ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ । କଂଗ୍ରେସ ଓ ବିଜେଡି ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଦିଲ୍ଲୀପଙ୍କ ଠାରୁ ପରାଜିତ ହୋଇଛନ୍ତି । ପ୍ରଥମ ପସନ୍ଦ ଭୋଟରେ ମନମୋହନ ସାମଲ ୩୫, ସୁଜିତ କୁମାର ୩୫ ଓ ସଂତୃପ୍ତ ମିଶ୍ର ୩୧ ଖଣ୍ଡ ଭୋଟ ମିଳିଥିଲା । ପ୍ରଥମ ପସନ୍ଦ ଭୋଟରେ ବିଜେପିର ମନମୋହନ, ସୁଜିତ ଓ ବିଜେଡିର ସଂତୃପ୍ତ ବିଜୟୀ ହୋଇଥିଲେ । ତେବେ ୪ର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଓ ବିଜେପି ସମର୍ଥôତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟରେ ଲଢେଇ ହୋଇଥିଲା । ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ୨୩ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ସେହିପରି ବିଜେପି ସମର୍ଥôତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ମଧ୍ୟ ୨୩ ଖଣ୍ଡ ଭୋଟ ମିଳିଥିଲା । କିନ୍ତୁ ବିଧାୟକଙ୍କ ଦ୍ୱିତୀୟ ପସନ୍ଦ ଭୋଟରେ ବାଜି ଓଲଟିଥିଲା । ବିଧାୟକଙ୍କ ଦ୍ୱିତୀୟ ପସନ୍ଦ ଭୋଟରେ ଦିଲ୍ଲୀପ ବାଜି ମାରିଥିଲେ । ଦତ୍ତେଶ୍ୱର ପରାଜୟ ହୋଇଥିଲେ । ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ଓ ଦତ୍ତେଶ୍ୱରଙ୍କ ମଧ୍ୟରେ କଡା ଟକ୍ଟର ଦେଖିବାକୁ ମିଳିଥିଲା । ବିଜେଡି ଓ କଂଗ୍ରେସ ଦତ୍ତେଶ୍ୱରଙ୍କୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ଅନ୍ୟପକ୍ଷରେ ଦିଲ୍ଲୀପଙ୍କୁ ଜିତାଇବା ପାଇଁ ବିଜେପି ମଧ୍ୟ ରଣ କୌଶଳ ତିଆରି କରିଥିଲା । ବିଜେପି ଓ ଦିଲ୍ଲୀପଙ୍କ ରଣ କୌଶଳ ଆଗରେ ବିଜେଡି ଓ କଂଗ୍ରେସର ରଣ ନୀତି ଫିକା ପଡିଯାଇଥିଲା । କଂଗ୍ରେସ ଓ ବିଜେଡି ବିଧାୟକଙ୍କ କ୍ରସ ଭୋଟିଂ ସବୁ ଅଙ୍କ ବିଗାଡି ଦେଇଥିଲା । କଂଗ୍ରେସର ୩ ବିଧାୟକ ଓ ବିଜେଡିର ୮ ବିଧାୟକ କ୍ରସ ଭୋଟିଂ କରିଥିଲେ । ୧୧ ବିଧାୟକଙ୍କ କ୍ରସ ଭୋଟିଂରେ ଦିଲ୍ଲୀପ ରାଜ୍ୟସଭା ଆସନ ହାତେଇଛନ୍ତି ।ରାଜ୍ୟସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ । କ୍ରସ୍ ଭୋଟିଂ କରି ବିଗାଡ଼ିଦେଲେ ଖେଳ । ଦଳୀୟ ନିଦେ୍ର୍ଦଶକୁ ବେଖାତିର କରି ସେମାନେ ବିଜେପି ସମର୍ଥôତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଛନ୍ତି । ବିଜେଡିରୁ ସୌଭିକ୍ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ, ସୁବାସିନୀ ଜେନା, ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ କ୍ରସ୍ ଭୋଟିଂ କରିଛନ୍ତି ।