ବର୍ଷ ବର୍ଷ ଧରି ଲୁହା ପାଇପ୍ ଘେରରେ ଅନନ୍ତ ବାସୁଦେବ ମନ୍ଦିର।

ବାଲିଅନ୍ତା / ଭୁବନେଶ୍ୱର ୨୩/୦୪:- ରାଜଧାନୀ ଭୁବନେଶ୍ଵର ବିନ୍ଦୁସାଗର ନିକଟରେ ଅନନ୍ତ ବାସୁଦେବ ମନ୍ଦିର। ଉକ୍ତ ମନ୍ଦିର ବର୍ଷ ବର୍ଷ ଧରି ଲୁହା ପାଇପ୍ ଘେରରେ ଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ମନ୍ଦିର ମାଳିନୀ ସହର କୁହଜୁଥିବ ବେଳେ ମନ୍ଦିରର ସୁରକ୍ଷା ହିନ୍ଦୁ ଦେବୋତ୍ତର ବିଭାଗ ଓ Archeological Deptt. ର। ପ୍ରତ୍ୟେକ ଦିନ ଶତାଧିକ ଶ୍ରଦ୍ଧାଳୁ , ପର୍ଯ୍ୟଟକ ମାନେ ପ୍ରଭୁ ଲିଙ୍ଗରାଜ ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ଦର୍ଶନ ନିମନ୍ତେ ଆସନ୍ତି। ତତ୍ ସହ ନିର୍ବନ୍ଧ ଓ ବିଭିନ୍ନ ବ୍ରତ ମଙ୍ଗଳିକ କାର୍ଯ୍ୟକ୍ରମ ସଂପାଦନ କରିଥାନ୍ତି। ଦୁଃଖ ଓ କ୍ଷୋଭର ବିଷୟ, ଅନନ୍ତ ବାସୁଦେବ ମନ୍ଦିର ବର୍ଷ ବର୍ଷ ଧରି ଲୁହା ପାଇପରେ ଘେରି ହୋଇ ରହିଛି। ଯାହା ଫଳରେ ରାସ୍ତା ଅବରୋଧ ସହିତ ଅନନ୍ତ ବ୍ରତଧାରୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇ ମଧ୍ୟ ଦର୍ଶନ କରୁଛନ୍ତି। ମନ୍ଦିର କାମ ହେଉନାହିଁ କି ପାଇପ୍ ଖୋଲା ଯାଉନାହିଁ।

ଏହା ପ୍ରତି ବିଭାଗୀୟ ଅଧିକାରୀ କାହାର ଦୃଷ୍ଟି ପଡୁନାହିଁ। ଏହି ଅନନ୍ତ ବାସୁଦେବ ମନ୍ଦିର ନିକଟରେ ଆଉ ଏକ ମନ୍ଦିର। ମନ୍ଦିର ଉପରେ ପାଞ୍ଚ ଫୁଟ ଗଛ ଘେରି ଗଲାଣି। ତାହାର ମଧ୍ୟ ସୁରକ୍ଷା ନାହିଁ।ଖୋଦ୍ ରାଜଧାନୀରେ ଏପରି ଅବ୍ୟବସ୍ଥା। ଏହି ଅବ୍ୟବସ୍ଥାର ପ୍ରତିକାର ନିମନ୍ତେ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ଯୁଦ୍ଧକାଳୀନ ଭିତ୍ତିରେ ଏହାର ସମାଧାନ କରାଯିବାକୁ ସାଧାରଣ ରେ ଆହ୍ଵାନ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କ ସହିତ ଅଶୋକ କୁମାର ମହାରଣା, ତାରା ଚରଣ ଆଚାର୍ଯ୍ୟ, ଗିରିଜା ଶଙ୍କର ମହାପାତ୍ର, ଉଲ୍ଲାସ ଚନ୍ଦ୍ର ମହାପାତ୍ର, ବିପିନ୍ ବିହାରୀ ରାଉତରାୟ, ମାଳ ପାତ୍ର, ସ୍ନେହଲତା ମହାନ୍ତି ପ୍ରମୁଖ ମନ୍ଦିର ସୁରକ୍ଷା ଓ ମରାମତି ଉପରେ ଦାବି ରଖିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page