ସମାଜସେବୀ ମଙ୍ଗରାଜ ବାରିକଙ୍କ ପରଲୋକ ।

ଚିଲିକା,୨୨।୫: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ସମାଜସେବୀ ମଙ୍ଗରାଜ( ମଙ୍ଗୁଳି) ବାରିକଙ୍କ ନିଜ ବାସଭବନ ଠାରେ ପରଲୋକ ହୋଇଯାଇଅଛି । ମୃତ୍ୟୁ ସମୟକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମ ପତ୍ନୀ, ପାଞ୍ଚପୁତ୍ର, ପୁତ୍ରବଧୂ, କନ୍ୟା, ନାତି ନାତୁଣୀ ଓ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ସେ ଜଣେ ସ୍ନେହିଁ, ଅମାୟିକ , ବନ୍ଧୁ ବତ୍ସଳ ଓ ପରୋପକାରୀ ବ୍ୟକ୍ତି ଥିଲେ । ବିଭିନ୍ନ ଧର୍ମିୟ ଅନୁଷ୍ଠାନ ସହିତ ସେ ଓତପ୍ରୋତ ଭାବେ ଜଡ଼ିତ ଥିଲେ । ତାଙ୍କ ବିୟୋଗରେ ଏ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ଶ୍ମଶାନ ଠାରେ ଶବ ସତ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ରମେଶ ମୁଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ଚିଲିକା ବ୍ଲକର ପୂର୍ବତନ ଚେୟାରମ୍ୟାନ ଲଳିତ ମୋହନ ପଟ୍ଟନାୟକ, ବଉଳାବନ୍ଧ ନୀଳକଣ୍ଠ ହାଇସ୍କୁଲର ପ୍ରତିଷ୍ଠାତା ଡାକ୍ତର ମଧୁସୂଦନ ସେନାପତି ଓ ଚିଲିକା ପୂଜ୍ୟପୂଜା ସଂସଦର ସଭାପତି ଦିଲ୍ଲୀପ କୁମାର ଶତପଥୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page