ବିଜୁଳି ଉତ୍ପାଦନଠୁ କଂଜୁମର ପର୍ଯ୍ୟନ୍ତ ମିଟରିଙ୍ଗ, ଘନ ଘନ ବିଜୁଳି କାଟ ପାଇଁ ଏସଏଲଡିସି ଡାଇରେକ୍ଟରଙ୍କୁ ତୁରନ୍ତ ବହିଷ୍କାର : ଉପଭୋକ୍ତା ମହାସଂଘ ଭୁବନେଶ୍ୱର ତା 6 ରିଖ l ସରକାର 2024ଫେବୃଆରୀ ସୁଦ୍ଧl ବିଦ୍ୟୁତ ଭିତିଭୂମି ସଜାଡିବାକୁ 20 ହଜାର କୋଟି ଏବଂ ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି l ସେହିପରି ମାର୍ଚ୍ଚ 2026 ସୁଦ୍ଧା ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଦର୍ଶାଇଛି l ଏହି ସବୁ ଅର୍ଥ ଠିକସେ ଖର୍ଚ୍ଚ ନହୋଇ ହରିଲୁଟ ହୋଇଛି l ତେଣୁ ଓ ଇ ଆର ସି ଟାରିଫ ଅର୍ଡର ପେଜ ନମ୍ବର 116ରେ ସ୍ପଷ୍ଟ ଭାବେ ଏହାର ସି ଏ ଜି ଅଡିଟ ପାଇଁ ସୁପାରିଶ କରିଛନ୍ତି l ତେଣୁ ତୁରନ୍ତ ସି ବି ଆଇ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ଉପଭୋକ୍ତା ମହାସଂଘ l 2013 ମସିହାରୁ ରାଜ୍ୟରେ 500ଟି 33/11 କେଭି ସବଷ୍ଟେସନ ନିର୍ମାଣରେ ବ୍ୟାପକ ହରିଲୁଟ ହୋଇଛି l ଏଥିରେ ନିମ୍ନ ମାନର ଯନ୍ତ୍ରଂl ଶ ବ୍ୟବହାର ହୋଇଛି ଯାହା ଫଳରେ ଏ ଟି ସି ଲସ କମାଇ ବିଜୁଳି ଦର କମାଇବାକୁ ଯେଉଁ ଲକ୍ଷ ରଖା ଯାଇ ଥିଲା ସେ ଆଶା ଧୂଳିସାତ ହୋଇଛି l ଏହି ଘୋଟlଲା କୁ ଘଣ୍ଟ ଘୋଡାଇବାକୁ ତତ୍କାଳୀନ ଓ ଇ ଆର ସି ଚେୟାରମ୍ୟାନ ଉପେନ୍ଦ୍ର ବେହେରା ବିନା କୌଣସି ଜନ ଶୁଣାଣି ରେ କୋଭିଡ ସମୟରେ ଟାଟା କମ୍ପାନୀକୁ ବେଆଇନ ଭାବେ ଚାରିଟି ଯାକ ଡିସ୍କମକୁ ବିତରଣ ଦାୟିତ୍ୱ ରାତି ଅଧିଆ ଟେକି ଦେଇ ଛନ୍ତି l ଟାଟା ପାୱାର ସହିତ ହୋଇଥିବା ଭେସ୍ଟିଙ୍ଗ ଅର୍ଡର ରେ ମଧ୍ୟ ଏହି 500 ଟି ସବ ଷ୍ଟେସନ ବାବଦରେ କିଛି ଉଲ୍ଲଖ ନାହିଁ l ଫଳ ସ୍ୱରୂପ 26-05-2020 ରେ ଟାଟା କମ୍ପାନୀ ସବୁ ନିମ୍ନ ମାନର ଭିତିଭୂମି ଅଛି ତେଣୁ ସଜାଡି ବାକୁ 2600 କୋଟି ଟଙ୍କାର କାପେକ୍ସ ଇନଭେଷ୍ଟମେଣ୍ଟ ପାଇଁ ଅନୁମତି ମାଗିଥିଲେ l ତେଣୁ ସେତେବେଳେ କିଛି ତର୍ଜମା ନକରି ତାକୁ ଅନୁମତି ଦେଲେ l ଯାହା ଫଳରେ ଆଜି ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ହିସାବ ଦେଇ ତାର ସୁଦ୍ଧ ବିଜୁଳି ବିଲ ଉପରେ କସି ଆଦାୟ କରୁଛି l ଏ ସମସ୍ତ କଥା ଉପରେ ଗତ ଶୁଣାଣି ରେ ପ୍ରଦୀପ ଜେନା ଆପତ୍ତି ଉଠାଇ ତୁରନ୍ତ ସି ଏ ଜି ଅଡିଟ ପାଇଁ ସୁପାରିଶ କରିଥିଲେ l ଆଜି ପର୍ଯ୍ୟନ୍ତ କାହିଁକି ରାଜ୍ୟ ସରକାର ସି ଏ ଜି ଅଡିଟ ପାଇଁ ଆଦେଶ ଦେଇ ନାହାନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଉପଭୋକ୍ତା ମହାସଂଘ ପ୍ରଶ୍ନ କରିଛି l ସେଇପରି ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗାଇବା ଏବଂ ତାର ଭଡା ବାବଦ ପାଇଁ ଯେଉଁ 735 କୋଟି ଟଙ୍କା ଦେଇଛନ୍ତି ତାହା ସମ୍ପୂର୍ଣ ବେଆଇନ ବୋଲି ମହାସଂଘ କହିଛି l ଏହା ବିଦ୍ୟୁତ ଆଇନ 2003 ର ବିରୁଦ୍ଧଚରଣ କରୁଛି l ମିଟର ଲଗାଇବା ଉପଭୋକ୍ତା ର ସମ୍ପୂର୍ଣ ନିଜସ୍ୱ ଇଛାଧୀନ l ଏବଂ ଟାଟା ପାୱାର ଜରିଆରେ ମିଟର ଲଗାଇବା ମନ୍ଦ ଉଦେଶ୍ୟ ରହିଛି l ତା ଛଡା ଆଗରୁ ଯିଏ ସ୍ମାର୍ଟ ମିଟର ଲଗାଇଛି ତାର ସୁବିଧା ପାଇଁ କଣ କରିଛ ବୋଲି ପ୍ରଶ୍ନ କରିବା ସହ ଏଥିରେ କେତେ ଟଙ୍କାର କିକ ବ୍ୟାକ ହୋଇଛି ବୋଲି ମଧ୍ୟ ମହାସଂଘ ଗତ ଶୁଣାଣି ସମୟରେ ଓ ଇ ଆର ସି ଙ୍କୁ ପ୍ରଶ୍ନ କରିଥିଲା l ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ପ୍ରଦୀପ ଜେନା ଏ ସଂକ୍ରାନ୍ତରେ ପେଜ ନଂ 90,91,92,93 ରେ ଉଲ୍ଲେଖ କରିଛନ୍ତି l ଶ୍ରୀ ଜେନା ଆହୁରି ମଧ୍ୟ ବିଜୁଳି ବିଭାଗ ସବୁ ସମ୍ପତି ଓ ଭିତିଭୂମି ର ଡିଜିଟାଲl ଇ ଜେସନ ରେଜିଷ୍ଟର କରିବlକୁ କହିଛନ୍ତି l ଫଳ ସ୍ୱରୂପ ଆଗରୁ ଓ ଏବେ ଯାହା ସବୁ ଖର୍ଚ୍ଚ ହୋଇଛି ତାହାର ସଠିକ ତଥ୍ୟ ମିଳିବ ଏବଂ ଗୋଟିଏ କାର୍ଯ୍ୟର ଦୁଇ ତିନି ଥର ହୋଇଥିବା କି ଆଗକୁ କରିବାର ଯୋଜନା ଫେଲ ହୋଇଯିବ l ସେହିପରି 2019 ରୁ ଆଜି ପର୍ଯ୍ୟନ୍ତ ବିଜୁଳି ସରଞ୍ଜାମ ଓ ଯନ୍ତାନ୍ସ ର ମୂଲ୍ୟ ନିର୍ଧାରଣ ହୋଇନି ତେଣୁ ଟାଟା ପାୱାର କ୍ଷୁଦ୍ରଶିଳ୍ପ, ସାଧାରଣ ଉପଭୋକ୍ତା ଏବଂ ନୂଆ ଲାଇନ କନେକ୍ସନରେ ମନଇଚ୍ଛା ଜୋର ଜବରଦସ୍ତ ପଇସା ଆଦାୟ କରି ଚାଲିଛି l ତାକୁ ଶ୍ରୀ ଜେନା ବିରୋଧ କରିବା ସହ ତୁରନ୍ତ ଦର ନିର୍ଧାରଣ ପାଇଁ ସୁପାରିଶ କରିଛନ୍ତି l ସେହିପରି ସୋଲାର ପାୱାର କ୍ଷେତ୍ରରେ ଘରୋଇ ତଥା ବ୍ୟବସାୟୀ ଓ ଶିଳ୍ପ ପାଇଁ ସଂସ୍କାର ପଦକ୍ଷେପ ସୁପାରିଶ କରିଛନ୍ତି l ଫଳସ୍ୱରୂପ ଉପଭୋକ୍ତା ଲାଭବାନ ହେବେ ଟାଟା ପାୱାରର ମନମାନି ବନ୍ଦ ହେବ l ରାଜ୍ୟରେ ବିଜୁଳି ଦର କମାଇବା ଓ ନିରନ୍ତର ବିଜୁଳି ଯୋଗାଣ ପାଇଁ ଏଟି &ସି ଲସ କମାଇବାକୁ ପୂର୍ବରୁ 33 kv,11kv ଏବଂ ଡି ଟି ଆର ଟ୍ରାନ୍ସଫର୍ମର ରେ ସମ୍ପୂର୍ଣ ମିଟାରିଙ୍ଗ କରିବାକୁ ଉପଭୋକ୍ତl ମହାସଂଘ ଯେଉଁ ଦାବୀ କରି ଆସୁଥିଲା ତାହା ସମ୍ପୂର୍ଣ ଫେଲ ବୋଲି ଗତ ହିଅରିଙ୍ଗରେ ଜଣା ପଡିଲା ତେଣୁ At&c ଲସ କମାଇବା ପାଇଁ ସବୁ ମିଟାରିଙ୍ଗ କରିବାକୁ ଶ୍ରୀ ଜେନା ନିର୍ଦେଶ ଦେଇଥିଲେ l ଶ୍ରୀ ଜେନା ଙ୍କ ସୁପାରିଶ କାର୍ଯ୍ୟକାରୀ ହେଲେ ଦୁର୍ନୀତି ରେ ଲିପ୍ତ ଅନେକ ବଡ଼ ବଡ଼ ଅଧିକାରୀ ଧରା ପଡିବେ, ଟାଟା ପାୱାର ର ଶୋଷଣ ବନ୍ଦ ହେବ ଏବଂ ସାଧାରଣ ଲୋକ ଲାଭ ପାଇବା ସ୍ୱାଭାବିକ l ବଡ଼ ବଡ଼ିଆଙ୍କୁ ବଞ୍ଚାଇବା ଓ ଟାଟା ପାୱାର ସ୍ୱାର୍ଥରେ ବ୍ୟାଘାତ ଆସିବାରୁ ଅଦୃଶ୍ୟ ଶକ୍ତି ଚାପରେ ଶ୍ରୀ ଜେନା ଇସ୍ତଫା ଦେଇଛନ୍ତି ବୋଲି ଉପଭୋକ୍ତା ମହାସଂଘ ଅଭିଯୋଗ କରିଛି l ସି ବି ଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ l ସେହିପରି ବର୍ତମାନ ଯେଉଁ ପାୱାର କଟ ହେଉଛି ସେଥିପାଇଁ ରାଜ୍ୟରେ ଥିବା ଷ୍ଟେଟ ଲୋଡ଼ ଡେସ୍ପାଚ ସେଣ୍ଟର ର ଡାଇରେକ୍ଟର ସମ୍ପୂର୍ଣ ଦାୟୀ l ସେ ସଠିକ ଆକଳନ ନଦେଇ କର୍ପୋରେଟ ଅଧୀନରେ ଥିବା ପାୱାର ପ୍ଲାଣ୍ଟ ସ୍ୱାର୍ଥରେ କାର୍ଯ୍ୟ କରୁଛନ୍ତି ବୋଲି ମହାସଂଘ ଅଭିଯୋଗ କରୁଛି l ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ସଂକ୍ରାନ୍ତରେ ମଧ୍ୟ ଅନେକ ତ୍ରୁଟି ଥୁବା ବେଳେ ସବୁ ନିୟମ ଭାଙ୍ଗି କାହିଁକି, କାହା ସ୍ୱାର୍ଥରେ ଏବଂ କାହା ଛତ୍ର ଛାୟରେ ତାଙ୍କ ନିଯୁକ୍ତି କୁ ବାରମ୍ବାର ନବୀକରଣ ହୋଇଛି ବୋଲି ପ୍ରଶ୍ନ କରିଛି ମହାସଂଘ l ଆଜିର ସାମ୍ବାଦିକ ସମ୍ମିଳନୀ ରେ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ, ସାଧାରଣ ସମ୍ପାଦକ ପ୍ରସନ୍ନ ବିଷୋୟୀ, ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର, କଟକ ସଭାପତି ଅକ୍ଷୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ l
27ହଜାର କୋଟି ଘୋଟlଲାର ସିବିଆଇ ତଦନ୍ତ, ପ୍ରଦୀପ ଜେନାଙ୍କ ଇସ୍ତଫା ସ୍ୱଇଚ୍ଛା ନୁହେଁ ଚାପ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଉଦ୍ୟୋଗୀଙ୍କ ସମ୍ମାନ,ସୁରକ୍ଷା ସମୃଦ୍ଧି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ
ଭୁବନେଶ୍ୱର ତା 22/07/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ
ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସର୍ବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ l
ଚିଲିକା,୨୨। ୭ : ବେଗୁନିଆସ୍ଥିତ ପି ଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବେଗୁନିଆ ଓ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ
ମା’ ଜାଗେଶ୍ୱରୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ
ନିମାପଡ଼ା: ମାଆ ଜାଗେଶ୍ୱରୀ ଦେବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ଭବ୍ୟତାର ସହ ଅନୁଷ୍ଠିତ ହୋଇଛି । ହେରାପଞ୍ଚମୀ ତିଥିରେ ଛେନୁଅଁ ଗୁଡୁସାହିରେ ହୋମ-ଯଜ୍ଞ ଓ ହରିନାମରେ ପ୍ରକମ୍ପିତ ହୋଇଛି । ଶତାଧିକ ପୁରୁଷ ମହିଳା ଏକତ୍ର ହୋଇ ନୂତନ ମନ୍ଦିରର
