଶ ପାଇଛି l ଏଥର ରାଜ୍ୟରେ ମୋଟ ଛାତ୍ର ଛାତ୍ରୀ 741ଟି ସ୍କୁଲ ରୁ 65204ଜଣ ଛାତ୍ର ଛାତ୍ରୀ ପଞ୍ଜିକରଣ କରିଥିଲେ, ସେମାନଙ୍କ ମଧ୍ୟରୁ 64900ଜଣ ପରୀକ୍ଷା ଦେଇଥିଲେ l ଏବଂ 60788ଜଣ ଛାତ୍ର ଛାତ୍ରୀ ପାସ କରିଛନ୍ତି l ଏଥର ମଧ୍ୟ ଛାତ୍ର ଙ୍କ ତୁଳନାରେ ଛାତ୍ରୀ ମାନେ ଆଗରେ ଅଛନ୍ତି l ଏଥର ଓଡିଶା ରେ ମୋଟ ପାସ ହାର ଶତକଡା 93.66% ରହିଛି l ରାଜ୍ୟ ପାଇଁ ଗୌରବର ବିଷୟ ଯେ ଓଡିଶା ର ଝିଅ ଦେଶର ଟପର ହୋଇପାରିଛି, ପୁରୀ ମଦର ପବ୍ଲିକ ସ୍କୁଲର ଛାତ୍ରୀ (ଟିନା ରଥ )ସମସ୍ତ ରେକଡ଼ ଭାଙ୍ଗିଦେଇଛନ୍ତି ସେ ମୋଟ ମାର୍କ 500ରୁ 500ନମ୍ବର ରଖି ରାଜ୍ୟ ପାଇଁ ଏବଂ ସ୍କୁଲ ର ଗୌରବ ମାନ ବଢ଼େଇଛନ୍ତି l କାରଣ ସେ ଦେଶ ର ଟପର ହୋଇଛନ୍ତି l ଆମେ ତାଙ୍କ ସହ ଯୋଗାଯୋଗ କରିଥିଲୁ ଯେ ଏହି ସଫଳତାର ଶ୍ରେୟ କାହାକୁ ଦେବେ, ସେ କହିଥିଲେ ସର୍ବ ପ୍ରଥମେ ମୁଁ ମୋ ସ୍କୁଲ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଏବଂ ମୋ ବାପା ମା ମୋ କୋଚିଂ ସେଣ୍ଟର l ମୁଁ ଦିନକୁ ପ୍ରାୟ ଦଶ ରୁ ବାର ଘଣ୍ଟା ପରିଶ୍ରମ କରେ, ଯାହା ହେଉ ଆଜି ମୋ ପରିଶ୍ରମ ର ଫଳ ମୋତେ ମିଳିଲା l
priyabrata Barik, UTKAL BULLETIN