ଆମେରିକାରୁ ଭାରତକୁ ଆସିଲା 16714 ଟନ୍ LPG Gas

ନୂଆଦିଲ୍ଲୀ :23/03/26 ମଧ୍ୟ୍ୟପ୍ରାଚ୍ୟ ରେ ଭୟଙ୍କର ଯୁଦ୍ଧ ଭିତରେ ଭାରତକୁ ମିଳିଛି ଏକ ବଡ଼ ଆଶ୍ୱସ୍ଥି l ଇରାନ ଆମେରିକା ଇସ୍ରାଏଲ ମଧ୍ୟ୍ୟରେ ଯେଉଁ ଭଳି ଯୁଦ୍ଧ ଦିନକୁ ଦିନ ବଢ଼ି ଚାଲିଛି ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକେଲାଣି l ସାରା ବିଶ୍ୱରେ ଖାଦ୍ୟ, ଗମନାଗମନ, ବାଣିଜ୍ୟ, ସେୟାର ବଜାର ଏବଂ ଜନସାଧାରଣଙ୍କ ଉପରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଛନ୍ତି, ଏହାରି ଭିତରେ ସବୁଠାରୁ ତୈଳ ସଙ୍କଟର ଅଭାବ, କାରଣ ଯେଉଁ ଦେଶ ଗୁଡିକ ମାନେ ତୈଳ ଆମଦାନୀ କରନ୍ତି ପାଖାପାଖି ଇରାନ ର ଷ୍ଟ୍ରିଟ ଅଫ ହର୍ମୁଜ ପ୍ରଳାଳୀ ବନ୍ଦର ଦେଇ ନିଜ ଦେଶକୁ ଯାତାୟାତ କରଥାନ୍ତି l କିନ୍ତୁ ଇରାନ ତାହାକୁ ପ୍ରତିବନ୍ଧକ ଲଗେଛି l ଏବଂ ଯେଉଁ ତୈଳ ଟ୍ୟାଙ୍କର ଜାହାଜ କମ୍ପାନୀ ଗୁଡିକ ଆସିବାକୁ ଚାହୁଁଛନ୍ତି ଇରାନ ତାଙ୍କୁ ଧମକ ଦେଇଛି ଜାହାଜ ଗୁଡିକ ଯଦି ଆଗକୁ ବଢନ୍ତି ଆମେ ମିସାଇଲ ମାରି ଆଟକ କରିବୁ ସେଥିପାଇଁ ଜାହାଜ କମ୍ପାନୀ ମାନେ କ୍ଷତି ସହିବାକୁ ଚାହୁଁନାହାନ୍ତି l

ଏହାରି ଭିତରେ ଭାରତରେ ଦେଇଥିବା ତୈଳ,LPG gas ସଙ୍କଟ କିଛି ମାତ୍ରାରେ ଦୂର ହବାକୁ ଯାଉଛି l କାରଣ ଭାରତ ସରକାରଙ୍କ କୂଟନୀତିର ବିଜୟ ହୋଇଛି l ଆମେରିକା ରୁ ଏକ ତୈଳ ଟ୍ୟାଙ୍କ ଜାହାଜ pyxis pioneer ଆଜି ମାଙ୍ଗାଲୋର ପୋର୍ଟରେ ପହଁଚିଲା l ଏହି ଜାହାଜ ର ଲମ୍ବ ପ୍ରାୟ 230 ମିଟର ଜାହାଜଟି ଆମେରିକା ର ଟେକ୍ସାସ ରୁ ବାହାରିଥିଲା ଏହି ଜାହାଜରେ ପ୍ରାୟ 16ହଜାର 714 ଟନ LPG gas ଆସିଛି l ଯାହା ଭାରତର ଶକ୍ତି ଚାହିଦା ପୂରଣ କରିବାରେ ସାହାଯ୍ୟ କରିବ l ଏହି ଜାହାଜ ରେ ସିଙ୍ଗାପୁରର ପତାକା ଲାଗିଛି l

ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page