ଗ୍ରୀନ ଜୟଦେବ ଫାଉଣ୍ଡେସନର ୫ମ ରଜ ମହୋତ୍ସବ ଅନୁଷ୍ଠିତ

୧୬/୦୬(ଗୋବର୍ଦ୍ଧନ ଦାସ):-ଓଡ଼ିଶାର ଗଣପର୍ବ ପବିତ୍ର ରଜ ମହୋତ୍ସବ ଅବସରରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗଡ଼କଣ୍ଟୁଣିଆ ସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠ ନିକଟରେ ୫ମ ରଜ ମହୋତ୍ସବ ଆଡ଼ମ୍ବର ସହକାରେ ଉଦଘାଟିତ ହୋଇଯାଇଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ତଥା ନାରୀ ଶକ୍ତିର ଉଦଯାପନ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରଥମ ଦିବସରେ ବେଶ୍ ଜମିଥିଲା।ଉଦଘାଟନୀ ଦିବସରେ ସ୍ଥାନୀୟ ଅଞ୍ଚଳର କୁମାରୀମାନଙ୍କ ମଧ୍ୟରେ ଓଡ଼ିଆ ପରମ୍ପରାର ପ୍ରତୀକ ପୁଚୀ ଖେଳ, ସଜବାଜ ଏବଂ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଝିଅମାନେ ଉତ୍ସାହର ସହ ଭାଗ ନେଇ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।ଟ୍ରଷ୍ଟର ଅଧ୍ୟକ୍ଷ ଦୀନବନ୍ଧୁ ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ସଂଧ୍ୟାରେ ଅତିଥିମାନଙ୍କର ଭବ୍ୟ ସମାଗମ ଦେଖିବାକୁ ମିଳିଥିଲା।

ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସୁରେଶ କୁମାର ପଣ୍ଡା ଯୋଗଦେଇ ରଜ ପର୍ବର ସାମାଜିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧାର ପ୍ରାକ୍ତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ,ସୁବ୍ରତ କୁମାର ମହାନ୍ତି,ଶିକ୍ଷାବିତ ବିଦୁଭୂଷଣ ପଟ୍ଟନାୟକ, ନାରାୟଣ ବେହେରା, ଚକ୍ରଧର ନାୟକ, ରଞ୍ଜିତ କୁମାର ସାହୁ,ବିକ୍ରମ ମହାନ୍ତି,ଲକ୍ଷ୍ମୀକାନ୍ତ ମଇତି,ଜଗନ୍ନାଥ ବେହେରା ଏବଂ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଗ୍ରୀନ ଜୟଦେବ ଫାଉଣ୍ଡେସନର ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ସୁଦୂର ସୁବର୍ଣ୍ଣପୁରରୁ ଆସିଥିବା ‘ରୁମକୁ ଝୁମାନା’ ଗ୍ରୁପର କଳାକାରମାନେ ନିଜର ଚିତ୍ତାକର୍ଷକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଉପସ୍ଥିତ ସହସ୍ରାଧିକ ଦର୍ଶକଙ୍କୁ ବିଭୋର କରି ବାନ୍ଧି ରଖିଥିଲେ।ଆସନ୍ତାକାଲି ମହୋତ୍ସବର ଦ୍ୱିତୀୟ ଦିବସରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯିବା ସହ ଚଳିତ ବର୍ଷର ‘ରଜର ରାଣୀ’ ଘୋଷଣା କରାଯିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page