ବିଶ୍ୱ ସାଇକେଲ ଦିବସ ପାଳିତ।

ବାଲିଅନ୍ତା, ୩/୬ (ଗୋବର୍ଦ୍ଧନ ଦାସ): – ବିଶ୍ୱ ସାଇକେଲ ଦିବସ ଅବସରରେ ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ମେରା ଯୁବ ଭାରତ, ଖୋରଧା ଓ ଯଶୁଆପୁର ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଆଜି ଯଶୁଆପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ସାଇକେଲ ଦିବସ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯଶୁଆପୁର ମେଡ଼ିକାଲ ଠାରୁ ସାଇକେଲ ଶୋଭାଯାତ୍ରାରେ ବାହାରି ବିଦ୍ୟାଳୟରେ ପହଞ୍ଚିଥିଲେ।

“ସାଇକେଲ ଚଳାଅ, ପରିବେଶ ବଞ୍ଚାଅ”, “ସୁସ୍ଥ ଶରୀର ପାଇଁ ସାଇକେଲ” ଭଳି ସ୍ଲୋଗାନ ଦେଇ ପିଲାମାନେ ସଚେତନତା ବାର୍ତ୍ତା ବାଣ୍ଟି ଥିଲେ। ଏହି କାର୍ଯ୍ୟକ୍ରମକୁ ପରିବେଶବିତ୍ ଶ୍ରୀ ଲକ୍ଷ୍ମୀଧର ପ୍ରଧାନ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ପରେ ଯଶୁଆପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଯଶୁଆପୁର ବିକାଶ ପରିଷଦର ପ୍ରତିଷ୍ଠାତା ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ “ସାଇକେଲ ବ୍ୟବହାର ଓ ଏହାର ଉପକାରିତା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁମିତ୍ରା ସିଂହ, ଶୈଳବାଳା ଫାଉଣ୍ଡେସନର ପ୍ରତିଷ୍ଠାତା ବେବି ନାୟକ, ସମାଜସେବୀ ଶ୍ରୀ ଦୁର୍ଯୋଧନ ପ୍ରଧାନ, ଶ୍ରୀ ସୁରେନ୍ଦ୍ର ମାହାରୀ ଓ କାର୍ତ୍ତିକଶ୍ୱର ବେହେରା ପ୍ରମୁଖ ଯୋଗଦେଇ ସାଇକେଲ ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟ ସୁରକ୍ଷା, ପରିବେଶ ସଂରକ୍ଷଣ, ଇନ୍ଧନ ସଞ୍ଚୟ ଓ ଜଳ ସ୍ୱଚ୍ଛତା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିମା ଭୋଇଙ୍କୁ ପରିବେଶ ଓ ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page