ଭୁବନେଶ୍ୱର: ଚାଷୀ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ଏବଂ ଆମ ଅର୍ଥନୀତିର ପ୍ରକୃତ ସାରଥି । “ଜୟ କିଷାନ’ର ନାରାକୁ ସାର୍ଥକ କରିବା ପାଇଁ କେନ୍ଦ୍ର ସରକାର ଓ ଆମ ସରକାର ସଦାସର୍ବଦା ଚେଷ୍ଟିତ । ଚାଷୀମାନଙ୍କର ଉନ୍ନତି ବିନା ଦେଶ କିମ୍ବା ରାଜ୍ୟର ବିକାଶ ଅସମ୍ଭବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୨ ତମ ପିଏମ୍ କିଷାନ ଉତ୍ସବ ଦିବସରେ କୃଷକ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ କୃଷକ ମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆସାମର ଗୌହାଟୀ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧିର ୨୨ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ୨୨ତମ କିସ୍ତିରେ ଦେଶର ୯. ୩୨ କୋଟି କୃଷକଙ୍କୁ ପ୍ରାୟ ୧୯ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ସବୁ ରାଜ୍ୟର ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର କୃଷକମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ପିଏମ-କିଷାନ ଯୋଜନା ଚାଷୀଙ୍କୁ ବିହନ, ସାର ଏବଂ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ସାହାଯ୍ୟ କରୁଛି । ଏହି ୨୦୦୦ ଟଙ୍କାର କିସ୍ତି ଏବଂ ତିନୋଟି କିସ୍ତିରେ ବର୍ଷକୁ ସର୍ବମୋଟ ୬ ହଜାର ଟଙ୍କା ହୁଏତ ସାଧାରଣ ଲୋକଙ୍କ ପାଇଁ ଏକ ସାମାନ୍ୟ ଅର୍ଥ ହୋଇପାରେ, କିନ୍ତୁ ଜଣେ କ୍ଷୁଦ୍ର ଚାଷୀ ପାଇଁ ଏହା ତାର ପରିଶ୍ରମର ଏକ ବଡ଼ ସମ୍ମାନ । ଆଜିର ଦିନକୁ, ସାରା ଦେଶ ତଥା ରାଜ୍ୟରେ ପି.ଏମ୍ କିଷାନ ଉତ୍ସବ ଦିବସ ଭାବରେ ପାଳନ କରୁଛି । ଏଥି ସହିତ ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ମଧ୍ୟ ପାଳନ କରାଯାଉଛି । ଏହି ଅବସରରେ କୃଷକମାନଙ୍କ ମଧ୍ୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବଶ୍ୟକୀୟ ଯୋଗ୍ୟତା ମାନଦଣ୍ଡ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି । ଆମ ରାଜ୍ୟରେ, ୩୪ ଲକ୍ଷ ୨୪ ହଜାରରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀ ଭାଇଭଉଣୀମାନଙ୍କୁ, ୨୨ତମ କିସ୍ତି ବାବଦକୁ ୨ ହଜାର ଟଙ୍କା ହିସାବରେ ସମୁଦାୟ ୬୮୪ କୋଟି ଟଙ୍କାର ଆର୍ଥôକ ସହାୟତା ମୋଦୀ ଜୀ ଆଜି ପ୍ରଦାନ କରୁଛନ୍ତି । ପି.ଏମ୍ କିଷାନ ଯୋଜନାରେ ଦରକାର ହେଉଥିବା ସମସ୍ତ ବାଧ୍ୟତାମୂଳକ ମାନଦଣ୍ଡ ଯଥା ର-କଣଉ, ଜମିଜମାର ବିବରଣୀ, ଆଧାର -ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍, ଆଧାର ଅନୁଯାୟୀ ନାମ ସଂଶୋଧନ ଆଦି କାର୍ଯ୍ୟ ସମାପନ କରି ଏହି ଯୋଜନାର ସମସ୍ତ ସହାୟତା ଲାଭ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ପି.ଏମ୍ କିଷାନ୍ ସହିତ ଆମ ସରକାର ମଧ୍ୟ ରାଜ୍ୟରେ “ସିଏମ୍ କିଷାନ” ଯୋଜନାରେ ଯୋଗ୍ୟ ଚାଷୀ ଭାଇଭଉଣୀମାନଙ୍କୁ ଅନ୍ତର୍ଭୁକ୍ତ କରି ଦୁଇଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ୬ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସିଏମ୍ କିଷାନ ଯୋଜନା ଅଧୀନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀଙ୍କୁ ମୋଟ ୨୯୯୧ କୋଟିରୁ ଅଧିକ ଟଙ୍କାର ସହାୟତାରାଶି ପ୍ରଦାନ କରାଯାଇଛି, ଯେଉଁଥିରେ ୩୨୩୬ ଜଣ ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ ର ଚାଷୀ ଏବଂ ୩୧ ହଜାର ୬୯୫ ଜଣ ସହରାଞ୍ଚଳର ଚାଷୀ ସାମିଲ ଅଛନ୍ତି ।