ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଯଶୁଆପୁରରେ ମେଧାବୀ ଛାତ୍ରୀ ଓ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଧନା

ବାଲିଅନ୍ତା ୯/୫ : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଯଶୁଆପୁର ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷୟତ୍ରୀ ନୂତନ ଭାବରେ ଯୋଗଦାନ କଲେ ସହକାରୀ ଶିକ୍ଷୟିତ୍ରୀ ପୁଷ୍ପଲତା କାସ୍ତ। ପ୍ରକାଶ ଥାଉ କି ଉଚ୍ଚ ବିଦ୍ୟାଳୟ ଖୋଲିବା ପର ଠାରୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଥିଲେ ମଧ୍ୟ ଜଣେ ବି ହେଲେ ଶିକ୍ଷକକଙ୍କୁ ନିଯୁକ୍ତି ମିଳିନଥିଲା । ହାଇସ୍କୁଲ ଖୋଲିବା ପରେ ପରେ ଦୁଇ ଗୋଟି ଵ୍ୟାଚ ସଫଳତା ସହ ଉର୍ତ୍ତିନ ହୋଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଛାତ୍ରୀ କୁମାରୀ ଶୁଭସ୍ମିତା ନାୟକ A2 ମାର୍କ ରଖିଥିବାରୁ ଶିକ୍ଷା କମିଟି ଓ ଅଞ୍ଚଳ ତରଫରୁ ନୂତନ ଶିକ୍ଷୟତ୍ରୀ ଓ ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମିତି ସଭ୍ୟ ତଥା ପୁରାତନ ଛାତ୍ର ରଞ୍ଜନ କୁମାର ମହାପାତ୍ରଙ୍କ ଅଭିଭାଷଣରେ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଅଭାବୀ ଥାଇ ମଧ୍ୟ ଯେଉଁ ଭଳି ଭାବରେ ତିନି ଗୋଟି ମାଟ୍ରିକ ବ୍ୟାଚ ରେଜଲ୍ଟର ସଫଳତା ଅର୍ଜନ କରିପାରିଛି, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ଗ୍ରାମର ବରିଷ୍ଠ ବ୍ୟକ୍ତି ଜୟକୃଷ୍ଣ ମହାପାତ୍ର, ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ, ଦୁର୍ଯ୍ୟୋଧନ ପ୍ରଧାନ , ରଶ୍ମୀ ରଞ୍ଜନ ମହାପାତ୍ର, ପ୍ରତାପ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page