“ଓଡ଼ିଆ କଳାକାରଙ୍କ ସ୍ୱର, ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ
ଭୁବନେଶ୍ବର - "ଓଡ଼ିଆ କଳାକାରଙ୍କ ସ୍ୱର" (OKS), ପରିବାର ପକ୍ଷରୁ ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ କରାଯାଉଅଛି । ଏହି କଳାକାର ଦିବସ ଗତ
ସୁଦର୍ଶନ ଦାରୁସ୍ଥଳୀରେ ହେରାପଞ୍ଚମୀ ଅନୁଷ୍ଠିତ
ବାଲିଅନ୍ତା,୨୦|୭(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠ ହୀରାପୁର ଗଡ଼କଣ୍ଟୁଣିଆ ଠାରେ ଅବସ୍ଥାପିତ ଶ୍ରୀ ସୁଦର୍ଶନ ଦାରୁସ୍ଥଳୀରେ ନୀତିକ୍ରାନ୍ତି ଅନୁସାରେ ପାଳନ ହେଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନାତ୍ମକ ଘୋଷଯାତ୍ରାର ପଞ୍ଚମ ଦିନ l ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘରକୁ ଆସିଥିବା
ନାଚୁଣୀ କଲେଜରେ ନାରୀ ସଶକ୍ତିକରଣ ଆଲୋଚନାଚ଼କ୍ର।
ଚିଲିକା, ୨୦।୭ :ଆଜି ନାଚୁଣୀ ମହାବିଦ୍ୟାଳୟ ସଭା କକ୍ଷରେ ନାରୀ ସଶକ୍ତି କରଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଲେଜର ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପଟ୍ଟନାୟକ ପୌରୋହିତରେ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ
ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଟିକରପଡା ପଂଚାୟତ ରେ ବ୍ୟାପକ ବୃକ୍ଷରୋପଣ
ବାଲିଅନ୍ତା ତା ୧୯/୦୭:- ରିଖ, ରବିବାର ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଭୁବନେଶ୍ଵର ଉପକଣ୍ଠ ଟିକରପଡା ପଂଚାୟତ ରେ ଟିକରପଡା ଗ୍ରାମ ଠାରୁ ଗଙ୍ଗେଶ୍ୱରପୁର ଶାସନ ଗ୍ରାମ ପର୍ଯ୍ୟନ୍ତ ଦୟାନଦୀ ବନ୍ଧ ରାସ୍ତା କଡ଼ରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ଧଉଳି
ବ୍ୟବସାୟୀଙ୍କୁ ଆକ୍ରମଣ ଏବଂ ପୁଲିସ ତଦନ୍ତରେ ବାଧା ଦେବା ଅଭିଯୋଗରେ ଜଣେ ଗିରଫ
ବାଲିଅନ୍ତା,୧୮|୭(:ବ୍ୟବସାୟୀଙ୍କୁ ଆକ୍ରମଣ ଏବଂ ପୁଲିସର ତଦନ୍ତରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ସମ୍ପୃକ୍ତ ଥାନା ଅଧିନ ଶିଶୁପାଳଗଡ଼ ଅଞ୍ଚଳର ବାବୁନା ଓରଫ ପ୍ରସନ୍ନ
ବୀର ଶହୀଦ୍ ରଘୁ- ଦିବାକରଆବାସ ସ୍ମୃତି
ଇଉନିଟ୍-୯ପି. ମୁ. ସ୍କୁଲ୍, ଭୁବନେଶ୍ୱରଖ୍ୟାତ ରଣପୁର ପ୍ରଜା ଆନ୍ଦୋଳନସ୍ମୃତି ଚମକାଇ ଦିଏମହାନ ବିପ୍ଳବୀ ରଘୁ- ଦିବାକରଅମର ଶହୀଦ୍ ନୁହେଁ ॥୧॥‘ବାବୁଲି’ ଏକ ଅଖ୍ୟାତ ପଲ୍ଲୀରେନଟ- ଲାବଣ୍ୟଙ୍କ କୋଳେରଘୁନାଥ ବୀର ଜନ୍ମ ଲଭିଥିଲେବିପ୍ଳବୀ କବି ସେ ଭଲେ ॥୨॥ରଚିତ ପୁସ୍ତକ ପ୍ରକାଶିତ କଲେଅରୁଣୋଦୟ