ସେହିପରି ନିଜ ଇଚ୍ଛା ଅନୁସାରେ ଭୋଟ୍ ଦେଇଛନ୍ତି ୨ ନିଲମ୍ବିତ ବିଧାୟକ ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ର । କଂଗ୍ରେସର ରମେଶ ଜେନା, ସୋଫିଆ ଫିଦେ୍ର୍ଦାସ ଓ ଦାଶରଥି ଗମାଙ୍ଗ ବି ଦଳ ସମର୍ଥôତ ପ୍ରାର୍ଥୀ ଦତ୍ତେଶ୍ୱରଙ୍କୁ ଭୋଟ୍ ଦେଇ ନାହାନ୍ତି । ସତ ହେଲା କ୍ରସ୍ ଭୋଟିଂ ଆକଳନ । ଅନୁମାନ ଓ ଆଶାକୁ ବଳିଗଲା ସଂଖ୍ୟା । ନବୀନଙ୍କ ନିଦେ୍ର୍ଦଶକୁ ଫୁ କରିଦେଲେ ୬ ବିଧାୟକ । ନିଜ ଇଚ୍ଛା ଅନୁସାରେ ଭୋଟ୍ ଦେଲେ ସନା-ଅରବିନ୍ଦ । ପାର୍ଟି ହ୍ୱିପକୁ ଖାତିର କଲେନି କଂଗ୍ରେସର ୩ ବିଧାୟକ । ଦିଲ୍ଲୀପ ରାୟଙ୍କ ସପକ୍ଷରେ ଅଜାଡି ଦେଲେ ଭୋଟ୍ । ରାଜ୍ୟସଭା ନିର୍ବାଚନରେ ବହିଲା କ୍ରସ୍ ଭୋଟିଂ ଝଡ଼ । ବିଜେଡି ବିଧାୟକ ଥାଇ ବିଜେପି ସମର୍ଥôତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ସବୁଠୁ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଦୁଇ ପ୍ରଭାତ ନନ୍ଦନ । ଜଣେ ବିଜେଡିରୁ ବହିଷ୍କୃତ ପ୍ରଭାତ ବିଶ୍ୱାଳଙ୍କ ପୁଅ ତଥା ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ । ଆଉ ଜଣେ ପ୍ରଭାତ ତ୍ରିପାଠୀଙ୍କ ପୁଅ ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ଉଭୟେ ଦଳ ବିରୋଧରେ ଯାଇ ଦିଲ୍ଲୀପଙ୍କୁ ଭୋଟ୍ ଦେଇଛନ୍ତି । ସୌଭିକ କ୍ରସ୍ ଭୋଟିଂ କରିବେ ପୂର୍ବରୁ ଜଣା ଥିଲେ ବି ସମସ୍ତଙ୍କୁ ସରପ୍ରାଇଜ୍ କରିଦେଲେ ଦେବୀ ରଞ୍ଜନ ତ୍ରିପାଠୀ । ବିଜୁ ଲିଗାସୀକୁ ଆଗକୁ ନେବା ଓ ଅସାଧୁ ମେଣ୍ଟ ବିରୋଧରେ ମତଦାନ କରିଥିବା କହିଛନ୍ତି ଏହି ଯୁବ ବିଜେଡି ନେତା । ଏଥିସହ କଂଗ୍ରେସ ସହ ବିଜେଡିର ବୁଝାମଣାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ଏଣେ ସୌଭିକ କହିଛନ୍ତି, ବିଜୁ ବାବୁଙ୍କ ଆଶୀର୍ବାଦ ଯାହାଙ୍କ ପ୍ରତି ଅଛି ତାଙ୍କୁ ଭୋଟ୍ ଦେଇଛି । ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା, ତାର ପ୍ରତିଶୋଧ ନେଇଛି । ବାପାଙ୍କୁ ବହିଷ୍କାର କରିଥିଲେ, ମୋତେ କାହିଁକି କଲେନି ବୋଲି ସିଧା ନେତୃତ୍ୱଙ୍କୁ ଚ୍ୟାଲେଞ୍ଜ ଫିଙ୍ଗିଛନ୍ତି ସୌଭିକ୍ । କେବଳ ଏହି ଦୁଇ ଜଣ ନୁହଁ ବିଜେଡିର ଏକାଧକ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି । ଚକମା ଦେଇଦେଲେ ବସ୍ତା ବିଧାୟିକା ତଥା ଏବେ ଏବେ ବିଜେପିରେ ମିଶିଥିବା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପନôୀ ସୁବାସିନୀ ଜେନା । ନବୀନଙ୍କ ନିଦେ୍ର୍ଦଶକୁ ମାନିବେ ବୋଲି ସବୁବେଳେ କହି ଆସୁଥିଲେ ବି ଶେଷରେ କ୍ରସ୍ ଭୋଟିଂ କରିଛନ୍ତି । ସେହିପରି ବିଜେଡି ରାଡାର ବାହାରେ ଥାଇ ଧରାଛୁଆଁ ଦେଉ ନଥିବା ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ବି କ୍ରସ୍ ଭୋଟିଂ କରିଛନ୍ତି । ଏମାନଙ୍କ ସହ ଦଳରୁ ନିଲମ୍ବିତ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବି ନିଜ ଭୋଟ୍ ଦିଲ୍ଲୀପ ରାୟଙ୍କୁ ଦେଇଛନ୍ତି । ଭୋଟ୍ ଦେବା ପରେ ବିଜେଡି ବିରୋଧରେ ସନା ବର୍ଷିଥିବା ବେଳେ ସୁବାସିନୀ କହିଥିଲେ ସୁପ୍ରିମୋଙ୍କ ନିଦେ୍ର୍ଦଶରେ ଭୋଟ୍ ଦେଇଛି । କଂଗ୍ରେସର ୩ ବିଧାୟକ କ୍ରସ ଭୋଟିଂ କରିଥିବା ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ ।
ରାଜ୍ୟସଭା ନିର୍ବାଚନ : ମନମୋହନ,ସୁଜିତ,ସଂତୃପ୍ତ ଓ ଦିଲ୍ଲୀପ ବିଜୟୀ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସୁଦର୍ଶନ ଦାରୁପୀଠରେ ଉମା ମାର୍ଶାଲ ଆର୍ଟ ସ୍କୁଲ ପକ୍ଷରୁ ଛାତ୍ର ଛାତ୍ରୀମାନଙ୍କୁ ସମ୍ୱର୍ଦ୍ଧନା
ବାଲିଅନ୍ତା, ୨୮/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ଆୟୁଷ କ୍ୟାରେଟ ଏକାଡେମୀ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଜାତୀୟସ୍ତରୀୟ ଇ କରାଟେ ପ୍ରତିଯୋଗିତାରେ ବିଜେତା ହୋଇଥିବା ଛତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ସ୍ବର୍ଣ୍ଣ, ରୌପ୍ୟ ଓ
ସୁଶିଳାପ୍ରଭା ସ୍ମୃତି ସମ୍ମାନ ୨୦୨୫-୨୬ ପ୍ରଦାନ ଉତ୍ସବ |
ବାଲିଅନ୍ତା ୨୮/୦୬(ଗୋବର୍ଦ୍ଧନ ଦାସ):- ୨୦୨୫ଏବଂ ୨୦୨୬ ମସିହା ନିମନ୍ତେ ଶିଶୁସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ବଂକିମ ଚନ୍ଦ୍ର ନାୟକ ଏବଂ ଶ୍ରୀମତୀ ତନୟା ଦାସଗୋସ୍ୱାମୀ ଙ୍କୁ ସୁଶୀଳାପ୍ରଭା ସ୍ମୃତିସମ୍ମାନ ପ୍ରଦାନ କରାଯାଇଛି। ବାଳକାଟୀ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ
ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ – କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି।
ଶହ ଶହ ବର୍ଷ ଧରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀମନ୍ଦିରରେ ଅବଢ଼ା ବୋଝିଆ ଭାବେ ସେବା କରୁଥିବା ଏକ ସାଧାରଣ ଯୁବକଙ୍କ ଅସାଧାରଣ ସଂଘର୍ଷ, ଭକ୍ତି, ତ୍ୟାଗ ଓ ଆତ୍ମବିଶ୍ୱାସର କାହାଣୀ ହେଉଛି 'ଗଣ୍ଡ ଭୈରବ'। ବିଶିଷ୍ଟ କାହାଣୀକାର ଶଙ୍କର ତ୍ରିପାଠୀଙ୍କ
ଉଦ୍ୟୋଗୀଙ୍କ ନିଷ୍ଠା, ଏକାଗ୍ରତା ସମାଜପାଇଁ ଏକାନ୍ତ ଅପରିହାର୍ଯ୍ୟ
