ମଦନମୋହନ ଦେବଙ୍କ ପୀଠରେ ୩୧ ତମ ରାମଚରିତ ମାନସ ଉଦଯାପିତ..ନିର୍ମାଣ ହେବ ଶ୍ରୀରାମ ମନ୍ଦିର

ବାଲିଅନ୍ତା, ୩|୫(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳର ଆରାଧ୍ୟ ଶ୍ରୀ ମଦନମୋହନ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୯ ଦିନ ଧରି ଚାଲିଥିବା ୩୧ ତମ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ମହାଯଜ୍ଞ ଉଦ‌ଯାପିତ ହୋଇଯାଇଛି । ଶ୍ରୀରାମ ଚରିତ ମାନସ ପାରାୟଣ କମିଟି ଓ ନୂଆପାଟଣା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରରେ ନବଦିନାତ୍ମକ ସନ୍ଧ୍ୟା ସମୟରେ ଓଡ଼ିଶାର ଖ୍ୟାତନାମା ପ୍ରବଚକ ମାନଙ୍କ ଦ୍ବାରା ପ୍ରବଚନ ଦିଆଯାଇଥିଲା । ଏଥିରେ ପବିତ୍ର ରାମାୟଣରେ ବର୍ଣ୍ଣିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନ ଆଦର୍ଶ, ମାତା ସୀତା, ଭ୍ରାତା ଭରତ, ଲଖ୍ମଣ ଏବଂ ଭକ୍ତ ହନୁମାନଙ୍କ ପୌରାଣିକ କଥାମୃତକୁ ନେଇ ୯ ଦିନ ଧରି ଭକ୍ତିପୂତ ପ୍ରବଚନ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

ଆଜି ପୂର୍ଣ୍ଣାହୁତି ବା ଉଦଯାପନୀ ସନ୍ଧ୍ୟାରେ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମ ହୋଇଥିଲା l ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଘଣ୍ଟଘଣ୍ଟା, ଖୋଳକୀର୍ତ୍ତନ ଓ ହୁଳହୁଳି ସାଙ୍ଗକୁ ହରିବୋଲ ଶବ୍ଦରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ମନ୍ଦିର ପରିବେଶ । ଏହି ଅବସରରେ ଛୋଟ ଛୋଟ ପିଲାମାନେ ଶ୍ରୀରାମ, ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଶ୍ରୀ ହନୁମାନଙ୍କ ବେଶରେ ଗ୍ରାମରେ ଶୋଭାଯାତ୍ରାରେ ବାହାରିଥିଲା l ଗ୍ରାମବାସୀ ମାନେ ଭକ୍ତିପୂତ ଭାବନାରେ ସେମାନଙ୍କ ପାଦ ଧୋଇ ଫଳପୁଷ୍ପ ଆଦି ନୈବେଦ୍ୟ ପ୍ରଦାନ ପୂର୍ବକ ବନ୍ଦାପନା କରିଥିଲେ । ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରୀ ରାମ ମନ୍ଦିର ନିର୍ମାଣ ନିମନ୍ତେ ଶୁଭ ଦିଆଯାଇଥିଲା l ଆସନ୍ତାବର୍ଷ ଏହି ମନ୍ଦିର ନିର୍ମାଣ ଶେଷ ହେବବୋଲି ମନ୍ଦିର ପରିଚାଳନା କମିଟି ଆଶା କରିଛନ୍ତି l

ବାଲିଅନ୍ତା,ଗୋବର୍ଦ୍ଧନ ଦାସ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page