ଚିଲିକା, ୫ ।୯: ପ୍ରତିବର୍ଷ ପରି ଚଳିତ ବର୍ଷ ନାଚୁଣୀସ୍ଥ ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଜାଗୃତିକା ତରଫରୁ ‘ଆଶିଷ ଭବନ’ ଠାରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଅଛି । ଯୁବଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତିଙ୍କ ତତ୍ବାବଧାନରେ ଅନୁଷ୍ଠିତ ନନ୍ଦ ଉତ୍ସବର ପ୍ରାରମ୍ଭରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମାଙ୍କୁ ଏକ ସୁସର୍ଜିତ ଦୋଳିରେ ଉପବେଶନ କରାଯାଇ ଧୂପ, ଦୀପ ଓ ପୁଷ୍ପ ଅର୍ପଣ ପୂର୍ବକ ବନ୍ଦାପନା କରାଯାଇଥିଲା । ଏହାପରେ ସଂଗୀତଜ୍ଞ ଅଜିତ୍ କୁମାର ମିଶ୍ରଙ୍କ ସଂଯୋଜନାରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।ଜାଗୃତିକାର ଉପଦେଷ୍ଟା ଗାୟକ ଦକ୍ଷୀଣକେଶରୀ ରାମଚ଼ନ୍ଦ୍ର କରଙ୍କ ପୌରୋହିତରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ଜାଗୃତିକାର ସଭାପତି ପ୍ରାଧ୍ୟାପକ ଗଙ୍ଗାଧର ପ୍ରଧାନ, ନାଚୁଣୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରାଜକିଶୋର ସାହୁ, ଶିକ୍ଷକ ଦୁଃଯ୍ୟୋଧନ ପ୍ରଧାନ, ପଣ୍ଡିତ ଭବାନୀ ଶଙ୍କର ମହାପାତ୍ର,ମର୍ଦ୍ଦରାଜ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ସାମ୍ବାଦିକ ଦିଲ୍ଲୀପ କୁମାର ଶତପଥୀ, ନାଚୁଣୀ କଲେଜ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଦୀପ କୁମାର ମିଶ୍ର, ଅଧ୍ୟାପକ ଚିନ୍ମୟ ସାହୁ,ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ନୀଳକଣ୍ଠ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ନନ୍ଦ,ପୂର୍ବତନ ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା, କବି ଶିବ ପ୍ରସାଦ ତ୍ରିପାଠୀ, ସୁରେଶ ଚ଼ନ୍ଦ୍ର ହୋତା,ପୁରୁଷୋତ୍ତମ ମିଶ୍ର, ପ୍ରଭାତ କୁମାର ମାନଧାତା, ବେଣୁଧର ସାହୁ, ସଂଗ୍ରାମ କେଶରୀ ବଳବନ୍ତରାୟ ଓ ବାସନ୍ତୀ ସାହୁ ପ୍ରମୁଖ ଉତ୍ସବରେ ଯୋଗ ଦେବା ସହ ଆଧ୍ୟାତ୍ମିକ ଆଲୋଚନାରେ ଅଂଶ ଗ୍ରହଣ କରି ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟଲୀଳା ଉପରେ ଆଲୋକପାତ କରିଥିଲେ ।ପରିଶେଷରେ ଜାଗୃତିକାର ସଂପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି