ଚିଲିକା,୧୯।୫:ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡାପଞ୍ଚାୟତ ଓ ଦେଓଗାଁଁ ପଞ୍ଚାୟତ ଅଧିନସ୍ଥ ପଙ୍କାଳ ଏବଂ ମହତପଲ୍ଲା ଗ୍ରାମର ଆରାଧ୍ୟ ଦେବୀ ମା’ ଖିଲାମୁଣ୍ଡା ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଅନ୍ତିମ ଦିବସରେ ଏଗାର ଦୁର୍ଗା, ଗୋପୀନାଥ ଦେବ ଏବଂ ବାଙ୍କାନିଧିଦେବଙ୍କ ମହାମେଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଗତ ଶନିବାର ଅଙ୍କୁରାରୋପଣ ହୋଇଥିବାବେଳେ ରବିବାର କଳସ ଯାତ୍ରା ଏବଂ ଯଜ୍ଞ ଆରମ୍ଭ ହୋଇଥିଲା ।ସୋମବାର ପ୍ରାତଃରୁ ସୂର୍ଯ୍ୟ ପୂଜା, ସାଲା ପୂଜା,ସହ ଯଜ୍ଞ ଆରମ୍ଭ ହୋଇ ମଙ୍ଗଳବାରେ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା I ଏହି ଅବସରରେ ନଗର କୀର୍ତନ ସହିତ ପୂର୍ଣ୍ଣାହୁତି ଦିବସରେ ମା ‘ଖିଲାମୁଣ୍ଡା ଦେବୀଙ୍କ ନିମନ୍ତ୍ରଣ ପାଇ ଆଖପାଖ ଅଞ୍ଚଳର ଏଗାର ଦେବୀ ମା’ ‘ଖିଲାମୁଣ୍ଡା ବିଜେ ପଙ୍କାଳ, ମା ‘ବୁଢୀମା ବିଜେ ରାହାଣବେଲି, ମା ‘ଉତରାୟଣୀ ବିଜେ ବିଞ୍ଝାଳା, ମା ‘ବ୍ରାହ୍ମଣିଦେବୀ ବିଜେ ଝରିଆଟାଙ୍ଗୀ, ମା ‘ବ୍ରାହ୍ମଣୀଦେବୀ ବିଜେ କରଡ଼ାପଲ୍ଲୀ, ମା

‘ବ୍ରାହ୍ମଣୀଦେବୀ ବିଜେ ଗମ୍ଭାରୀମୁଣ୍ଡା, ମା ‘ ଆଙ୍କୁଲେଇ ବିଜେ ଗମ୍ଭାରୀମୁଣ୍ଡା, ମା ‘ବ୍ରାହ୍ମଣିଦେଵି ବିଜେ ତୋଟା, ମା ‘ ଶୁଳିଆ ଦେବୀ ବିଜେ ଓଡଗାଁ, ମା ‘ ବଞ୍ଚାବତୀ ଦେବୀ ବିଜେ ଗାଲୁଆ, ମା ‘ ତାରେଣୀ ବିଜେ ଗୋପୀନାଥ ପ୍ରସାଦ,ଶ୍ରୀ ଗୋପୀନାଥ ଦେବ ବିଜେ ପଙ୍କାଳ, ଶ୍ରୀ ବାଙ୍କନିଧିଦେବ ବିଜେ ପଙ୍କାଳ ପ୍ରମୁଖ ସୁସର୍ଜିତ ବିମାନ ସହିତ ଶୋଭାଯାତ୍ରାରେ ଆସି ସ୍ଥାନୀୟ ମେଳଣ ପଡିଆକୁ ବିଜେ କରାଯିବା ପରେ ସମସ୍ତ ଦେବା ଦେବୀ ସ୍ୱସ୍ଥାନରେ ବିଜେ କରିଥିଲେ I ଏହାପରେ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା ହରିବୋଲ, ହୁଳହୁଳି, ମୃଦଙ୍ଗ, ଓ ଘଣ୍ଟଘଣ୍ଟା କାହାଳି ଶବ୍ଦରେ ମେଳଣସ୍ଥଳ ପ୍ରକମ୍ପିତ ହୋଇଉଠିଥିଲା । ଏହି ଯଜ୍ଞ ଦୀର୍ଘବର୍ଷ ଧରି ପାଳିତ ହୋଇଆସୁଅଛି I ଏହାକୁ ପଙ୍କାଳ ଏବଂ ମହତ ପଲ୍ଲା ଗ୍ରାମବାସୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଗମ୍ଭାରୀମୁଣ୍ଡା ପୋଲିସ ବିଟ ହାଉସ ର ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି