ଭୂବନେଶ୍ଵର,୨୨/୫: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜରି ରହିଥିବା ବେଳେ, ଅସହ୍ୟ ଗୁଳୁଗୁଳି ତା ସହିତ ପ୍ରଚୁର ମାତ୍ରାରେ ତାପମାତ୍ରା ବଢି ବଢି ଚାଲିଛି । ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି, ମଣିଷ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ଗଛ ଲତା ସମସ୍ତେ ତ୍ରାହୀ ତ୍ରାହୀ ଡାକି ଲେଣି,କେବେ ଏ ଗରମରୁ ଶାନ୍ତି ମିଳିବ? ନା AC କାମ କରୁଛି ନା ଫ୍ୟାନ, କୁଲର, ସବୁ ଆଡେ ଖାଲି ତାତି ହିଁ ତାତି,ଛୋଟ ପିଲାଙ୍କ କଥା ନ କହିଲେ ଭଲ ।

ବଡ ଲୋକତ ସମ୍ଭାଳି ପାରୁନାହିଁ।ନ୍ତି । କିନ୍ତୁ ଏହାରି ଭିତରେ ଏକ ଭଲ ସୂଚନା ମିଳିଛି, ଭାରତୀୟ ପାଣିପାଗ କେନ୍ଦ୍ର ବିଭାଗ (IMD)ର ଆକଳନ କରିଛି ଆଗାମୀ ଆସନ୍ତା ୨୮ ତାରିଖ ଦିନ ଏକ ଲଘୁଚାପ ରାଜ୍ୟରେ ସୃଷ୍ଟି ହେବାକୁ ଯାଉଛି ।ଓଡିଶା ଉପରେ ଏକ ଘୃର୍ଣ୍ଣି ବଳୟ ସକ୍ରିୟ ହବାକୁ ଯାଉଛି ।ଏହି ମଧ୍ଯରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଦେଖାଦେଇଛି । ପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏହାରି ପ୍ରଭାବରେ ରାଜ୍ୟ ରେ ଅନେକ ସ୍ଥାନ ରେ କାଳବୈଶାଖୀର ପ୍ରଭାବ ରହିବ ଏବଂ ଲଘୁଚାପ ସୃଷ୍ଟି ହବ । ବର୍ଷା ଯୋଗୁ ବାୟୁ ମଣ୍ଡଳ ଉତତ୍ପ ରୁ ରକ୍ଷା ମିଳବ ।
ପ୍ରିୟବ୍ରତ ବାରିକ,ଉତ୍କଳ ବୁଲେଟିନ୍ ।