ଭୁବନେଶ୍ୱର ତା 26/06/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ
କୁଡାସିଂହାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା (ଏସ୍ଆଇଆର)
ବଲାଙ୍ଗିର, ତା.୨୭.୦୬.୨୬ - ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଏବଂ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର କୁଡାସିଂହା ର ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ କୁଡାସିଂହା ଠାରେ ସଫଳତା
ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ୩ୟ ବ୍ଲାକ ବେଲ୍ଟ ପ୍ରାପ୍ତ ପାଇଁ ଜନ୍ମ ମାଟିରେ ସ୍ୱାଗତ
ବାଲିଅନ୍ତା ୨୬/୬ : ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ଅଞ୍ଚଳର ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ଓଡ଼ିଶାର ଅଗ୍ରଣୀ ପରିବେଶ ପାଇଁ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାଳକାଟି ବଜାର ସ୍ଥିତ ସ୍ୱର୍ଗର ବାଳକୃଷ୍ଣ
ସୁଦର୍ଶନ ଦାରୁ ପୀଠରେ ରଥ ନିର୍ମାଣ କାରିଗରଙ୍କୁ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା
ବାଲିଅନ୍ତା, ୨୬/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ନିର୍ମାଣାଧୀନ ରଥରେ ଦିନରାତି ପରିଶ୍ରମ କରୁଥିବା ବିଶ୍ୱକର୍ମା କାରିଗରମାନଙ୍କୁ ଆଜି ଅଗ୍ରଣୀ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରା ପାଇଁ
ଭୁଲବହି ପ୍ରତ୍ୟାହାର ସ୍ୱାଗତଯୋଗ୍ୟ
ତଳ ତଳିଆଙ୍କୁ ସସ୍ପେଣ୍ଡ ପର୍ଯ୍ୟାପ୍ତ ନୁହେଁ,ନ୍ୟାୟିକ ତଦନ୍ତ ହେଲେ ବଡବଡିଆ ଦଣ୍ଡିତ ହେବେ : ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ତା 26ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ଭଳି ଅସମ୍ବେଦନଶୀଳ ଓ ଅତ୍ୟନ୍ତ ଦାୟିତ୍ୱହୀନ
ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ଶ୍ରୀରାମକୃଷ୍ଣ ଆଶ୍ରମ ପାଇବେ, “ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ”
ଭୁବନେଶ୍ୱର, ୨୬.୬ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ପ୍ରତିବର୍ଷ ଭଳି ଚଳିତବର୍ଷ ତାଙ୍କର ଜନ୍ମ ଶତବାର୍ଷିକ ଉତ୍ସବରେ ୨୦୨୬ ବର୍ଷ ପାଇଁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ
ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ତମ ବାର୍ଷିକ ଉତ୍ସବ ପାଳିତ।