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ସିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କ ପିଲାମାନଙ୍କୁ କୃଷି ବିଦ୍ୟାନିଧି ଯୋଜନାରେ ରାଜ୍ୟ ଭିତରେ ଏବଂ ବାହାରେ ଥିବା ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି ଏବଂ ଆନୁସଙ୍ଗିକ, ନର୍ସିଂ, ଡିପ୍ଲୋମା ଏବଂ ଆଇଟିଆଇ ଭଳି ବୃତ୍ତିଗତ ଏବଂ ବୈଷୟିକ ପାଠ୍ୟକ୍ରମ ଅଧ୍ୟୟନ କରିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଏହା ଫଳରେ ସିଏମ୍ କିଷାନ ଯୋଜନା ହିତାଧିକାରୀ ପରିବାରର ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି । ୨୦୨୪- ୨୫ ଶିକ୍ଷାବର୍ଷରେ ୧୩,୯୨୩ ଜଣ ଛାତ୍ରଛାତ୍ରୀ କୃଷି ବିଦ୍ୟା ନିଧି ଯୋଜନା ଅଧୀନରେ ୫୩.୬୭ କୋଟି ଟଙ୍କାର ଛାତ୍ରବୃତ୍ତି ସହାୟତା ପାଇଛନ୍ତି, ଯାହା ପୂର୍ବ ବର୍ଷ ତୁଳନାରେ ୫ ଗୁଣ ଅଧିକ ଥିଲା । ଚଳିତ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ କୃଷିବିଦ୍ୟାନିଧି ଯୋଜନାରେ ଆଜି ସୁଦ୍ଧା ୬୮ ହଜାର ୯୧୫ ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିଛନ୍ତି ଓ ଏଥିପାଇଁ ସେମାନଙ୍କୁ ୨୯୦ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯିବ ଯାହାକି ଏକ ସର୍ବକାଳୀନ ରେକର୍ଡ । ଜଳବାୟୁ ପରିବର୍ତ୍ତନ, ଅନିୟମିତ ପାଣିପାଗ, ଜଳାଭାବ ଏବଂ ମୃତ୍ତିକା କ୍ଷୟ ଆମ କୃଷି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି । କୃଷି ବିଶେଷଜ୍ଞମାନଙ୍କ ମତରେ କୃଷି କ୍ଷେତ୍ରରେ ନବସୃଜନ, ଜଳବାୟୁ-ସହନଶୀଳ ପଦ୍ଧତି, ଡିଜିଟାଲ୍ ସମାଧାନ ଏବଂ ଗୋଷ୍ଠୀ-ଭିତ୍ତିକ ଆଭିମୁଖ୍ୟ ହିଁ ଆମକୁ ଏକ ସ୍ଥାୟୀ ଖାଦ୍ୟ ପ୍ରଣାଳୀ ଆଡ଼କୁ ନେଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପିଏମ୍ କିଷାନର ୨୨ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ନାଚୁଣୀସ୍ଥ ବିଶ୍ଵକର୍ମା ଆଞ୍ଚଳିକ ସଂଘ ତରଫରୁ ଦେଵଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ
ଚିଲିକା, ୧୭।୯: ଆଜି ପବିତ୍ର ବିଶ୍ଵକର୍ମା ପୂଜା । ସହର ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠାରେ ଧୂମ୍ ଧାମରେ ପାଳିତ ହୋଇଯାଇଅଛି ବିଶ୍ୱକର୍ମା ପୂଜା । ଏହି ଅବସରରେ ନାଚୁଣୀ ୟୁକୋ ବ୍ୟାଙ୍କ ସମ୍ମୁଖ ଭାଗରେ ଥିବା
ଗାନ୍ଧୀ ମଣିଷ ଦୋଳେଗାବିନ୍ଦସ୍ୱାଧୀନତା ସଂଗ୍ରାମୀ ଦୋଳେଗାବିନ୍ଦ ପ୍ରଧାନଙ୍କ ଅଷ୍ଟମ ଶ୍ରାଦ୍ଧ ପାଳନ
ଭୁବେନଶ୍ୱର, ୧୬.୯ : ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ବୁଧବାର ସନ୍ଧ୍ୟୋର ଭୁବେନଶ୍ୱର ବୁଦ୍ଧମନ୍ଦିର ସଭାଗୃହେର ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ରଙ୍କ ପୌରହିତ୍ୟେର ବିଶିଷ୍ଟ ସ୍ୱାଧୀନତା ସଂଗ୍ରମାୀ, ପୂବର୍ତନ ମନ୍ତ୍ରୀ ସ୍ୱଗର୍ତ ଦୋଳେଗାବିନ୍ଦ ପ୍ରଧାନଙ୍କ ଅଷ୍ଟମ ପୂଣ୍ୟତିଥି
ଫିଲ୍ମ ଷ୍ଟାଇଲରେ ଲୁଟ୍ ଉଦ୍ୟମ; ବ୍ୟାଙ୍କ କର୍ମଚାରୀଙ୍କ ସାହସରେ ଫେଲ୍ ମାରିଲା ଲୁଟେରାଙ୍କ ଯୋଜନା!
