ବିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଐତିହାସିକ ସଫଳତା

ଢେଙ୍କାନାଳ: ଗୋବିନ୍ଦପୁର ବିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳରେ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରି ନୂତନ ସଫଳତାର ଅଧ୍ୟାୟ ଲେଖିଛି। ଏହି ବର୍ଷ ୯୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଏବଂ ୫ ପ୍ରତିଶତ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ନୂତନ ମାନଦଣ୍ଡ ସୃଷ୍ଟି କରିଛନ୍ତି। ବିଦ୍ୟାଳୟର ଛାତ୍ର ଲିକୁନୁ ସାହୁ ସର୍ବାଧିକ ୫୫୮ (୯୩) ପ୍ରତିଶତ ନମ୍ବର ରଖି ଅନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି। ପୂଜା ରଣା, ଟୁଙ୍କିଲ ମହାନ୍ତ ଏବଂ ବାସୁଦେବ ପରିଡ଼ା ଉତ୍ତମ ପ୍ରଦର୍ଶନ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି। ପୂର୍ବ ବର୍ଷର ପରମ୍ପରାକୁ ବଜାୟ ରଖି ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା କୃତି ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର କୁଳପତିଙ୍କ ଦ୍ବାରା ମାନପତ୍ର ସହିତ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ପୁରସ୍କାର ଦେବା ପ୍ରସ୍ତାବ ରହିଛି। ବିଦ୍ୟାଳୟର ବିଶେଷତ୍ବ ଯେ, ଦଶମ ଶ୍ରେଣୀରେ ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାୟ ୩୫ ପ୍ରତିଶତ ଛାତ୍ରଛାତ୍ରୀ ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁଷ୍ଠାନର ଛାତ୍ର ଆଶୁତୋଷ ସାହୁ, ଲିକୁନୁ ସାହୁ ଓ ଛାତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ଓଡ଼ିଆଭାଷା ଓ ସାହିତ୍ୟରେ ୧୦୦ରୁ ୧୦୦ ନମ୍ବର ରଖିଛନ୍ତି। ସେହିପରି ଇଂରାଜୀରେ ଲିକୁନୁ ସାହୁ, ପୂଜା ରଣା, ଟୁଇଁକିଲ୍ ମହାନ୍ତ ୯୦ ପ୍ରତିଶତରୁ ଊର୍ଦ୍ଧ୍ଵ ନମ୍ବର, ଗଣିତରେ ଟ୍ୟୁଙ୍କିଲ ମହାନ୍ତ, ଲିକୁନୁ ସାହୁ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର, ରସାୟନ ବିଭାଗରେ ଲିକୁନୁ ସାହୁ, ପୂଜା ରଣା, ଯଜ୍ଞସେନୀ ପଣ୍ଡା ୯୦ ପ୍ରତିଶତରୁ ଊର୍ଦ୍ଧ୍ବ, ଜୀବ ବିଜ୍ଞାନରେ ଲିକୁନୁ ସାହୁ, ଟୁଇଁକିଲ୍ ମହାନ୍ତ ୯୫ ପ୍ରତିଶତ ଊର୍ଦ୍ଧ୍ବ ନମ୍ବର ରଖି ବିଦ୍ୟାଳୟ ପାଇଁ ସୁନାମ ଆଣିଛନ୍ତି ଜ୍ଝ ଦଶମ ଶ୍ରେଣୀର ଶତକଡ଼ା ୯୦ ପ୍ରତିଶତ କିମ୍ବା ତହିଁରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଯଦି ଏହି ବିଦ୍ୟାଳୟରେ ନାମ ଲେଖାନ୍ତି, ତେବେ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ୩୦ ହଜାର ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page