ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ୨୦ଟି ପାଣିକୁଣ୍ଡ ସ୍ଥାପନ । ଉପକୃତ ହେବେ ବୁଲା ପଶୁ, ପକ୍ଷୀ ।

ବାଲିଅନ୍ତା ୨୩/୦୪ (ଗୋବର୍ଦ୍ଧନ ଦାସ ):- ପ୍ରଚଣ୍ଡ ରୌଦ୍ରତାପରେ ବୁଲା ପଶୁ ଓ ପକ୍ଷୀମାନେ ମଧ୍ୟ ପାଣି ପିଇବା ପାଇଁ ଡହଳ ବିକଳ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅସହାୟ ବୁଲା ଗୋରୁ ଓ ପଶୁପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କାଞ୍ଚନ ଫାଉଣ୍ଡେସନ’ ଓ ‘ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ‘ ଉଭୟ ଅନୁଷ୍ଠାନର ମିଳିତ ସହଯୋଗରେ ସ୍ଥାନୀୟ ଅଞ୍ଚଳର ସୁଦର୍ଶନ ଦାରୁ ପୀଠ, ପ୍ରତାପ ଶାସନ, ପୁରୋହିତପୁର ,ଜଶୁଆପୁର ଆଦି ଅଂଚଳର ବିଭିନ୍ନ ପ୍ରମୁଖ ସ୍ଥାନମାନଙ୍କରେ ୨୦ଟି ପାଣିକୁଣ୍ଡ ସ୍ଥାପନ କରାଯାଇଛି। ଖରା ସମୟରେ ପାଣି ବୁନ୍ଦାଏ ପାଇଁ ଏପଟ ସେପଟ ହେଉଥିବା ଗୋରୁଗାଈ ଓ ପକ୍ଷୀମାନେ ବର୍ତ୍ତମାନ ଏହି କୁଣ୍ଡ ମାଧ୍ୟମରେ ନିଜର ଶୋଷ ମେଣ୍ଟାଇ ପାରିବେ।ଯୁବ ସମାଜସେବୀ ରଞ୍ଜନ ମହାପାତ୍ର , ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ, ଯୁବ ସମାଜସେବୀ ପ୍ରଦୀପ୍ତ ମହାନ୍ତି , ଓ ଅନେକ ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ରହି କୁଣ୍ଡଗୁଡିକୁ ବିଭିନ୍ନ ଛକ ଓ ଗଛମୂଳେ ସ୍ଥାପନ କରିଥିବା କୁଣ୍ଡରେ ନିୟମିତ ପାଣି ଭର୍ତ୍ତି ପାଇଁ ସଂକଳ୍ପ ନେଇଛନ୍ତି। ଏହି ଛୋଟ ପ୍ରୟାସ ଦ୍ୱାରା ଯଦି କିଛି ନିରୀହ ପଶୁଙ୍କ ଶୋଷ ମେଣ୍ଟିପାରେ, ତେବେ ଆମର ପରିଶ୍ରମ ସାର୍ଥକ ହେବ।”ଏହି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି। ଏଥିସହିତ ଅନ୍ୟମାନେ ମଧ୍ୟ ନିଜ ନିଜ ଛାତ ଉପରେ କିମ୍ବା ଘର ସାମ୍ନାରେ ପକ୍ଷୀମାନଙ୍କ ପାଇଁ ପାଣି ରଖିବାକୁ ଉକ୍ତ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page