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିନ ଦ୍ୱିପ୍ରହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ନିକଟରେ ଲୁଟ୍ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ତେବେ ବ୍ୟାଙ୍କ କର୍ମଚାରୀଙ୍କ ସାହସ ଓ ପ୍ରତିରୋଧ ଯୋଗୁଁ ଲୁଟେରାଙ୍କ ଯୋଜନା
କୌଶଲ୍ୟାଗଙ୍ଗ ଫାଣ୍ଡିରେ ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ।
ଆଣ୍ଠୁଏ ପାଣିରେ ପଶିଲେ ଦେବେ ଫାଣ୍ଡିରେ ଏତଲା। ବାଲିଅନ୍ତା ୧୬/୦୯ (ଗୋବର୍ଦ୍ଧନ ଦାସ):- ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତ୍ତରା ଛକ ମୁଖ୍ୟରାସ୍ତାରୁ ମାତ୍ର ୨/୩ ଶହ ମିଟର ଦୂରରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅବସ୍ଥାପିତା। ଫାଣ୍ଡି ଆଗରେ ଅସରାଏ ବର୍ଷା ହେଲେ ପାଣି
ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ।
ଚିଲିକା,୧୬ I୯: ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ଉପଲକ୍ଷେ ବାଣପୁର ସତସଙ୍ଗ ବିହାର ଠାରେ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଦୀଘ୍ର ଏକ ମାସ ଧରି ଚାଲିଥିବା ସତସଙ୍ଗ ପରିକ୍ରମାର ଉଦ୍ ଯାପନୀ ଦିବସରେ ବହୁ ଭକ୍ତଙ୍କର
ଦାରୁଠେଙ୍ଗ ସତ୍ୟମହିମାରେ ନବାନ୍ନ
ଭୁବନେଶ୍ୱର ତା 16/09/26 ଆଶ୍ରମ ଗୋବିନ୍ଦ ବାବା ଙ୍କ ଗାଦି ପୀଠ ରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ନବାନ୍ନ ମହୋତ୍ସବ ପାଳିତ ହୋଇ ଯାଇଅଛିବ୍ରହ୍ମଲୀନ ବ୍ରହ୍ମ ଅବଧୁତ ଜୟକୃଷ୍ଣ ବାବା ମହୋଦୟ ଙ୍କ ପୂର୍ଵ ଆଦେଶ ଅନୁସାରେ
ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନର ଅଷ୍ଟମ ବାର୍ଷିକ ସମାରୋହ
ଚିଲିକା,୧୫I ୯:ଚିଲିକା ବ୍ଲକର ଅଗ୍ରଣୀ ସମାଜସେବା ଅନୁଷ୍ଠାନ "ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନ " ର ୮ମ ବାର୍ଷିକ ପ୍ରତିଷ୍ଠା ସମାରୋହ ସ୍ଥାନୀୟ ନାଚୁଣୀ ସ୍ଥିତ ସୁଚିତ୍ରା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମିଶନର ସଭାପତି ପ୍ରଦୋଷ କୁମାର ଦାସ
ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ
ଚିଲିକା,୧୫।୯:ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ ଓଡିଶା,ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ଏବଂ ପ୍ରଗତିଶୀଳ ସାହିତ୍ୟ ସି ନ୍ଦରା ର ମିଳିତ ଆନୁକୂଲ୍ୟରେ ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନା ଚକ୍ର ବିଧାରପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପରେ
