ଭୂବନେଶ୍ଵର,୨୧/୦୫:ମାସିକ ପତ୍ରିକା ବାଣୀଚିିତ୍ର ତାର ୫୮ତମ ପୂର୍ତ୍ତି ଉତ୍ସବ ରବୀନ୍ଦ୍ର ମଣ୍ଡପ ଠାରେ ୧୮/୫/୨୦୨୬ ତାରିଖ ସଂଧା ରେ ପାଳନ କରିଥିଲା ଏହି ଅବସରରେ, ଉତ୍ସବକୁ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ ଉଦ୍ଘାଟନ କରିଥିବା ବେଳେ, ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସ୍ଵରଜ । ଓଡ଼ିଶା ର କଳା କ୍ଷେତ୍ର ଓ ସିନେମା ଜଗତରେ ଅଂଶଗ୍ରହଣ କରିଥିବା କଳାକାର ମାନଙ୍କୁ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୨୦୨୫ ମସିହା ନଭେମ୍ବର ମାସ ୨୧ ତାରିଖରେ ସିନେମା ହଲ୍ ରେ ରିଲିଜ ହୋଇଥିଲା ଏକ ଭିନ୍ନ ଧରଣର ହରର୍ ମୁଭି ଯାହାର ନାମ ଥିଲା” ଦର୍ପଣ” ଏହି ସିନେମା ରେ ପ୍ରଥମ କରି ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ସହ ନିଜେ ମଧ୍ୟ ମୂଖ୍ୟ ନାୟକ ହିସାବରେ ଅଭିନୟ କରିଥିଲେ । ୨୦୧୫ ମସିହା ଠାରୁ ଅଭିନୟ ଜଗତରେ ପାଦ ଥାପିଥିଲେ । ପିଲାଟି ବେଳୁ ଅଭିନୟ ପ୍ରତି ଦୁର୍ବଳତା ରହି ଆସୁଥିଲା, ସ୍କୁଲ ହେଉ କିମ୍ବା କଲେଜ୍ ରେ ସେ ଅଭିନୟ କ୍ଷେତ୍ର ରେ ନିଜର ଅଭିନୟ ର ଯାଦୁ ଦେଖାଇ ଶିକ୍ଷକ ଏବଂ ଶିକ୍ଷତ୍ରୀ ମାନଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ । ପାଠପଢ଼ା ସହ ନିଜର ଅଭିନୟକୁ କେମିତି ଆଗକୁ ବଢିବେ ସେ କ୍ଷତ୍ରରେ ସବୁବେଳେ ଚେଷ୍ଠା ଜାରୀ ରଖୁଥିଲେ । ନିର୍ଦ୍ଦେଶନା ଏବଂ ଅଭିନୟ କୁ ଆଗକୁ ନେବା ପାଇଁ ଦୀଲ୍ଲୀ NIT ରୁ ପାସ୍ ଆଉଟ୍ ହୋଇଛନ୍ତି। ଏକ ମଧ୍ୟବୀତ ପରିବାରରୁ ଆସି ଏତେ ସଂଘର୍ଷ କରି ଆଜି ଏହି ସ୍ଥାନରେ ପହଞ୍ଚିପାରିଛନ୍ତି । ତାଙ୍କର ନିଷ୍ଠା ଏବଂ ପରିଶ୍ରମ ଆଜି ଆଉ ଏକ ପାହାଚ ଚଢି ବାକୁ ଯାଉଛିନ୍ତି । ସୁନ୍ଦର ଚେହେରା ସାଙ୍ଗକୁ ଷ୍ଟାଇଲିସ୍ ଲୁକ୍, ବିଡି ଫିଟ୍ ନେସ୍ ପାଇଁ ଅଭିନୟ କ୍ଷେତ୍ରରେ ତାଙ୍କୁ ଆଗକୁ ଆଗକୁ ନେଇ ଚାଲିଛି ।

ପିଲାଟି ଦିନରୁ ତାଙ୍କର ଏକ ସ୍ୱପ୍ନ ଥିଲା କି ଦିନେ ନା ଦିନେ ମୁଁ ହୀରୋ ହେବି, ଆଜା ତାହା ସେ ସ୍ୱପ୍ନ କୁ ସାକାର କରିପାରିଛନ୍ତି। ସେ ମଧ୍ୟ ବହୁ ଆଗରୁ ଅଭିନୟ ହେଉ କିମ୍ବା ନିର୍ଦ୍ଦେଶନା କ୍ଷେତ୍ରରେ ଓଲିଉଡ୍ ଜଗତରେ ମ୍ୟୁଜିକ୍ ଭିଡ଼ିଓ, ଆଲବମ୍ ଜଗତରେ ନିଜର ପାରଦର୍ଶୀତା ଦେଖେଇ ସାରିଛନ୍ତି । ଏହି ଅବସରରେ ତାଙ୍କୁ “ବାଣୀଚିତ୍ର ସମ୍ମାନ” ରେ ୨୦୨୬ ବର୍ଷ ପାଇଁ ଶ୍ରେଷ୍ଠ ନବାଗତ ନାୟକ ରେ ହିସାବ ରେ ସମ୍ମାନୀତ କରାଯାଇଛି । ଏହି ସମ୍ମାନ ପାଇବା ପରେ,ଭାରତ ପୁଷ୍ପରାଗ କହିଛନ୍ତି ଯେ ଦଶିକ ମାନଙ୍କ ଭଲ ପାଇବା ଏବଂ ଓଡ଼ିଶା ବାସୀ ଙ୍କ ସ୍ନେହ,ଆର୍ଶୀବାଦ ଏବଂ ଭଲ ପାଇବା ରହଲେ ମୁଁ ଆଗକୁ ଆଗକୁ ଭଲ ସିନେମା ଭେଟି ଦେବୀ । ଏବଂ ଆଗକୁ ଓଡିଆ ସିନେମା ଜଗତ ଉନ୍ନତି କରୁ ଏବଂ ନୂଆ ନୂଆ କଳାକାର ମାନେ ଆସନ୍ତୁ । ଭାରତ କହିଛନ୍ତି ଯେ ଆଗକୁ ମୁଁ ନିର୍ଦ୍ଦେଶନା ଦେବା ସହ ନାୟକ ଭୂମିକା ରେ ଅଭିନୟ ଜାରି ରଖିବି ।
ଭୂବନେଶ୍ଵର ରୁ ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ {ଉତ୍କଳ ବୁଲେଟିନ୍}