ଲୋକସଭା ଏବଂ ବିଧାନସଭା ସିଟ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର 16ଏପ୍ରିଲ :2029ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେବାକୁ ଯାଉଛନ୍ତି l ଯାହାକି ଲୋକସଭା ଏବଂ ବିଧାନସଭା ସିଟ ସଂଖ୍ୟା ବୃଦ୍ଧି l ସଂସଦ ରେ ପାରିତ ହେବ ଏହି ବିଲ ତେଣୁ ସବୁ ରାଜନୈତିକ ଦଳ ମାନଙ୍କୁ ବୈଠକରେ ଯୋଗଦେବାକୁ କୁହାଯାଇଛି l ଏହି ବିଲ ପାରିତ ହେଲେ ଲୋକସଭା ଆସନ ସଂଖ୍ୟା 543ରୁ 850କୁ ବୃଦ୍ଧି ପାଇବl ସମ୍ଭାବନା ରହିଛି l ଏବଂ ଓଡିଶା ରେ ମଧ୍ୟ୍ୟ ଲୋକସଭା ଆସନ 21ରୁ 31କିମ୍ବା 32ବଢ଼ିପାରେ l ସୀମା ପୁନଃନିର୍ଦ୍ଧାରଣ ହେଲେ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଆସିବ, ଡ଼ିଲିମିଟେସନ ବିଲ 2026 l ଏହି ପରିପ୍ରେକ୍ଷୀରେ ବିଲ ପାରିତ ହେଲେ ଆସନ ସଂଖ୍ୟା ବଢ଼ିପାରେ l ଆସନ ସଂଖ୍ୟା ଶତକଡା 50ଭାଗ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି l ଏହି ସଂଖ୍ୟା ବଢିଲେ ଦେଶରେ ଅନେକ ନିର୍ବାଚନ ମଣ୍ଡଳୀ ଭାଙ୍ଗି ନୂତନ ନିର୍ବାଚନ ମଣ୍ଡଳୀ ଗଠନ କରାଯିବ l

ଏହାରି ମଧ୍ୟରେ ଓଡିଶାରେ ବିଧାନସଭା ଆସନ ସଂଖ୍ୟା 73ରୁ 74ଟି ବୃଦ୍ଧି ହୋଇ ପୂର୍ଵରୁ ଯେଉଁ 147ବିଧାନସଭା ଆସନ ସଂଖ୍ୟା ଥିଲା ତାହା ବୃଦ୍ଧି ପାଇ 220କିମ୍ବା 221ହବ l ସେହିପରି ଲୋକସଭା ଆସନ ସଂଖ୍ୟା 21ରୁ 31କିମ୍ବା 33ହୋଇପାରେ l ଭାଙ୍ଗିପରେ ବଡ଼ ବଡ଼ ନିର୍ବାଚନ ମଣ୍ଡଳୀ, ଭୁବନେଶ୍ୱର ଓ କଟକ ଲୋକସଭା ଆସନରେ ହୋଇପାରେ ବଡ଼ ପରିବର୍ତନ ଏବଂ କେ ବି କେ ଅଞ୍ଚଳରେ ମଧ୍ୟ ନୂତନ ଆସନ ସୃଷ୍ଟି ହୋଇପାରେ l କଳାହାଣ୍ଡି, ବଲାଙ୍ଗୀର, ଓ କୋରାପୁଟରେ ବଢିବ ଆସନ ସଂଖ୍ୟା l ଓଡିଶା ରେ ପାଖାପାଖି ଆଠଟି ଲୋକସଭା ଆସନ ପ୍ରଭାବିତ ହୋଇପରେ l ଆସିକା, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଆସନ ଭାଙ୍ଗି ନୂତନ ଆସନ ହୋଇପାରେ l ଲୋକସଭା ଆସନ ହେଲାପରେ ସେହି ଆଧାରରେ ବିଧାନସଭା ଆସନ ସୀମା ନିର୍ଦ୍ଧାରଣ ହେବ ଏବଂ ନୂତନ ବିଧାନସଭା ଗୃହରେ 300 ବିଧାୟକ ବସିବା ପାଇଁ ବ୍ୟବସ୍ଥା ରହିବ l

ଭୁବନେଶ୍ୱର ରୁ ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ (ଉତ୍କଳ ବୁଲେଟିନ )

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page