ବାଦି ପାଲା ଅବସରରେ ଗାୟକ ହେଲେ ସମ୍ବର୍ଦ୍ଧିତ

ଓଡ଼ିଶ ଗ୍ରାମରେ ବାଦି ପାଲା ଅନୁଷ୍ଠିତ ହୋଇଯାଇଛି। ଏହି ବାଦି ପାଲା ୫ ଦିନ ଧରି ଚାଲୁରହିଥିଲାବେଳେ ପ୍ରାୟ ଆଖପାଖର ପାଲା ପ୍ରେମୀ ଉପସ୍ଥିତ ରହି ଏହି ଆଧ୍ୟାମିôକତାର ଆନନ୍ଦ ଲାଭ କରିଥିଲେ। ଏହାସହ ବାଦିପାଲା ଉତ୍ସବ ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲାବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ଖୁବ୍ ଧୂମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏପ୍ରିଲ୍ ମାସର ଶେଷ ସପ୍ତାହରେ ଏହି ବାଦି ପାଲା ଆୟୋଜନ କରାଯାଇଥିଲାବେଳେ ଏହା ଗ୍ରାମର ମଧ୍ୟସ୍ଥଳରେ ଦେଖିବାକୁ ମିଳିଥିଲା। ଏଥିରେ ଓଡ଼ିଆ ଭାଷା ସଂସ୍କୃତି ଓ ପରମ୍ପରାକୁ ପାଲା ମାଧ୍ୟମରେ ସାରା ରାଜ୍ୟରେ ଏକ ପରିବର୍ତନ ଆଣିବାରେ ଚେଷ୍ଟିତ ଗାୟକ ଯୁବ ଭାସ୍କର ଡଃ ଜ୍ଞାନପ୍ରିୟ କାନୁନ୍‌ଗୋ ଏବଂ ଗାୟକ ଜ୍ଞାନ ସୁଧା ଶାରଦା ପ୍ରସନ୍ନ ନାୟକ ଉପସ୍ଥିତ ରହି ପାଲା ପରିବେଶଷ କରିଥିଲେ। ଏହି ଅବସରରେ ଗାୟକ ଦ୍ୱୟଙ୍କୁ ଏହି ଆଧ୍ୟାତ୍ମିକ ମାର୍ଗରେ ଆହୁରି ଉତ୍ସାହ ସୃଷ୍ଟି ଲାଗି ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା। ସମାଜସେବୀ ବିମଳ କୁମାର ରଣା ଏବଂ ଉତ୍କଳ ବୁଲେଟିନ୍ ସାମାଜିକ ଅନୁଷ୍ଠାନର ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ସ୍ୱେଚ୍ଛାସେବୀ ପବିତ୍ର ମୋହନ ସେଠୀ ଏବଂ ଅନ୍ୟ ପ୍ରମୁଖ ସଦସ୍ୟ ତଥା ସ୍ୱେଚ୍ଛାସେବୀ ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ୍

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page