ଚିଲିକା,୧୬।୪: ସ°ପୁରସ୍ଥିତ ପାଞ୍ଚଗଡ ସୃଜନଶୀଳ ସମିତି ଆନୁକୂଲ୍ୟରେ ଏବଂ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ବୋଲଗଡ଼ ସଦର ମହକୁମା ସ୍ଥିତ ରୟାଲ କୋଚିଙ୍ଗ ସେଣ୍ଟର ଠାରେ ଓଡ଼ିଆ ନବବର୍ଷ ଆଜି ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ଥାନା ଅଧିକାରୀ ସୁକାନ୍ତ କୁମାର ଦଳାଇ, ମୁଖ୍ୟ ବକ୍ତା ଭାବେ ବୋଲଗଡ଼ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ କାଳୀଚରଣ ଜୟସିଂହ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ଧନେଶ୍ଵର ବିଧାର, ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପୀତବାସ ଲେଙ୍କା, ମାଣିକାଗୋଡା ସରକାରୀ ଚିକିତ୍ସାଳୟର ଆୟୁଷ ଡାକ୍ତର ମଧୁମିତା ଷଡ଼ଙ୍ଗୀ , ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା, ଚିଲିକା ବ୍ଳକ ମାଧ୍ୟମିକ ଶିକ୍ଷକ ସଂଘର ସମ୍ପାଦକ କୁନା ମହତ୍ୱ, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁରେନ୍ଦ୍ର ବେହେରା ଯୋଗ ଦେଇଥିଲେ।

ଶିକ୍ଷକ ମନମୋହନ କହଲସି°ହ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫୁଲ୍ଲ କୁମାର ସିଂହ ସଂଯୋଜନା କରିଥିଲେ। ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଧୂପ ଦୀପ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସର୍ବପ୍ରଥମେ ଉପସ୍ଥିତ ଅତିଥି ଓ ସଭ୍ୟ ସଭ୍ୟା ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳଜନନୀ ଗାନ କରାଯିବା ପରେ ସଭାପତି ଙ୍କ ନିର୍ଦ୍ଦେଶକ୍ରମେ ଉପସ୍ଥିତ ସଭ୍ୟ ସଭ୍ୟା ମାନେ ଓଡ଼ିଆ ନବବର୍ଷ ର ମହତ୍ତ୍ୱ ଆଧାରିତ ସ୍ବରଚିତ କବିତାମାନ ପାଠ କରିଥିଲେ। ଅତିଥି ମାନେ ଓଡ଼ିଆ ଭାଷା ଆନ୍ଦୋଳନର ଇତିହାସ କୁ ପ୍ରକାଶ କରି ଓଡ଼ିଆମାନଙ୍କ ମଧ୍ୟରେ ନବ ଜାଗରଣ ସୃଷ୍ଟି କରିଥିଲେ। ଓଡ଼ିଆ ଖାଦ୍ୟ, ଓଡ଼ିଆ ପର୍ବପର୍ବାଣି, ଓଡ଼ିଆ ଦେବତା ଜଗନ୍ନାଥ ମହାପ୍ରଭୁ ତଥା ଓଡ଼ିଆ ଭାଷାର ବ୍ୟବହାର, ଓଡ଼ିଆ ଭାଗବତ ଟୁଙ୍ଗି ସ୍ଥାପନ ପୂର୍ବକ ଓଡ଼ିଆ ଭାଗବତର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଅତିଥିମାନଙ୍କୁ ପାରମ୍ପରିକ ପାନୀୟ ଭାବେ ବେଲ ପଣା ଓ ଦହି ସରବତ ବଣ୍ଟନ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ଓଡ଼ିଆ ତର୍କ , ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଶତାଧିକ ବ୍ୟକ୍ତି ଯୋଗଦେଇ ଓଡ଼ିଆ ନବବର୍ଷ ପାଳନ କରିଥିଲେ।

ସମିତି ର ଉପସଭାପତି ନିରଞ୍ଜନ ନାୟକ, ସମ୍ପାଦକ ସମ୍ବିତ କେଦାର କର,ଯୁଗ୍ମ ସମ୍ପାଦକ ଶିଶିର ରଞ୍ଜନ ମହାପାତ୍ର,ଶିକ୍ଷକ ସୁକାନ୍ତ କୁମାର ଜେନା, ପ୍ରଧାନ ଶିକ୍ଷକ ଭିକାରୀ ପୁଷ୍ଟି, ଉପଦେଷ୍ଟା ଡମ୍ବରୁଧର ଦାସ,ବାନାମ୍ବର ଷଡ଼ଙ୍ଗୀ, କିଶୋର ଚନ୍ଦ୍ର ସାହୁ, ସମାଜସେବୀ ଚିତ୍ତରଞ୍ଜନ ମିଶ୍ର, ଜୟରାମ ଦାସ,ଇ°କର୍ପୂର ସାହୁ, ବ୍ରଜବନ୍ଧୁ ବେହେରା, ପ୍ରଧାନ ଶିକ୍ଷକ କ୍ଷେତ୍ରବାସୀ ରଣା, ରବିନ୍ଦ୍ର ସାଥୁଆ, ଅଭିମନ୍ୟୁ ପଲେଇ, ସହଦେବ ସୁବୁଦ୍ଧି,ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ, ବିଭୁପ୍ରସାଦ ମହାପାତ୍ର, ପ୍ରଫୁଲ୍ଲ କୁମାର ଦାସ , ଦୁର୍ଗା ପ୍ରସାଦ ସୁବୁଦ୍ଧି,ବିଜୟ କୁମାର ସାହୁ,ଶୈଲେନ ପଟ୍ଟନାୟକ, ଶିକ୍ଷୟିତ୍ରୀ ଉଷାରାଣୀ ସେନାପତି,ଅନୀତା ପ୍ରିୟଦର୍ଶିନୀ ,ପ୍ରଧାନ ଶିକ୍ଷୟିତ୍ରୀ ଶୈବାଲିକା ମଲିକ,ସଭ୍ୟା ଗାୟତ୍ରୀ ସାମନ୍ତରାୟ , ସଭ୍ୟ ଅବିନାଶ ମହାନ୍ତି ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାରସାହୁ, ଶିକ୍ଷକ ଅଶୋକ ଦାସ ପ୍ରମୁଖ ସହଯୋଗ କରିଥିଲେ।ଶିକ୍ଷକ ଅପର୍ତି ଅଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ।

ଚିଲିକା ପ୍ରତିନିଧି, ଦିଲ୍ଲୀପ କୁମାର ଶତପଥୀ