ବାଳକାଟି ଉମା ମାର୍ଶାଲ ଆର୍ଟର ୬ ଜଣ ପିଲା ପାଇଲେ ୧୮ ମେଡାଲ

ବାଲିଅନ୍ତା, ୮ / ୮ ହାଇଦ୍ରାବାଦ ଲକ୍ଷ୍ମୀ ଗାର୍ଡେନ ଅଡିଟୋରିୟରେ ଅନୁଷ୍ଠିତ ଦ୍ଵିତୀୟ ଆନ୍ତର୍ଜାତୀୟ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ବାଳକାଟି ଉମା ମାର୍ଶାଲ ଆର୍ଟର ୬ ଜଣ ପ୍ରତିଯୋଗୀ ୧୮ଗୋଟି ମେଡାଲ ଜିତି ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି l
କୋଚ୍ ଉମାକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ କଠୋର ପ୍ରଶିକ୍ଷଣ ଫଳରେ ଏହି ସଫଳତା ସମ୍ଭବ ହୋଇପାରିଛି। ସୁଦେଷ୍ଣା ଶୁଭ ଦର୍ଶିନୀ ୨ଟି ସ୍ୱର୍ଣ୍ଣ, ୧ଟି କାଂସ୍ୟ
ଶ୍ରୀ କୁମାର ଅଭିଷେକ ଭୋଇ ୧ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୧ଟି କାଂସ୍ୟ ଆଦିତ୍ୟ ନମନ ମହାନ୍ତି ୧ଟି ସ୍ୱର୍ଣ୍ଣ,୨ଟି ରୌପ୍ୟ ଭବେଶ କୁମାର ମହାନ୍ତି ୧ଟି ସ୍ୱର୍ଣ୍ଣ,୧ଟି ରୌପ୍ୟ ଓ ୧ଟି କାଂସ୍ୟ,
ଆଶିଷ କୁମାର ବାରିକ ୧ଟି ସ୍ୱର୍ଣ୍ଣ,୧ଟି ରୌପ୍ୟ ଓ ୧ଟି କାଂସ୍ୟ, ଆଶୀର୍ବାଦ ବେହେରା ୧ଟି ସ୍ୱର୍ଣ୍ଣ , ୧ଟି ରୌପ୍ୟ ଓ ୧ଟି କାଂସ୍ୟ, ଖୋର୍ଦ୍ଧା ଜିଲ୍ଲାର ବାଲକାଟି ପରି ଏକ ସ୍ଥାନରୁ ବାହାରି ଆନ୍ତର୍ଜାତୀୟ ସ୍ତରରେ ଏତେ ବଡ଼ ସଫଳତା ହାସଲ କରିଥିବାରୁ କୋଚ୍ ଉମାକାନ୍ତ ବେହେରାଙ୍କ ସମେତ ସମସ୍ତ ବିଜେତା ଖେଳାଳିଙ୍କୁ ସ୍ଥାନୀୟ ଅଞ୍ଚଳବାସୀ, କ୍ରୀଡ଼ାପ୍ରେମୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭୂୟସୀ ପ୍ରଶଂସା ଏବଂ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭବ୍ୟ ସମ୍ବର୍ଧନା ଉତ୍ସବ ବାଳକାଟି ବଜାର ସ୍ଥିତ ଯୁବଶ୍ରୀ କ୍ଲବରେ ସମାଜସେବୀ ରଞ୍ଜନ କୁମାର ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ସମ୍ମାନୀତ ଅଥିତି ଭାବେ ପରିବେଶବିତ ଲକ୍ଷ୍ମୀଧର ପ୍ରଧାନ, ସମାଜସେବୀ ବେଣୁଧର ଭୋଇ, ଡ଼ ମାନବ ମଧୁଜିତ, ଵାଳକାଟି ବିଜେପି ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ସ୍ବାଇଁ, ପ୍ରାକ୍ତନ କ୍ରିଡ଼ା ଶିକ୍ଷକ ଆଜାଦ୍ ଖାନ୍ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା ପ୍ରକୁତିବନ୍ଧୁ ଦିନବନ୍ଧୁ ଭୋଇ କରିଥିବା ବେଳେ ଗୋପାଳ ବେହେରା ସହଯୋଗ କରିଥିଲେ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page