ଚିଲିକା, ୨୬।୬:ପ୍ରତିବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସୁନାଖଳା ଠାରେ ଥିବା ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ ତମ ବାର୍ଷିକ ଉତ୍ସବ ୨୪ ଓ ୨୫ ତାରିଖ ଦୁଇଦିନ ଧରି ପାଳିତ ହୋଇଯାଇଅଛି ।
ଯୁବ କୁଲୁତା ସମାଜ ପକ୍ଷରୁ ୫ ୟୁନିଟ୍ ରକ୍ତ ସଂଗୃହୀତ
ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ମାନବିକତାର ପରିଚୟ ଦେଇଛନ୍ତି ଡଂଗାଘାଟ ଗ୍ରାମର ଯୁବକ ସୁମନ୍ତ କୁମାର ସାହୁ। ସୁମନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ଅନ୍ୟ ଦୁଇଜଣ ସାଙ୍ଗ ଦୁଷ୍ମନ୍ତ ସାହୁ ଓ ସୁଧୀର ମଲ୍ଲିକ ମଧ୍ୟ ସ୍ୱେଚ୍ଛାକୃତ ଭାବେ
ମଙ୍ଗରାଜପୁରରେ ନାଟକ ‘ଏ ମନ କାଶୀ ବୃନ୍ଦାବନ’ ମଞ୍ଚସ୍ଥ
ଚିଲିକା,୨୬ ।୬:ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ବାଣପୁର ବ୍ଲକ ମଙ୍ଗରାଜପୁର ଗ୍ରାମ ଠାରେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ ନାଟ୍ୟ ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ 'ଏ ମନ କାଶୀ ବୃନ୍ଦାବନ ' ମଞ୍ଚସ୍ଥ ହୋଇଯାଇଅଛି। ଉକ୍ତ ନାଟକକୁ ଉଦ୍ଘାଟନ କରିଥିଲେ
ନଦୀକୁ ରଖନ୍ତୁ ସଫା, ନହେଲେ ଲାଗିବ ଦଫା (ଆଞ୍ଚଳିକ ବିକାଶ ପରିଷଦର ଚତୁର୍ଥ ଦୟା ସ୍ବଚ୍ଛତା କାର୍ଯ୍ୟକ୍ରମ)
ବାଲିଅନ୍ତା, ୨୫/୦୬ (ଗୋବର୍ଦ୍ଧନ ଦାସ) : ଦୟାନଦୀ ର ଇତିହାସ ଅତି ପ୍ରାଚୀନ ଓ ବିଶ୍ଵ ପରିଚିତ ତା'ର ମହାନତା । ଦୟାନଦୀ କୂଳରେ ଅବସ୍ତିତ ବିଶ୍ଵଶାନ୍ତି ସ୍ତୁପ ଧଉଳିଗିରି ଏହାର ମୂକ ସାକ୍ଷୀ। ରକ୍ତ ରଞ୍ଜିତ ଦୟାନଦୀ କୁ ଦେଖି
ଓଡ଼ିଆ ଭାଷା, କୃଷି, କୃଷକ ତଥା ସାଧାରଣଜନତା ପାଇଁ ସମର୍ପିତ ଥିଲେ ରାଜଶ୍ରୀ ନବକୃଷ୍ଣ ଚୌଧୁରୀ
ଭୁବନେଶ୍ୱର ତା 24/06/26 ପ୍ରାକ୍ତନ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ, କୃଷି, କୃଷକ ତଥା ସାଧାରଣ ଜନତାଙ୍କ ପାଇଁ ସମର୍ପିତ ବ୍ୟକ୍ତିତ୍ୱ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ 42 ତମ ଶ୍ରାଦ୍ଧଦିବସ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳ ବିଧାନସଭା ପରିସରରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା
ଏଲପୀ ଜି ଗ୍ୟାସ ନେଉଥିବା ବୋଝଇ ଟ୍ୟାଙ୍କର ଭାରସାମ୍ୟ ହରାଇ ବାଉଣ୍ଡରିରେ ପିଟିଲା, ଅଳ୍ପେକ ବର୍ତିଲେ ଡ୍ରାଇଭର ଓ ହେଲ୍ପର,
ଧର୍ମଗଡ/୨୫/୬କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ ସମ୍ମୁଖରେ ଭାରସାମ୍ୟ ହରାଇ ଏକ ଗ୍ୟାସ ବୋଝଇ ଟ୍ୟାଙ୍କର ରାସ୍ତା କଡ଼ରେ ଥିବା ବାଉଣ୍ଡେରୀ ରେ ପିଟି ହୋଇଯାଇଛି l ବିଳମ୍ବିତ ରାତିରେ ଏଲପିଜି ଗ୍ୟାସ ବୋଝଇ ଟ୍ରାଙ୍କର CGO7/CX7264 ଧର୍ମଗଡ଼
ମା’ ତାରିଣୀ ମହିଳା କମିଟିର ବୈଠକ
ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ପାଣିର ଅସୁବିଧା କିପରି ଦୂର ହେବ ସେଥିପାଇଁ ଓଡ଼ିଶ ମା’ତାରିଣୀ ମହିଳା କମିଟି ଆଗକୁ ଅଂଟା ଭିଡିଛନ୍ତି। ନିଜ ଗ୍ରାମରେ ଥିବା ନାନା ସମସ୍ୟାର ସମାଧାନ ଲାଗି ଅଂଟା ଭିଡିଛି ମା’ ତାରିଣୀ
ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ
ବାଲିଅନ୍ତା୨୪/୦୬( ଗୋବର୍ଦ୍ଧନ ଦାସ):ରାଜ୍ୟ ସରକାରଙ୍କର ସଫଳତାର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲିଅନ୍ତା ବ୍ଲକ ପରିସରରେ ୫ ଦିନ ଧରି ଚାଲିଥିବା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା
ଧର୍ମଗଡ଼ ଉପଖଣ୍ଡ ଚିକତ୍ସାଳୟ ର ରକ୍ତ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ ପାଇଁ ଡିଫାଇନ କଳାହାଣ୍ଡି ତରଫରୁ ଦାବି ପତ୍ର ପ୍ରଦାନ
ଧର୍ମଗଡ଼ ୨୨/୬/କଳାହାଣ୍ଡି ଜିଲ୍ଲା ଧର୍ମଗଡ ଚିକିତ୍ସାଳୟ ରେ ଥିବା ରକ୍ତ ଭଣ୍ଡାର ଗତ କିଛି ଦିନ ପୂର୍ବରୁ ବନ୍ଦ ହୋଇଥିବା ଯୋଗୁଁ ରୋଗୀ ମାନେ ଆବଶ୍ୟକ ସମୟରେ ରକ୍ତ ନ ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଛତାଗୋଏରା
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତରଫରୁ ଗ୍ରୀଷ୍ମକାଳୀନ କର୍ମଶାଳାର ଉଦଯାପନୀ ସଂନ୍ଧ୍ୟା
ପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗତ ମେ ମାସ ୧୫ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ (୧୧ଦିନ ଧରି) ଗ୍ରୀଷ୍ମକାଳୀନ କର୍ମଶାଳା ଆୟୋଜିତ ହୋଇଥିଲା। ଏହାର ଉଦଯାପନୀ ନ୍ଧ୍ୟା ବ୍ ସୁନ୍ଦର ଭାବରେ ଅନୁଷ୍ଠାନ ତରଫରୁ ପାଳନ କରାଯାଇଥିଲା ଏବଂ ସନ୍ଧ୍ୟାରେ
ପଦ୍ମଶ୍ରୀ ବିନୋଦ କାନୁନଗୋ ଥିଲେ ଓଡ଼ିଆ ଭାଷାପ୍ରାଣ
୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତଭୁବନେଶ୍ୱର, ୨୨.୬ : ଓଡ଼ିଆ ଭାଷା, ସାହିତ୍ୟର ସଂରକ୍ଷକ, ବିଶିଷ୍ଟ ଗାନ୍ଧିବାଦୀ, ସ୍ୱାଧୀନତା ସଂଗ୍ରାମୀ, ଜ୍ଞାନ ମଣ୍ଡଳର ପ୍ରତିଷ୍ଠାତା ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ସୋମବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ସୁଶିଳାପ୍ରଭା ସ୍ମୃତି ସମ୍ମାନ ୨୦୨୫-୨୬ ପ୍ରଦାନ ଉତ୍ସବ |