ମହାପ୍ରଭୁଙ୍କ ଚରଣେ ସେବାର ଅର୍ଘ୍ୟ — ରଥଯାତ୍ରାରେ ସାଇସ୍ମୃତି ଇନଫ୍ରାଷ୍ଟ୍ରକ୍ଚର ପକ୍ଷରୁ ମହା ଅନ୍ନସେବା ଓ ବସ୍ତ୍ର ବିତରଣ
ବାଲିଅନ୍ତା/ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ସାଇସ୍ମୃତି ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍, ଭୁବନେଶ୍ୱର ପକ୍ଷରୁ ପୁରୀ ବଡ଼ଦାଣ୍ଡରେ ଏକ ଭବ୍ୟ ମହା ଅନ୍ନସେବା ଓ ବସ୍ତ୍ର ବିତରଣ ଶିବିର ଆୟୋଜିତ ହୋଇଥିଲା। "ମାନବ ସେବା ହିଁ ମାଧବ ସେବା"—ଏହି
ଓଡ଼ିଶା ଅଭିଭାବକ ମହାସଂଘର ସ୍ମାର୍ଟ ପ୍ୟାରେଣ୍ଟିଙ୍ଗ ଏବଂ ଓଡିଶା ଶିକ୍ଷାରତ୍ନ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ l
105 ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାବିତ ସମ୍ମାନିତ ଭୁବନେଶ୍ୱର ତା 18 ରିଖ l ଓଡିଶା ଅଭିଭାବକ ମହାସଂଘର ସ୍ମାର୍ଟ ପ୍ୟାରେଣ୍ଟିଙ୍ଗ ଓ ଶିକ୍ଷରତ୍ନ ସମ୍ମାନ କାର୍ଯ୍ୟକ୍ରମ 2026 ଆଜି ବୁଧମନ୍ଦିର ଠାରେ ଆୟୋଜିତ ହୋଇ ଯାଇଛି l ନୂତନ
ଶହୀଦ ରଘୁନାଥ ମହାନ୍ତିଙ୍କ ଦେଶପ୍ରେମ ଅବିସ୍ମରଣୀୟ
ସାହିତ୍ୟିକା, ସମାଜସେବୀକା ସରୋଜିନୀଙ୍କୁ ଶହୀଦ ରଘୁନାଥ ସ୍ମୃତି ସମ୍ମାନଭୁବନେଶ୍ୱର ତା 18/07/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ତଥା ଶହୀଦ ରଘୁ -ଦିବାକର ସ୍ମୃତିସଂସଦ ପକ୍ଷରୁ ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱନେଇ ଶହୀଦ
ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ତରଫରୁ ପବିତ୍ର ରଥଯାତ୍ରାରେ ସେବା
ପୁରୀ ତା 18/07/26ଶ୍ରୀକ୍ଷେତ୍ର ଆଜି ଚଳ ଚଞ୍ଚଳ l ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଆଜି ଲାଗି ରହିଥିଲା ପବିତ୍ର ବଡଦାଣ୍ଡରେ l ତିନି ରଥରେ କାଳିଆ ସାଆନ୍ତ, ବଡଭାଇ ବଳଭଦ୍ର ଓ ମା ସୁଭଦ୍ରା ଙ୍କୁ ଦେଖିବାପାଇଁ, କାହିଁ କେତେଦୂରରୁ
ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ
ୟୁନିଟ 6 ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚା ମନ୍ଦିରକୁ ବାହୁଡ଼ିଲେ ମହାବାହୁ ଭୁବନେଶ୍ୱର ତା 16ରିଖ l ମହାପ୍ରଭୁଙ୍କ ଘୋଷଯାତ୍ରା ଉପଲକ୍ଷେ ଆଜି ୟୁନିଟ 5 ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ସୁସଜ୍ଜିତ ରଥରେ ୟୁନିଟ 6 ରାଧାକୃଷ୍ଣ ମନ୍ଦିର
ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଜଗନ୍ନାଥ ସଡ଼କସୁଦର୍ଶନଙ୍କ ଦାରୁସ୍ଥଳୀରେ ଘୋଷଯାତ୍ରା
ବାଲିଅନ୍ତା,୧୬|୭ (ଗୋବର୍ଦ୍ଧନ ଦାସ):ବାଳକାଟି ସ୍ଥିତ ହୀରାପୁର ଗଡ଼କଣ୍ଡୁଣିଆ ଠାରେ ସୁଦର୍ଶନଙ୍କ ଦାରୁ ସ୍ଥଳୀରେ ଚଳିତବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ପୁରୀ ଶ୍ରୀମନ୍ଦିର ନୀତି ଅନୁସାରେ ପ୍ରାତଃ ୬ଟାରୁ ମଙ୍ଗଳ ଆଳତି, ମଇଲମ୍, ତଡ଼ପଲାଗି, ଅବକାଶ,
ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ
ୟୁନିଟ 6 ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚା ମନ୍ଦିରକୁ ବାହୁଡ଼ିଲେ ମହାବାହୁ ଭୁବନେଶ୍ୱର ତା 16ରିଖ l ମହାପ୍ରଭୁଙ୍କ ଘୋଷଯାତ୍ରା ଉପଲକ୍ଷେ ଆଜି ୟୁନିଟ 5 ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ସୁସଜ୍ଜିତ ରଥରେ ୟୁନିଟ 6 ରାଧାକୃଷ୍ଣ ମନ୍ଦିର
ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ
ଚିଲିକା, ୧୬। ୭: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ସଦର ମହକୁମା ସ୍ଥିତ ପି.ଏମ.ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଅଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ
ପୁଣି କରୋନା ଭୟ, ୫ ଜିଲ୍ଲାରେ ହାଇଆଲର୍ଟ
ଭୁବନେଶ୍ୱର: କିଛି ବର୍ଷର ବ୍ୟବଧାନ ପରେ ପୁଣି ଘାରିଲା କୋଭିଡ୍ ଭୟ । ଆନ୍ଧ୍ରର କଡ଼ପା ଜିଲ୍ଲାରେ କୋଭିଡ୍ରେ ୨ଜଣଙ୍କ ମୃତ୍ୟୁ ଓ ୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ ଚିନ୍ତା ବଢ଼ିଛି । ବିଶେଷକରି ଆନ୍ଧ୍ର ସୀମାନ୍ତ ଜିଲ୍ଲା
ରେଳ ଦୁର୍ଘଟଣାରେ ବୃଦ୍ଧା ମୃତ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ପଂଚାୟତର ପ୍ରଭାକର ପାତ୍ରଙ୍କ ସ୍ତ୍ରୀ ଧକି ପାତ୍ର ଟ୍ରେନ୍ ଧକ୍କାରେ ମୃତୁ୍ୟବରଣ କରିଛନ୍ତି । ସୂଚନା ଅନୁସାରେ ଧକି ପାତ୍ର ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିଲେ ଏବଂ କିଛି ଦିନ
ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠିତ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ପଂଚାୟତର ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବେହେରା ଓ ସିଆରସିସି ମଣିବ୍ରତ ଦାସ ଅଧ୍ୟକ୍ଷତାରେ ୧୫ଜଣ କମିଟି ମେମ୍ବରଙ୍କୁ ନେଇ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment