ବଉଳାବନ୍ଧରେ ରାମନାଟକ ଉଦ୍‌ଯାପିତ।

ଚିଲିକା,୧୬ I୪: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧସ୍ଥ ବିଜେ ଶ୍ରୀ ଶ୍ରୀରଘୁନାଥ ଦେବଙ୍କ ପୀଠରେ ଅନୁଷ୍ଠିତ ଶ୍ରୀରାମ ନାଟକ(ରାମଲୀଳା) ର ଉଦ୍‌ଯାପନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଅଛି । ଏହା ଆଜକୁ ୮ ୭ ବର୍ଷ ଧରି ମଞ୍ଚସ୍ଥ ହେଉଅଛି । ଚୈତ୍ର ମାସ ଶୁକ୍ଳପକ୍ଷ ଶ୍ରୀରାମ ନବମୀ ଠାରୁ ୨୧ ଦିନ ବ୍ୟାପୀ ରାତ୍ର ସମୟରେ ଶ୍ରୀରାମନାଟକ ମଞ୍ଚସ୍ଥ ହୋଇଥିଲା । କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରି ଦର୍ଶକମାନଙ୍କର ହୃଦୟକୁ ଜିଣିଥିଲେ ।

ଶ୍ରୀରାମ ନବମୀ ଦିନ ମାନସୀକ ଧାରୀ ଭକ୍ତମାନେ ମାନସୀକ କରି ଠାକୁରଙ୍କ ପାଖେ କୁମ୍ଭ ବସାଇ ଥିଲେ।ଉଦ୍ ଯାପନୀ ଉତ୍ସବରେ ମାନସୀକ ଧାରି ମାନେ ନିଜେ ଯେ ଯାହାର କୁମ୍ଭକୁ ମସ୍ତକରେ ଧରି ଗ୍ରାମ୍ୟ ପରିକ୍ରମା କରିବା ପରେ ପୁଷ୍କରଣୀରେ ବିସର୍ଜନ କରି ଥିଲେ । ଚଳିତ ବର୍ଷ ସମୁଦାୟ୧୫୨୩ଟି କୁମ୍ଭ ବସା ଯାଇଥିଲା । ପୁରୀ, କଟକ, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ଭକ୍ତମାନେ ଆସି କୁମ୍ଭ ବିସର୍ଜନରେ ଯୋଗ ଦେବା ସହ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କୁ ଦର୍ଶନ କରି ତାଙ୍କର କୃପା ଭିକ୍ଷା କରି ଥିଲେ।ଶ୍ରୀରାମ ନବମୀ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇ ଥିବାରୁ ଯାତ୍ରା କମିଟିର ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page