ସ୍କୁଟି ଚୋରୀ କରି ଧରାପଡିଗଲା ଦୁର୍ବୁତ୍ତ

ବାଲିଅନ୍ତା,୪|୬(ଗୋବର୍ଦ୍ଧନ ଦାସ):ସ୍କୁଟି ଚୋରୀ କରି ବନ୍ଧାହେଲା ଦୁର୍ବୁତ୍ତ l ଘଟଣାଟି ଧଉଳି ଥାନାରେ ଘଟିଥିବା ବେଳେ ପୁଲିସ ଉକ୍ତ ଚୋରକୁ ବାନ୍ଧି ଅଦାଲତ ଚାଲାଣ କରିଛି l ସେ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ନୋଳିଆ ସାହିର ପପୁ ଓରଫ ନିର୍ମଳ ଦାସ l ପପୁ ଦୀର୍ଘବର୍ଷ ହେବ ଧଉଳି ଥାନା ରଘୁନାଥପୁର ଭୋଇ ସାହିରେ ଭଡାରେ ରହୁଥିଲେ l ଖବରନେବାରେ ଜଣାପଡିଛି ଏହି ଥାନା ନାଥପୁର ଗ୍ରାମର ବିକ୍ରମ କେଶରୀ ପ୍ରଧାନ ତାଙ୍କ ହୋଣ୍ଡା ଆକ୍ଟିଭା ସ୍କୁଟିକୁ ନିଜ ଘର ବାରଣ୍ଡା ସମ୍ମୁଖରେ ପାର୍କିଂ କରି ରଖିଥିଲେ। ଦିନ ପ୍ରାୟ ସାଢେ ୧ ଟାରେ ଅଭିଯୁକ୍ତ ପପୁ ଉକ୍ତ ସ୍କୁଟିକୁ ରାସ୍ତାରେ ଗଡ଼ାଇ ନେଉଥିଲେ l ପଡୋଶୀଙ୍କ ଠାରୁ ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ପପୁକୁ ସ୍କୁଟି ସହ କାବୁ କରିଥିଲେ l ପରେ ଧଉଳି ଥାନା ପୁଲିସକୁ ଖବର ଦେଇଥିଲେ l ପୁଲିସ ସେଠାରେ ପହଞ୍ଚି ସ୍କୁଟିକୁ ଉଦ୍ଧାର କରିବା ସହ ପପୁକୁ ଥାନାକୁ ନେଇ ପଚରାଉଚରା ଚଳାଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page