ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଭଦ୍ରକ ବ୍ଲକ ଜଗଦଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରସତିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସରସତିଆର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଭାଗିରଥ ନାୟକ ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥିଭାବେ ଜଗଦଳପୁର ଗ୍ରା.ପ.ର ସରପଞ୍ଚ ତିଳୋତ୍ତମା ମହାପାତ୍ର ଏବଂ ସମ୍ମାନିତ ଅତିଥିଭାବେ ପୂର୍ବତନ ସରପଞ୍ଚ ବିଜୟ କୁମାର ମହାପାତ୍ର, ସାଧନକେନ୍ଦ୍ର ସଂଯୋଜକ ପିତାମ୍ବର ମିଶ୍ର ଏବଂ ମୁଖ୍ୟବକ୍ତା ଗାୟତ୍ରୀପରିବାରର ପରିଜନ କେଦାରନାଥ ମହାପାତ୍ର ତଥା ପରିଚାଳନା କମିଟିର ସଭାପତି ପ୍ରମୋଦ ମଲ୍ଲିକ, ସହକାରୀ ଶିକ୍ଷୟିତ୍ରୀ ସସ୍ମିତା ମଲ୍ଲିକ ସହଯୋଗ କରିଥିଲେ । ସମସ୍ତ ଅତିଥି ଓ ବକ୍ତାମାନେ ଶ୍ରୀମତୀ ମିଶ୍ରଙ୍କ ବହୁମୁଖୀ ପ୍ରତିଭାର ଗୁଣଗାନ କରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋବାପାପାଇଁ ଆହ୍ବାନ ଦେଇଥିଲେ । ଏହା ପରେପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପ୍ରଧାନଶିକ୍ଷୟିତ୍ରୀ ନମିତା କର ମଞ୍ଚପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟର ପୁରାତନ ଓ ନୂତନ କମିଟିର ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସଭାସାଙ୍ଗ ହେଲାପରେ ଏକ ବିରାଟ ପଟୁଆରରେ ଛାତ୍ରଛାତ୍ରୀ, ଶୁଭେଳୁ ଓ ଗ୍ରାମବାସୀ ଗ୍ରାମପରିକ୍ରମା କରାଇ ଗୃହକୁ ପାଛୁଡି ନେଇଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page