ଅସିମ କରାଟେ ଏକାଡେମୀର ରକ୍ତଦାନ

ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ ହସପିଟାଲ ରକ୍ତଭଣ୍ଡାରରେ ରକ୍ତଦାନ କରାଯାଇଥିଲା । ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସଂପାଦକ ତଥା ଆନ୍ତର୍ଜାତିୟ କରାଟେ ପ୍ରଶିକ୍ଷକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ସୁଧାକାନ୍ତ ଭୋଇ ଟାଣ ଖରାରେ ଆସିି ପଂଚମ ଥର ରକ୍ତଦାନ କରିଛନ୍ତି । ରକ୍ତଦାନ ପରେ ସୁଧାକାନ୍ତ କୁ ସଂଗଠନ ତରଫରୁ ଉପଢୈାକନ ଓ ଚାରା ଗଛ ପ୍ରଦାନ କରାଯାଇଥିଲା । ରକ୍ତଦାନ କରି ସମସ୍ତେ ସୁସ୍ଥ ରହିବା ସହିତ ଅନ୍ୟର ଜୀବନ ବଂଚାଇବାକୁ ଶ୍ରୀ ଭୋଇ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ରକ୍ତଦାନ ସମୟରେ ବ୍ଲଡ ବ୍ୟାଙ୍କ ଷ୍ଟାଫ ଜ୍ୟୋତି ନାଏକ ମଧ୍ୟ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page