ସବ୍ୟସାଚୀ ଅମିତାଭଙ୍କୁ ଗିରଫ ବେଆଇନ -ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

ଭୁବନେଶ୍ୱର ତା -21/05/26 ସଂସ୍କୃତି ପୁରୁଷ, ବରିଷ୍ଠ ସ୍ତମ୍ଭକା ତଥା ପୁଜ୍ୟପୂଜା ପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସାମ୍ବାଦିକ ସବ୍ୟସାଚୀ ଅମିତାଭଙ୍କୁ ପୋଲିସ ବେଆଇନ ଭାବେ ଗିରଫ କରିବା ସହିତ ସାମ୍ବାଦିକଙ୍କ ସ୍ୱରକୁ ଚପାଇବାକୁ ଚେଷ୍ଟା ଚଳାଇଛି ବୋଲି ମତବ୍ୟକ୍ତ କରିଛନ୍ତି l ଗାଡି ଦୁର୍ଘଟଣାର ବାହାନା ଦର୍ଶାଇ, ପ୍ରକୃତ ସତ୍ୟ କଣ ତାହାର ସନ୍ଧାନ ନ କରି ଏପରି ବ୍ୟବହାର ପ୍ରଦର୍ଶନ କୌଣସି ପରିପ୍ରେକ୍ଷୀରେ ଗ୍ରହଣୀୟ ନୁହେଁ ବୋଲି ମତପ୍ରକାଶ କରିଛନ୍ତି l ମୁଖ୍ୟମନ୍ତ୍ରୀ ଏ ଘଟଣାରେ ହସ୍ତ କ୍ଷେପ କରନ୍ତୁ ବୋଲି ଡ଼ଃ ଜ୍ଞାନେନ୍ଦ୍ର କହିଛନ୍ତି lଏଠାରେ ସୂଚନା ଯୋଗ୍ୟ ଯେ, ସିଜିମାଳୀ ପ୍ରସଙ୍ଗ ସହିତ ଅନ୍ୟ ଘଟଣା ଉପରେ ସବ୍ୟସାଚୀ ନିଜର ଦୃଢ, ସ୍ପଷ୍ଟ ମତ ରଖି ଆସୁଥିଲେ l ସରକାର ସାମ୍ବାଦିକଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page