ରାଜ୍ୟସ୍ତରୀୟ କରାଟେରେ ଅସୀମ କରାଟେ ଏକାଡେମିର 4 ଜଣ

ଭୁବନେଶ୍ବର: ଆସନ୍ତା 24 ଋ 26 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ର ଉତ୍କଳ କରାଟେ ସ୍କୂଲ ରେ ରାଜ୍ୟ ସ୍ତରୀୟ କାଡେଟ ଓ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ବଲାଙ୍ଗିର ରେଲ୍ଵେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମିର ଚାରି ଜଣ ଛାତ୍ର ଜୟମ ସାହୁ 15 ବର୍ଷ କୁମିତେ ଓ କାଟା ବିଭାଗରେ, ଅର୍ନିତ୍ ପଧାନ 9 ବର୍ଷ, ପ୍ରିନ୍ସ ପଧାନ 12 ବର୍ଷ ଓ ପ୍ରାଚୀ ବେହେରା ବାଳିକା 17 ବର୍ଷ କୁମିତେ ଓ କାଟା ବିଭାଗରେ ଭାଗ ନେବେ ବୋଲି ଇଣ୍ଟର ନେସେନlଲ୍ କରାଟେ କୋଚ ତଥା କରାଟେ ଏକାଡେମିର ପ୍ରତିଷ୍ଠାତା ଅସୀମ କୁମାର୍ ଭୋଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି l ଏଥିରେ କରାଟେ ଇଣ୍ଡିଆ ଓର୍ଗlନାଇଯେଶନ ର ମାନ୍ୟତା ପ୍ରାପ୍ତ ଜାତୀୟ ସ୍ତରୀୟ ରେଫରୀ ଅସୀମ ଭୋଇ ଜଜ୍ ତଥା ରେଫରୀ ଦାଇତ୍ୱ ତୁଲାଇବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୁଚନା ମିଳିଛି l ଶ୍ରୀ ଭୋଇଙ୍କ ନେତୃତ୍ବରେ ଆଜି ସମସ୍ତ ଛାତ୍ର ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page