ନୂଆଗାଁରେ ପାମେଲା ଓ ଧଉଳିରେ ଇରାଙ୍କ ଗୀତରେ ଝୁମିଲେ ଦର୍ଶକନୂଆଗାଁ ଓ ଧଉଳି ବିକାଶ ମଞ୍ଚରେ ରଜ ମହୋତ୍ସବ ଉଦଯାପିତ

ବାଲିଅନ୍ତା,୧୬|୬(ଗୋବର୍ଦ୍ଧନ ଦାସ):ରଜ ପର୍ବର ଶେଷ ଦିନରେ ଧଉଳି ବିକାଶ ମଞ୍ଚରେ ଓଲିଉଡ଼ର ପ୍ରଖ୍ୟାତ କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚରେ ବଲିଉଡର ଖ୍ୟାତିସମ୍ପର୍ଣ୍ଣ କଣ୍ଠଶିଳ୍ପୀ ପାମିଲା ଜୈନଙ୍କ ଗୀତରେ ଝୁମିଛନ୍ତି ଦର୍ଶକ l ୨ କଣ୍ଠଶିଳ୍ପୀ ଗୋଟାକ ପରେ ଗୋଟାଏ ହିଟ ଗୀତ ଗାଇ ଦର୍ଶକଙ୍କୁ ବିଭୋର କରିଥିଲେ l ଧଉଳି ବିକାଶ ମଞ୍ଚ ପକ୍ଷରୁ ଉପଦେଷ୍ଟା ରବିନ୍ଦ୍ର ପାତ୍ର ଏବଂ ଚିନ୍ମୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଜିର ଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଲୁଲୁ ବଡ଼ଜେନା, ଏକାମ୍ର ବିଧାୟକ ବାବୁ ସିଂ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ l ୩ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଯୁବତୀ ମାନେ ରଜଦୋଳି ଖେଳିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ରଜ ଉତ୍ସବକୁ ଉପଭୋଗ କରିଥିଲେ l ସେହିପରି ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚର ସମ୍ପାଦକ ଚିନ୍ମୟାନନ୍ଦ ବଡ଼ଜେନାଙ୍କ ସଭାପତିତ୍ୱରେ ୪ ଦିନ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା, ଚଳଚିତ୍ର ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ମହାପାତ୍ର, କର୍ପୋରେଟର ଶିବନାରାୟଣ ରାୟ ପ୍ରମୁଖ ଯୋଗଦେଇଥିଲେ l ୪ ଦିନ ଧରି ଯୁବତୀ ମାନେ ମଧ୍ୟ ଏଠାରେ ଦୋଳି ଖେଳିବା ସହ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇଥିଲେ l ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page