ବେଆଇନ ମଦ ବିକ୍ରି କରି ଯୁବକ ଗିରଫ। ୮୩ ଟି ଆସ୍କା ୪୦ ଜବତ

ବାଲିଅନ୍ତା ୨୨/୦୫:-ବାଲିଅନ୍ତା ଥାନା ୨୧.୦୫.୨୦୨୬ ରେ ବାଲିଅନ୍ତା ଥାନାର ଏସଆଇ ରାଜେଶ କୁମାର ପାତ୍ର ଓ ଅନ୍ୟ ପୁଲିସ କର୍ମଚାରୀମାନେ ସନ୍ଧ୍ୟାକାଳୀନ ପେଟ୍ରୋଲିଂ ସହ ଅବକାରୀ ଚଢ଼ାଉ ଡ୍ୟୁଟିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ବେଳେ ବେଣୁପୁର ଗ୍ରାମ ନିକଟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ ଯେ, ରାମଚନ୍ଦ୍ରପୁର ଗ୍ରାମର ସଞ୍ଜୟ ଭୋଇ ରାମଚନ୍ଦ୍ରପୁର ଗ୍ରାମ ଛକ ନିକଟରେ ସାଧାରଣ ଲୋକଙ୍କୁ ଅବାଧରେ ମଦ ବିକ୍ରି କରୁଛନ୍ତି। ଏହାପରେ ପୁଲିସ ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ଅଭିଯୁକ୍ତ ମଦ ବୋତଲ ଛାଡ଼ି ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ତାଙ୍କୁ କାବୁ କରିଥିଲା। ଯାଞ୍ଚ ସମୟରେ ଘଟଣାସ୍ଥଳ ନିକଟସ୍ଥ ଏକ ବୁଦା ପଛପଟରୁ ୨୦୦ ମିଲି ଲିଟର ବିଶିଷ୍ଟ ୮୩ଟି ସିଲ୍ ଓ ଲେବେଲ୍ ଲାଗିଥିବା ଆସ୍କା-୪୦ ମଦ ବୋତଲ ଜବତ ରାଯାଇଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ନିଜର ପରିଚୟ ସଞ୍ଜୟ ଭୋଇ ବୋଲି ଜଣାଇବା ସହ ଜୀବିକା ନିର୍ବାହ ପାଇଁ ସେ ବେଆଇନ ମଦ ବିକ୍ରି କରୁଥିବା ସ୍ୱୀକାର କରିଥିଲେ। ତେବେ ଉକ୍ତ ମଦ ରଖିବା କିମ୍ବା ବିକ୍ରି କରିବା ସମ୍ପର୍କରେ ସେ କୌଣସି ବୈଧ ଲାଇସେନ୍ସ କିମ୍ବା କାଗଜପତ୍ର ଦେଖାଇ ପାରିନଥିଲେ। ତଦନ୍ତରୁ ଆହୁରି ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଦୀର୍ଘଦିନ ଧରି ବେଆଇନ ମଦ କାରବାରରେ ଜଡିତ ଥିବା ବେଳେ ବାଲିଅନ୍ତା ଥାନାରେ ତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏକାଧିକ ଅବକାରୀ ମାମଲା ରହିଛି। ପରେ ଅଭିଯୁକ୍ତ ସଞ୍ଜୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବର୍ତ୍ତମାନ ମାମଲାର ଅଧିକ ତଦନ୍ତ ଜାରି ରହିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page