ବାଣପୁରରେ ମହାଆଡମ୍ବରରେ ଗଣେଶ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ବାଣପୁର,: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୬, ଦାସଘର ସାହି ଠାରେ ଓଁ ଶ୍ରୀ ଶ୍ରୀ ବିଘ୍ନେଶ୍ୱରାୟ ପୂଜା କମିଟି ପକ୍ଷରୁ ଶ୍ରୀଗଣେଶ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ଏକ ଭବ୍ୟ
ବାଲୁଗାଁ ଥାନାରେ ନୂତନ SI ଭାବେ ଯୋଗ ଦେଲେ ଜଗନ୍ନାଥ ସେଠୀ
(*ବାଲୁଗାଁ)ବାଲୁଗାଁ ଥାନାରେ ନୂତନ ସବ୍-ଇନ୍ସପେକ୍ଟର ଭାବେ ଜଗନ୍ନାଥ ସେଠୀ ଆଜି ଯୋଗ ଦେଇଛନ୍ତି। ସୂଚନନୁଯାୟୀ, ଜଗନ୍ନାଥ ସେଠୀ ଜଣେ ଅଭିଜ୍ଞ ଓ ସଚ୍ଚୋଟ ପୋଲିସ ଅଧିକାରୀ ଭାବେ ବେଶ୍ ପରିଚିତ।ପୂର୍ବରୁ କାର୍ଯ୍ୟରତ ଥିବା SI ଙ୍କ ବଦଳି ପରେ ଶୂନ୍ୟ ପଡିଥିବା
ବିକାଶଶୀଳ ଓଡ଼ିଶା ଗଠନ ପାଇଁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପଦାଙ୍କ ୨୦୩୬ର ଉପାଦାନ ହେଉ।
ଭୁବନେଶ୍ୱର / ପାରାଳାଖେମୁଣ୍ଡି - ୧୪ /୨୬ ବିଶ୍ୱନାଥ ଫଙ୍କସନ ହଲ,ରାଜଦାଣ୍ଡ ସାହି,ପାରଳାଖେମୁଣ୍ଡି ଠାରେ ଭାଷା ଆନ୍ଦୋଳନ, ଓଡ଼ିଶା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଶବ୍ଦସ୍ପର୍ଶ ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲାରେ ଗଜପତି
ବାଳକାଟିର ୬୦ ଟି ମଣ୍ଡପରେ ଶ୍ରୀ ଗଜାନନଙ୍କ ଆବାହନ
ବାଲିଅନ୍ତା,୧୪|୯ (ଗୋବର୍ଦ୍ଧନ ଦାସ): ଧରାପୃଷ୍ଠରେ ବିରାଜମାନ କରିଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଣେଶ । ଚିତାକର୍ଷକ ତୋରଣ ସାଙ୍ଗଙ୍କୁ ଭିନ୍ନ ଭିନ୍ନ ବେଶରେ ପୂଜା ପାଉଛନ୍ତି l ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛନ୍ତି ପୂଜା ମଣ୍ଡପ l ଏଥିପାଇଁ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ,
ଗଣେଶ ପୂଜା ଶାନ୍ତି ଶୃଙ୍ଖଳାର ସହ ପାଳନ କରନ୍ତୁ – ବାଲୁଗାଁ ପୋଲିସର ଫ୍ଲାଗ୍ ମାର୍ଚ ଜରିଆରେ ଜନସଚେତନତା
ବାଲୁଗାଁ: ଆସନ୍ନ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନେଇ ଆଜି ବାଲୁଗାଁ ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା, ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସାଧାରଣ
ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପରଲୋକ
ବାଲିଅନ୍ତା,୧୪|୯ (ଗୋବର୍ଦ୍ଧନ ଦାସ):ବାଳକାଟି ଅଞ୍ଚଳର ଜଣାଶୁଣା ବ୍ୟକ୍ତିତ୍ୱ ବିବେକାନନ୍ଦ ମହାନ୍ତିଙ୍କ ଗତକାଲି ସିରିଆଦେଇ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା l ସେ ଓଡ଼ଶା ସରକାରଙ୍କ ସ୍ୱାସ୍ଥ୍ୟବିଭାଗରେ ଚାକିରୀ କରିଥିବା ବେଳେ
ତାରିଣୀପୀଠରେ ଶତାଧିକ କୃଷକଙ୍କ ସମାଗମ:ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ
ଚିଲିକା, ୧୪ ।୯: ତାରିଣୀପୀଠ, ଝିଣ୍ଟିକାପଲ୍ଲୀଠାରେ ବାଣପୁର ଏନ.ଏ.ସି. ଅଞ୍ଚଳର ଶତାଧିକ କୃଷକ ବନ୍ଧୁଙ୍କ ଦ୍ୱାରା ଆୟୋଜିତ ଏକ ଆତ୍ମୀୟତାପୂର୍ଣ୍ଣ କାର୍ଯ୍ୟକ୍ରମରେ ସମାଜସେବୀ ତଥା ବାଣପୁର ଏନ.ଏ.ସି .ର ବିଜେପି ଯୁବ ସଂଗଠକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଅତିଥି ଭାବେ
