ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବାଲିଅନ୍ତା, ୧୮/୫/୨୬() : ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।​ମିଳିଥିବା ସୂଚନା ଅନୁଯାୟୀ, ଆଜି ରାତି ୯ଘଟିକା ସମୟରେ ନିଆଳି ଥାନା ମାଧବ ଗ୍ରାମ ରୁ ଫୁଲନଖରା ଯାଉଥିବା ବେଳେ ତ୍ରିନାଥ ବଜାର ନିକଟରେ ବାଇକ୍ ରେ ଯାଉଥିବା ରାକେଶ ଭୋଇ ଓ ବାଦଲ ରାଉତ ସମ୍ମୁଖ ରୁ ଫୁଲନଖରା ପଟୁ ସେକ୍ ଗଭର ଗୋବବସ୍ତ ଗ୍ରାମ କୁ ଯାଉଥିବା ସମୟରେ ତ୍ରିନାଥ ବଜାର ନିକଟରେ ମୁହାଁମୁହିଁ ଧକ୍କା ହେବାରୁ ରାକେଶ ଭୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗାଡ଼ି ଚାଳକ ବାଦଲ ରାଉତ ଗୁରୁତର ଆହତ।। ଧକ୍କା ଏତେ ଜୋରରେ ଥିଲା ଯେ ଜଣେ ବାଇକ୍ ଆରୋହୀ ଛିଟିକି ପଡ଼ିଥିଲେ ଏବଂ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ।​ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇପଡ଼ିଥିଲେ। କ୍ଷତିପୂରଣ ଦାବି ଏବଂ ର୍ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page