ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ।

ଚିଲିକା,୧୫।୫:ଚଳିତବର୍ଷ ପ୍ରକାଶିତ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ ବାଲୁଗାଁ ପାଇଁ ଗୌରବ ଆଣିଛନ୍ତି ଛାତ୍ରୀ ଅଞ୍ଚିତା ନାୟକ।ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଆଇ. ଏନ୍.ଏସ ଚିଲିକାର ଛାତ୍ରୀ ଅଞ୍ଚିତା ବାଣିଜ୍ୟ ବିଭାଗରେ ୫00ରୁ ୪୬୪ନମ୍ବର, ଅର୍ଥାତ ୯୩% ମାର୍କ ରଖି ବିଦ୍ୟାଳୟ ଟପର ହୋଇଛନ୍ତି। ବାଲୁଗାଁ ବିଜ୍ଞାପିତ ପରିଷଦ ଅନ୍ତର୍ଗତ ପାଟଣାସାହି ଗ୍ରାମର ରଞ୍ଜିତ ନାୟକଙ୍କ ବଡ଼ ଝିଅ ହେଉଛନ୍ତି ଅଞ୍ଚିତା। ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା ଗୃହିଣୀ।ନିଜ ସଫଳତାର ଶ୍ରେୟ ପରିବାର ଏବଂ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ଅଞ୍ଚିତା।ସେ କହିଛନ୍ତି, “ସ୍କୁଲ ସମୟ ବାଦ୍ ଘରେ ଦିନକୁ ୫ରୁ ୬ଘଣ୍ଟା ପଢୁଥିଲି।” ଭବିଷ୍ୟତରେ ସେ ଜଣେ ଚାର୍ଟଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି।ଅଞ୍ଚିତାଙ୍କ ସଫଳତା ପରେ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି।ତାଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।ତାଙ୍କ ସଫଳତା କେବଳ ବିଦ୍ୟାଳୟ ନୁହେଁ, ସମଗ୍ର ବାଲୁଗାଁ ଅଞ୍ଚଳ ପାଇଁ ଗୌରବର ବିଷୟ ପାଲଟିଛି।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page