କଳାଙ୍ଗରେ ଉଲ୍ଲାସ ପ୍ରଶିକ୍ଷଣ ଓ ପଥପ୍ରାନ୍ତ ନାଟକ ପରିବେଷଣ
ନାଚୁଣୀ, ୧୩ । ୯:ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ କାହ୍ନୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ,କଳାଙ୍ଗ ସମ୍ମିଳନୀ କକ୍ଷରେ ସାଧନ କେନ୍ଦ୍ର ସଂଯୋଜକ ବିଭୁପ୍ରସାଦ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଉଲ୍ଲାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ଟି ସରକାରୀ ମାଧ୍ୟମିକ,ଉଚ୍ଚ ପ୍ରାଥମିକ
ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ଼ ଅଦଳବଦଳ, ବାଲୁଗାଁ ଥାନାରେ ନୂଆ ଏସ୍ଆଇ ଭାବେ ଜଗନ୍ନାଥ ସେଠୀ ଓ ଏସ୍ଆଇ ଭାବେ ଭଗବାନ ନାୟକଙ୍କ ଯୋଗଦାନ
ବାଲୁଗାଁ -* ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏକ ବଡ଼ ପ୍ରଶାସନିକ ଅଦଳବଦଳ ହୋଇଛି। ପୋଲିସ ମୁଖ୍ୟାଳୟରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ୨୧ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ବଦଳି କରାଯାଇଛି। ଏହି କ୍ରମରେ ବାଲୁଗାଁ ଥାନାରେ ନୂଆ ଭାବେ ଜଣେ
ଗଣେଶ ସମ୍ମାନ ୨୦୨୬ ର ସାମ୍ବାଦିକ ସମ୍ମିଳନୀ
ବାଲିଅନ୍ତା ୧୩/୦୯:- ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ,ଶାନ୍ତିସ୍ତୁପ ଖବରକାଗଜ , ଉତ୍କଳ ଜୟଦେବ ଫାଉଣ୍ଡେସନ ଓ ନ୍ୟୁ ଭାର୍ଗବୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୪ ତାରିଖରେ 'ଶ୍ରୀ ଗଣେଶ ସମ୍ମାନ' ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏନେଇ
କୁହୁଡ଼ି ବଘେଇସାହି ମଠ ଦ୍ୱାର ସହ ଲାଗି ବେଆଇନ ରୋଷେଇ ଘର ନିର୍ମାଣ, ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ – ନିର୍ମାଣ ସ୍ଥାନାନ୍ତର ଦାବି
ବାଲୁଗାଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୁହୁଡ଼ି ପଞ୍ଚାୟତର ବଘେଇସାହି ସ୍ଥିତ ଶତାଧିକ ବର୍ଷର ପୁରାତନ ରାଧାମୋହନ ମଠର ମୁଖ୍ୟ ପ୍ରବେଶ ଦ୍ୱାର ସହିତ ଲାଗି ପାଖ ଗେଟ ଜବରଦସ୍ତ ଗୋଟିଏ ସରକାରୀ ରୋଷେଇ ଘର ନିର୍ମାଣ କରାଯାଉଛି।ଏହି ନିର୍ମାଣ
ପୋଖରୀରେ ବୁଡ଼ି ଛାତ୍ରର ମୃତ୍ୟୁ
ଚିଲିକା, ୧୨l ୯: ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁସାହିସ୍ଥିତ ମସ୍ଜିଦ ର ମଉଲବୀ ମହମ୍ମଦ ଅଖ୍ଲାକ୍ ଓ ଫରାତୁନ୍ ବିବିଙ୍କ ୧୪ବର୍ଷର କନିଷ୍ଠ ପୁତ୍ର ମୀରାଜ୍ ଖାଁ ଜାମୁସାହି ରାସ୍ତା କଡ଼ରେ ସ୍ଥିତ ପୋଖରୀରେ ବୁଡି ଆଜି ପ୍ରାଣତ୍ୟାଗ କରିଛନ୍ତି।ସେ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ନାଚୁଣୀସ୍ଥ ବିଶ୍ଵକର୍ମା ଆଞ୍ଚଳିକ ସଂଘ ତରଫରୁ ଦେଵଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