ଚିଲିକା, ୫ । ୯: ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡଳସ୍ଥ ଯୁବଜ୍ୟୋତି ହାଇସ୍କୁଲ ଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ‘ଗୁରୁଦିବସ’ ପାଳିତ ହୋଇଯାଇଅଛି । ପ୍ରାରମ୍ଭରେ ଅତିଥିମାନେ ବିଶିଷ୍ଟ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳଚିତ୍ରରେ ଧୂପ ପୁଷ୍ପ ଅର୍ପଣ କରିଥିଲେ । ଏହାପରେ ଗୁରୁଦିବସ ସଭାରେ ଯୋଗ ଦେଇଥିବା ଅତିଥିମାନେ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଛାତ୍ର ଛାତ୍ରୀମାନେ ଅକ୍ଷତ , ଚନ୍ଦନ, ପୁଷ୍ପ ଓ ଉତ୍ତରୀୟ ଦେଇ ପଦବନ୍ଦନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ବୀରତୁଙ୍ଗସ୍ଥ ମର୍ଦ୍ଦରାଜ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ଚିଲିକା ପୂଜ୍ୟପୂଜା ସଂସଦର ସଭାପତି ଦିଲ୍ଲୀପ କୁମାର ଶତପଥୀ, ସମାଜସେବୀ ପ୍ରଭାତକୁମାର ସୁନ୍ଦରାୟ, ଶିକ୍ଷକ ଉମାକାନ୍ତ ବଡ଼ଜେନା, ଶିକ୍ଷୟତ୍ରୀ ସୋନାଲୀ ବାରିକ ଓ କିରାଣୀ ପ୍ରଭାତ କୁମାର ମାନଧାତା ପ୍ରମୁଖ ଯୋଗ ଦେଇ ଗୁରୁଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ଆର୍ଯ୍ୟାବର୍ତ୍ତର ସନାତନ ଧର୍ମରେ ଗୁରୁଙ୍କୁ କିପରି ବ୍ରହ୍ମା, ବିଷ୍ଣ ଓ ମହେଶ୍ୱରଙ୍କ ସହ ତୁଳନା କରାଯାଇ ଯଥାଚିତ ସମ୍ମାନ ପ୍ରଦର୍ଶନ ପୂର୍ବକ ଆସନ ପ୍ରଦାନ କରାଯାଏ ଓ ଗୁରୁ ବିନା ଶିଶ୍ୟର ଜୀବନ କିପରି ମୂଲ୍ୟହୀନ ସେ ଉପରେ କହିଥିଲେ ।
ଉକ୍ତ ସଭାରେ ଅଭିନାଶ ପାଇକାରାୟ, ଗୋପାଳ ସାହୁ, ପ୍ରିତମ୍ ପ୍ରଧାନ,ରୀତେଶ ପାଇକରାୟ, ଯସ୍ମିନୀ ସ୍ୱାଇଁ। ଗାୟତ୍ରୀ ପ୍ରଧାନ, ଶୁଭଲକ୍ଷ୍ମୀ ସୁନ୍ଦରାୟ, ହରପ୍ରିୟା ଘଡେଇ, ଶୁଭଶ୍ରୀ ଘଡେଇ ଓ ଶ୍ରୀୟାରାଣୀ ଘଡେଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଗୁରୁ ଦିବସ ଉପରେ କହିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି