ଚିଲିକା,୮।୫:ଆଜି କାଲି ଦୁନିଆରେ ସୋସିଆଲ ମିଡ଼ିଆ ଏତେ ମାତ୍ରାରେ ପ୍ରସାର ପ୍ରଚାର ହେଉଛି ଯାହାକି ସାଧାରଣରେ ଅନେକ ନାବାଳିକା ମାନେ ତା ମଧ୍ୟାମରେ ଶିକାର ହେଉଛନ୍ତି।ନାବାଳିକା ମାନେ ସଚେତନତା ହେବାପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଓଡିଶା DG ପୋଲିସ୍ ପକ୍ଷରୁ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ “ଯୁଭେଣ୍ଟିକା ” କାର୍ଯ୍ୟକ୍ରମ ରେ ବାଲୁଗାଁ ଅଞ୍ଚଳର ଅଙ୍ଗନୱାଡ଼ି ଦିଦି , ଚିଲିକା ବ୍ଲକ CDPO , ବାଲୁଗାଁ SDPO, ବାଲୁଗାଁ ଆଇଆଇସି ଓ ଥାନାର ସମସ୍ତଙ୍କୁ କର୍ମଚାରୀ ଓ ନାବାଳିକାଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।ଯେଉଁଥିରେ ଆଲୋଚନା ହୋଇଥିଲା ଯେ କିପରି ନିଜ ଛୁଆଙ୍କୁ ୧୮ ବର୍ଷ ନହେବା ଯାଏଁ ସୋସିଆଲ ମିଡ଼ିଆ ଠାରୁ ଦୁରେଇ ରଖିବେ ଏବଂ କିପରି ସେମାନେ ସୁରକ୍ଷିତ ରହିବେ ସେ ସମ୍ବନ୍ଧରେ ସଚେତନାର ବାର୍ତା ଦିଆଯାଇଥିଲା। କାରଣ ଆଜି କାଲି ସୋସିଆଲ ମିଡ଼ିଆ ଏଭଳି ଭାବରେ ହୋଇଗଲାଣିକି ଯାହାକୁ ବ୍ୟବହାର କରି ସାଇବର ଅପରାଧୀ ମାନେ ନିଜର କାୟା ବିସ୍ତାର କରିବାରେ ସକ୍ଷମ ହେଉଛନ୍ତି। ତେଣୁ ସବୁବେଳେ ନିଜର ବ୍ୟକ୍ତି ଗତ ତଥ୍ୟକୁ ପ୍ରାଇଭେଟ କରିରଖିବାକୁ କୁହାଯାଇଥିଲା ଏବଂ ଆଜି କାଲି ସମାଜ ଯାହା ହେଲାଣି ଝିଅ ମାନେ କିପରି ସୁରକ୍ଷିତ ରହିବେ, ତାଙ୍କୁ ଯଦି କିଏ ହଇରାଣ ହରକତ କରେ ସିଧା ସଳଖ ଭାବରେ ଯାଇ କିପରି ନିଜର କଥାକୁ ପୋଲିସ ସହିତ ସେୟାର କରିପାରିବେ ତା ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ପରିଶେଷରେ ବାଲୁଗାଁ ଥାନାର ଭାରପ୍ରାପ୍ତ ଅଧିକାରିଣୀ ଶ୍ରଦ୍ଧା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି