ବାଳକାଟି ବଜାର ଉଛେଦ ପ୍ରସଙ୍ଗ: ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ଦାବିଥଇଥାନ ନ କଲେ ଅନଶନ ଚେତାବନୀ

ବାଲିଅନ୍ତା,୨୩|୦୪:-ସରଦେଇପୁର-ନିମାପଡା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ତ୍ୱରାନ୍ୱିତ ନିମନ୍ତେ ଗତ ୩ ମାସ ତଳେ ବାଲିଅନ୍ତା ତହସିଲ ପ୍ରଶାସନ ପକ୍ଷରୁ ବାଳକାଟି ବଜାର ସମେତ ବାଳକାଟି କଲେଜ ରାସ୍ତା, ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୁଡିକ ଉଛେଦ କରାଯାଇଥିଲା l ସେତେବେଳେ ଏହି ବଜାରରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଥଇଥାନ ନିମନ୍ତେ ପ୍ରତିଶୃତି ଦେଇଥିଲେ ପ୍ରଶାସନ l ମାତ୍ର ଏହାରି ଭିତରେ ୩ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରାଯାଇନାହିଁ l ଫଳରେ ବିସ୍ଥାପିତ ବ୍ୟବସାୟୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେମାନଙ୍କ ପରିବାର ପ୍ରତିପୋଷଣ କରିବା ଏକପ୍ରକାର ଅସମ୍ଭବ ହୋଇପଡିଛି l ଏହାକୁ ନେଇ ବ୍ୟବସାୟୀ ମାନେ ଗତମାସ ୧୬ ତାରିଖରେ ପ୍ରତାପଶାସନ ପଞ୍ଚାୟତ କଲ୍ୟାଣମଣ୍ଡପରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ଥଇଥାନ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ l ସେତେବେଳେ ମଧ୍ୟ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ତହସିଲଦାରଙ୍କ ଉପସ୍ଥିତିରେ ଭେଣ୍ଡିଙ୍ଗ ଜୋନ କରି ଥଇଥାନ ନିମନ୍ତେ ପ୍ରତିଶୃତି ଦେଇଥିଲେ l ମାତ୍ର କଲେଜ ରୋଡ଼ରେ ପ୍ଲଟ ନମ୍ବର ୩୮୩୩ ଏବଂ ଖାତା ନମ୍ବର ୨୧୧୨ ନମ୍ବର ରେ ଯେଉଁ ଜମି ବ୍ୟବସାୟୀଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିଲା ଉକ୍ତ ଜମି ଉପରେ ଓରମାସ ନାମକ ଏକ ସଂସ୍ଥା ସେଠାରେ ଗୃହ ନିର୍ମାଣ କରିବା ନିମନ୍ତେ ବାଲି ଓ ଇଟା ଆଦି ଗୃହ ନିର୍ମାଣ ସାମଗ୍ରୀ ଠୁଳ କରିଛନ୍ତି l ଏହି ଘଟଣା ପ୍ରଭାବିତ ବ୍ୟବସାୟୀଙ୍କୁ କୁଠାରଘାତ କରିଛି l ଏହାକୁ ବିରୋଧ କରିଛନ୍ତି ସମ୍ପୃକ୍ତ ବ୍ୟବସାୟୀ l ଏନେଇ ଆଜି ବ୍ୟବସାୟୀ ମାନେ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଏହି କାର୍ଯ୍ୟକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି l ଏପରି କରାନଗଲେ ଆଗାମୀ ଦିନରେ ପ୍ରଭାବିତ ବ୍ୟବସାୟୀ ଏବଂ ସେମାନଙ୍କ ପରିବାର ସହ ତହସିଲ କିମ୍ବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page