ବାଲୁଗାଁ ମହାବଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ।

ଚିଲିକା, ୨୧। ୮: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ପ୍ରୋତ୍ସାହନରେ ଆଜି ବାଲୁଗାଁ ମହାବିଦ୍ୟାଳୟ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଦ୍ୱାରା ଆୟୋଜିତ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଡକ୍ଟର ମନସ୍ବିନୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ତାଲିମ ଶିବିରର ପ୍ରଥମ ଦିନରେ +9 ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ,ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ, ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ପ୍ରବୀଣ କୁମାର ଜେନା, ଅଧ୍ୟାପିକା ସ୍ନିଗ୍ଧାରାଣୀ ମୁଦୁଲି ଓ ମୁଖ୍ୟ କିରାଣୀ କ୍ଷୀରୋଦ ନାଥ ନାୟକ ପ୍ରମୁଖ ସାମ୍ପ୍ରତିକ ସମୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମର ଆବଶ୍ୟକତା ସହ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଶିବିରର ମୁଖ୍ୟ ତାଲିମଦାତା ତଥା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବିଜେତା ସୁଶ୍ରୀ ସଲୋନୀ ପାତ୍ର ତାଲିମର ମୁଖ୍ୟ ନିୟମାବଳୀ ଓ ଶୃଙ୍ଖଳା ସମ୍ପର୍କରେ ସୂଚନା ଦେବା ସହ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ସାତଦିନ ପର୍ଯ୍ୟନ୍ତ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ୮୦ ଜଣ ସ୍ନାତକ ଶ୍ରେଣୀର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page