ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଧଉଳି ଥାନା ଲିଙ୍ଗିପୁର ସରପଞ୍ଚ ଖିରୋଦ କୁମାର ପ୍ରଧାନଙ୍କୁ ଆକ୍ରମଣ କରିବା ସହ ପିନ୍ଧିଥିବା ସୁନାଚେନ ଲୁଟ

ବାଲିଅନ୍ତା,୧୭|୩:ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଧଉଳି ଥାନା ଲିଙ୍ଗିପୁର ସରପଞ୍ଚ ଖିରୋଦ କୁମାର ପ୍ରଧାନଙ୍କୁ ଆକ୍ରମଣ କରିବା ସହ ପିନ୍ଧିଥିବା ସୁନାଚେନ ଲୁଟ କରିଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ରଘୁନାଥପୁର ଭୋଇସାହିର କାହ୍ନା ବେହେରା l ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇଛି l ଖବରନେବାରେ ଜଣାପଡିଛି ସରପଞ୍ଚ ଶ୍ରୀ ପ୍ରଧାନଙ୍କ ପୁଅ ଗତମାସ ୩ ତାରିଖ ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ କୌଣସି କାମରେ ସାମନ୍ତରାୟପୁର ଯାଉଥିଲେ l ଏହି ସମୟରେ ନୂଆଗାଁ ମୁନିସିପାଲିଟି ରଘୁନାଥପୁର ତଳସାହିର ଚନ୍ଦନ ଭୋଇ ଓ କାହ୍ନା ବେହେରା ତାଙ୍କ ପୁଅକୁ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ l ଏହାକୁ ନେଇ ସରପଞ୍ଚଙ୍କ ପୁଅ କଣ ପାଇଁ ସୋଦବକା କରୁଛ ବୋଲି ପଚାରିଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ଦୁହେଁ ତାଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ l ଫଳରେ ଭୟଭୀତ ହୋଇ ସେ ତାଙ୍କ ବାପାଙ୍କୁ କହିଥିଲେ l ପୁଅଠାରୁ ସବୁ ଘଟଣା ଶୁଣି ସରପଞ୍ଚ ଶ୍ରୀ ପ୍ରଧାନ ସେମାନଙ୍କୁ କଣ ପାଇଁ ସୋଦାବକା କରୁଛ ବୋଲି ପଚାରିଥିଲେ l ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା l ଏଥିରେ ରାଗିଯାଇ କାହ୍ନା ଓ ଚନ୍ଦନ ସରପଞ୍ଚ ଶ୍ରୀ ପ୍ରଧାନଙ୍କ ମୁଣ୍ଡକୁ ଏକ ଇଟାରେ ଆକ୍ରମଣ କରିବା ସହ କଲର ଭିଡି ଚେନ ଲୁଟି ନେଇଥିଲେ l ଏନେଇ ସରପଞ୍ଚ ଶ୍ରୀ ପ୍ରଧାନ ଧଉଳି ଥାନାରେ ଅଭିଯୋଗ କରିଥିଲେ l ପୁଲିସ ଏହାର ତଦନ୍ତ ଚାଲୁ ରଖିଥିବା ବେଳେ ଦେଢ଼ମାସ ପରେ ଅଭିଯୁକ୍ତ କାହ୍ନାକୁ ଧରିବାରେ ସଫଳ ହୋଇଛି l ମାତ୍ର ଅନ୍ୟ ଅଭିଯୁକ୍ତ ଚନ୍ଦନ ଏ ପର୍ଯ୍ୟନ୍ତ ଧରାପଡ଼ିନାହିଁ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page